ETV Bharat / bharat

କେରଳ ସୁନା ଚୋରା ଚାଲାଣ ମାମଲା: ପୁଣି 4 ଜଣଙ୍କୁ ଗିରଫ କଲା ଏନଆଇଏ

author img

By

Published : Aug 15, 2020, 12:24 AM IST

କେରଳ ସୁନା ଚୋରା ଚାଲାଣ ମାମଲାରେ ଗୁରୁବାର ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗିରଫ କରିଛି । ଏନେଇ ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି ।

କେରଳ ସୁନା ଚୋରା ଚାଲାଣ ମାମଲା: ପୁଣି 4 ଜଣଙ୍କୁ ଗିରଫ କଲା ଏନଆଇଏ
କେରଳ ସୁନା ଚୋରା ଚାଲାଣ ମାମଲା: ପୁଣି 4 ଜଣଙ୍କୁ ଗିରଫ କଲା ଏନଆଇଏ

ମାଲାପୁରମ / କୋଝିକୋଡେ: କେରଳ ସୁନା ଚୋରା ଚାଲାଣ ମାମଲାରେ ଗୁରୁବାର ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗିରଫ କରିଛି । ଏନେଇ ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି ।

ଏନଆଇଏ ଗିରଫ କରିଥିବା ଅଭିଯୁକ୍ତମାନେ ମହମ୍ମଦ ଅନୱାର, ହାମଜାଥ ଆବଦୁ ସଲାମ, ସମଜୁ ଏବଂ ହାମଜାଦ ଅଲି ବୋଲି ଜଣାପଡିଛି। ଏନେଇ ଶୁକ୍ରବାର ମାଲାପୁରାମ ଏବଂ କୋଝିକୋଡେରେ ଥିବା 6ଟି ସ୍ଥାନରେ ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ବିଭିନ୍ନ ଡିଜିଟାଲ ଉପକରଣ ଏବଂ ଅପରାଧିକ ଦଲିଲ ଜବତ କରାଯାଇଛି ବୋଲି ଏନଆଇଏ ପ୍ରକାଶ କରିଛି ।

ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଜଲାଲ ଏମ, ମହମ୍ମଦ ଶାଫି, ସୟଦ ଆଲାଭି ଏବଂ ଅବଦୁ ପିଟି ପ୍ରକାଶ କରିଛନ୍ତି ଯେ, ମହମ୍ମଦ ଅନୱାର ଟିଏମ, ହମଜାତ ଅବଦୁ ସଲାମ, ସାମଜୁ ଟିଏମ ଏବଂ ହାମଜାଦ ଅଲି ଭାରତରେ ସୁନା କ୍ରୟ ତଥା ଚୋରା ଚାଲାଣ ପାଇଁ ପାଣ୍ଠି ଯୋଗାଇ ଦେଇଛନ୍ତି । ଏପର୍ଯ୍ୟନ୍ତ ଏନଆଇଏ କେରଳ ସୁନା ଚୋରା ଚାଲାଣ ମାମଲାରେ 20 ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ଜାରି ରହିଛି ବୋଲି ଏନଆଇଏ କହିଛି।

ରାଜ୍ୟର କୂଟନୈତିକ ଚ୍ୟାନେଲ ଜରିଆରେ ସୁନା ଚୋରା ଚାଲାଣ କରାଯାଉଥିବା ତଥ୍ୟ ଏହି ମାମଲାରେ ସାମ୍ନାକୁ ଆସିଛି । ଉଲ୍ଲେଖଯୋଗ୍ୟ, ଜୁଲାଇ 5ତାରିଖରେ ଥିରୁବନନ୍ତପୁରମରେ କଷ୍ଟମ୍ସ ଦ୍ବାରା 14.82 କୋଟି ଟଙ୍କାର 30 କିଲୋଗ୍ରାମ ସୁନା ଚୋରା ଚାଲାଣ ବେଳେ ଧରାପଡିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.