ନୂଆଦିଲ୍ଲୀ: ଟେରର ଫଣ୍ଡିଙ୍ଗ ମାମଲାରେ ଶୁକ୍ରବାର ପଟିଆଲା ହାଉସ କୋର୍ଟ ଜେକେଏଲ୍ଏଫ୍ ମୁଖ୍ୟ ୟାସିନ୍ ମାଲିକଙ୍କୁ 23 ଅକ୍ଟୋବର ପର୍ଯ୍ୟନ୍ତ ହାଜତ ମିଆଦ ବଢାଇଛନ୍ତି । ଫଳରେ ୟାସିନ୍ ମାଲିକ୍ ଅକ୍ଟୋବର 23 ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ । ଏନଆଇଏ ୟାସିନ ମଲିକଙ୍କ ସମେତ ଏହି ମାମଲାରେ ଅନ୍ୟ 5 ବିଚ୍ଛନ୍ନତାବାଦୀଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି ।
୨୦୧୭ ଟେରର୍ ଫଣ୍ଡିଂ ମାମଲାରେ ଦିଲ୍ଲୀର ଏକ କୋର୍ଟ ଏହି ଚାର୍ଜସିଟ ଦାଖଲ କରାଯାଇଛି । ଏହି ମାମଲାରେ ବିଚ୍ଛିନ୍ନତାବାଦୀ ନେତା ଆସିୟା ଆନ୍ଦ୍ରବୀ, ଶବ୍ବିର ଶାହ, ମସରତ ଆଲମ ଭଟ୍ଟଙ୍କୁ ଅଭିଯୋଗ ଦର୍ଶାଇ ଚାର୍ଜସିଟ ଦାଖଲ କରାଯାଇଛି ।
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ 2017ରେ କାଶ୍ମୀର ବିଚ୍ଛନ୍ନତାବାଦୀ ନେତା ଆସିୟା ଆନ୍ଦ୍ରାବୀ, ଶବ୍ବିର ଶାହା,ମସରତ ଆଲମ ଭଟ୍ଟଙ୍କ ନାମ ସାମ୍ନାକୁ ଆସିଥିଲା । ପରେ ୟାସିନ ମଲକିଙ୍କୁ ଏନଆଇଏଙ୍କ ଗିରଫ କରିଥିଲା ।
ଏଠାରେ ସୂଚନା ଯୋଗ୍ୟ ଯେ ଜେକେଏଲ୍ଏଫ୍ ମୁଖ୍ୟ ୟାସିନ୍ ମାଲିକ ପୂର୍ବତନ ଗୃହମନ୍ତ୍ରୀ ମୁଫତି ସଉଦଙ୍କ ଝିଅ ରୁବୈୟା ସଇଦଙ୍କୁ 1989ରେ ଅପହରଣ କରିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ରହିଛି । ଏତଦ୍ ବ୍ୟତୀତ 1990ରେ ଭାରତୀୟ ବାୟୁସେନାର 4 ଜଣ ଯବାନଙ୍କୁ ହତ୍ୟା ଅଭିଯୋଗ ୟାସିନଙ୍କ ନାମରେ ରହିଛି ।