ETV Bharat / bharat

ବିଶାଖାପାଟନମ୍ ଗୁପ୍ତଚର ମାମଲା, ISI ଲିଙ୍କ୍ ଥିବା ପ୍ରମୁଖ ବ୍ୟକ୍ତିଙ୍କୁ ଗିରଫ କଲା NIA

author img

By

Published : Sep 15, 2020, 12:17 PM IST

ପାକିସ୍ତାନର ଆଇଏସଆଇ ସହ ଜଡିତ ବିଶାଖାପାଟନମ୍ ଗୁପ୍ତଚର ମାମଲାରେ ଏନଆଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ବିଶାଖାପାଟନମ୍ ଗୁପ୍ତଚର ମାମଲା, ISI ଲିଙ୍କ୍ ଥିବା ପ୍ରମୁଖ ବ୍ୟକ୍ତି ଏନଆଇଏ ଦ୍ବାରା ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ଜଡିତ ଜଣେ ବ୍ୟକ୍ତି ଗିରଫ। ବିଶାଖାପାଟନମ୍ ଗୁପ୍ତଚର ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏହି ପ୍ରମୁଖ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋମବାର ଏନଆଇଏ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଗୁଜୁରାଟର ଗୋଡ୍ରା, ପଞ୍ଚମାହଲ ନିବାସୀ ଗିଟେଲି ଇମ୍ରାନ (37) ବୋଲି ଜଣାପଡିଛି।

ଏଫଆଇଆର ଆଇସି-05/2019 / ଏନଆଇଏ / ହାଇଦ୍ରାବାଦ୍ (ବିଶାଖାପାଟନମ୍ ଗୁପ୍ତଚର ମାମଲା), ହାଇଦ୍ରାବାଦର ଆଇପିସି, ସେକ୍ସନ 120B ଏବଂ 121A ଧାରା ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ୟୁଏ (ପି) ଅଧିନିୟମର 17 ଏବଂ 18 ଏବଂ ସେକ୍ସନ 3 ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ରହିଛି।

ଏହି ମାମଲା ଏକ ଆନ୍ତର୍ଜାତୀୟ ଗୁପ୍ତଚର ରାକେଟ୍ ସହିତ ଜଡିତ। ଯେଉଁଥିରେ ପାକିସ୍ତାନ ଭିତ୍ତିକ ଗୁପ୍ତଚରମାନେ ଭାରତୀୟ ନୌସେନାର ଜାହାଜ ଏବଂ ବୁଡ଼ାଜାହାଜ ତଥା ଅନ୍ୟାନ୍ୟ ପ୍ରତିରକ୍ଷା ପ୍ରତିଷ୍ଠାନର ଅବସ୍ଥାନ,ଗତିବିଧି ସମ୍ବନ୍ଧରେ ନଜର ରଖୁଥିଲେ। ଏବଂ ବିଭିନ୍ନ ସମ୍ବେଦନଶୀଳ ତଥା ବର୍ଗୀକୃତ ତଥ୍ୟ ସଂଗ୍ରହ ପାଇଁ ଭାରତରେ ଏଜେଣ୍ଟ ନିଯୁକ୍ତ କରିଥିଲେ।

ଅନୁସନ୍ଧାନରୁ ଜଣାପଡିଛି ଯେ ଫେସବୁକ୍, ହ୍ବାଟସାସ୍ ଆପ୍ ଭଳି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟମାନଙ୍କ ସହ କିଛି ନୌସେନା କର୍ମଚାରୀ ଯୋଗାଯୋଗ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.