ETV Bharat / bharat

ଦିଲ୍ଲୀ ସରକାର, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ NHRCର ନୋଟିସ - ଜାତୀୟ ମାନବ ଅଧିକାର କମିଶନ

ଦିଲ୍ଲୀରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବା ସମ୍ପର୍କରେ ଅଭିଯୋଗ କରି ଜାତୀୟ ମାନବ ଅଧିକାର କମିଶନ (NHRC) ଦିଲ୍ଲୀ ସରକାର ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛି । ଅଧିକ ପଢନ୍ତୁ...

ଦିଲ୍ଲୀ ସରକାର, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ NHRCର ନୋଟିସ

author img

By

Published : Jun 11, 2020, 2:32 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବା ସମ୍ପର୍କରେ ଅଭିଯୋଗ କରି ଜାତୀୟ ମାନବ ଅଧିକାର କମିଶନ (NHRC) ଦିଲ୍ଲୀ ସରକାର ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ନୋଟିସ ଜାରି କରିଛି । କୋରୋନା ରୋଗୀଙ୍କ ପାଇଁ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଅଭାବ ସହ କମ ନମୁନା ପରୀକ୍ଷଣ ଦ୍ବାରା ଅବ୍ୟବସ୍ଥା ସୃଷ୍ଟି ହୋଇଥିବା କମିଶନ ଦର୍ଶାଇଛି । ଫଳରେ ବହୁ ଲୋକଙ୍କ ମୃତ୍ୟୁ ଘଟିଥିବା ଏନଏଚଆରସି କହିଛି ।

ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଅଜୟ ମାକେନଙ୍କ ଅଭିଯୋଗ ପରେ କମିଶନ ଏହି ନିର୍ଦ୍ଦେଶାନାମା ଜାରି କରିଛି ।

କମିଶନ ପକ୍ଷରୁ କୁହାଯାଇଛି, ‘ମାକେନ କେବଳ ଅଭିଯୋଗ କରିନାହାନ୍ତି ବରଂ ସେ ତାଙ୍କ ଅଭିଯୋଗ ଅନୁସାରେ ତଥ୍ୟ ପ୍ରଦାନ କରିବାକୁ ଉଦ୍ୟମ କରିଛନ୍ତି । ଯଦି ଏହା ସତ୍ୟ ହୋଇଥାଏ ତେବେ ସରକାରୀ କଳକୁ ମାନବାଧିକାର ଉଲ୍ଲଂଘନ ପାଇଁ ଅଙ୍ଗୁଳି ନିର୍ଦ୍ଦେଶ କରାଯିବ ।’

ଅଭିଯୋଗ ଅନୁସାରେ, କୋରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶେଷ ରୀତିନୀତିରେ ବହୁ ବିଳମ୍ବ ଘଟିଛି । ଲକ୍ଷଣଯୁକ୍ତ ମୃତଦେହ ଚିହ୍ନଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ICMR ନିୟମ ଉଲ୍ଲଂଘନ କରାଯାଇଥିବା କଥା ଉଲ୍ଲେଖ କରାଯାଇଛି । ଯାହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି କମିଶନ କହିଛି ।

ଦଶଦିନ ମଧ୍ୟରେ ଏ ସଂକ୍ରାନ୍ତରେ ପରସ୍ପର ସହ ପରାମର୍ଶ କରି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ମାନବାଧିକାର କମିଶନ ଉଭୟ ଦିଲ୍ଲୀ ସରକାର ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.