ସିମଲା: ପ୍ରବଳ ତୁଷାରପାତରେ ବନ୍ଦ ହେଲା କିନ୍ନୌର ଜିଲ୍ଲା ଅନ୍ତର୍ଗତ 5 ନମ୍ବର ଜାତୀୟ ରାଜପଥ । ବୁଧବାର ରାତିରେ କିନ୍ନୌର ଜିଲ୍ଲା ଅନ୍ତର୍ଗତ ରାଲି ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ଜାତୀୟ ରାଜପଥ 5 ବନ୍ଦ ହୋଇଯାଇଛି । ଏହାଛଡା ହିମାଞ୍ଚଳ ପ୍ରଦେଶର କୁଫ୍ରି, ନରକାଣ୍ଡା ଏବଂ ଖରାପାଠ ଭଳି ଅଞ୍ଚଳରେ ବି ତୁଷାରପାତ ହୋଇଥିଲା ।
ରାଜ୍ୟ ରାଜଧାନୀ ଶିମଲାରେ ରାତିସାରା ବର୍ଷା ଲାଗି ରହିଥିଲା । ବର୍ଷା ଓ ତୁଷାରପାତ ଯୋଗୁଁ ରାଜ୍ୟର ତାପମାତ୍ରା ହ୍ରାସ ହେବା ସହିତ ଶୀତର ଲହରୀ ଖେଳିଯାଇଛି । ସେହିଭଳି ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘୁଆ ରହିବା ନେଇ ଗୁରୁବାର ପାଣିପାଗ ବିଭାଗ ସୂଚନା ଦେଇଛି ।
@ANI