ETV Bharat / bharat

ବିବାଦୀୟ ପୋଲାଭରମ ପ୍ରସଙ୍ଗ, ଯୁଗ୍ମ କମିଟିକୁ NGTର ନିର୍ଦ୍ଦେଶ - ପୋଲାଭରମ ପ୍ରସଙ୍ଗ

ବିବାଦୀୟ ପୋଲାଭରମ ପ୍ରକଳ୍ପ ବାବଦରେ ପୁଣି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଦେଲେ ନିର୍ଦ୍ଦେଶ । 2 ମାସ ମଧ୍ୟରେ ଯୁଗ୍ମ କମିଟି ସମ୍ପୃକ୍ତ ରାଜ୍ୟ ମାନଙ୍କ ସହ ବୈଠକ ସାରି ନିଷ୍କର୍ସ ଜଣାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ବିବାଦୀୟ ପୋଲାଭରମ ପ୍ରସଙ୍ଗ, ଯୁଗ୍ମ କମିଟିକୁ NGTର ନିର୍ଦେଶ

author img

By

Published : Sep 19, 2020, 8:44 PM IST

ଭୁବନେଶ୍ବର: ବିବାଦୀୟ ପୋଲାଭରମ ପ୍ରକଳ୍ପ ବାବଦରେ ପୁଣି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଦେଲେ ନିର୍ଦ୍ଦେଶ । ଚାରି ଜଣିଆ ଯୁଗ୍ମ କମିଟିର 9ଟି ପ୍ରସ୍ତାବରୁ 8 ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏନଜିଟି । ସେଥିମଧ୍ୟରୁ ମାମଲାକୁ ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର ପାଇଁ ଦେଇଥିବା ସୁପାରିସକୁ ଗ୍ରହଣ କରିନାହାନ୍ତି । ତେବେ ଟ୍ରିବ୍ୟୁନାଲ କହିଛନ୍ତି, କମିଟି ଆନ୍ଧ୍ରପ୍ରଦେଶର ଜଳ ସମ୍ପଦ ବିଭାଗ, CWC ଏବଂ ପୋଲାଭରମ ପ୍ରକଳ୍ପ ଅଧିକାରୀଙ୍କ ସହ ତେଲେଙ୍ଗାନା, ଓଡିଶା ଏବଂ ଛତିଶଗଡ଼ର ସରକାରଙ୍କ ସହ ମିଳିତ ବୈଠକ ଅନୁଷ୍ଠିତ କରିବ ।

ସେହିପରି ଉପରୋକ୍ତ ରାଜ୍ୟ ଗୁଡିକ ସହ 2 ମାସ ମଧ୍ୟରେ ବୈଠକ ସାରି ସମସ୍ୟା ସମ୍ବନ୍ଧରେ ଅବଗତ କରିବାକୁ ମଧ୍ୟ ଯୁଗ୍ମ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ପୂର୍ବରୁ ମହାନଦୀ ଜଳବିବାଦ ନେଇ ତତ୍କାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀଙ୍କ ଉପସ୍ଥିତିରେ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବୈଠକରେ ଆଲୋଚନା ହୋଇଥିଲା ।

ହେଲେ ଏଥିରୁ କିଛି ନିର୍ଯ୍ୟାସ ବାହାରିପାରିନାହିଁ କି ବିବାଦର ଏଯାଏଁ ସମାଧାନ ହୋଇପାରିନି । ସେହିପରି କାବେରୀ ନଦୀ ଜଳ ବଣ୍ଟନକୁ ନେଇ କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ଆଲୋଚନାରୁ ନିଷ୍କର୍ସ ବାହାରିପାରିନାହିଁ । ଏପରିସ୍ଥିତିରେ ପୋଲାଭରମ ପ୍ରକଳ୍ପ ବାବଦରେ ମିଳିତ ବୈଠକ କେତେଦୂର ଫଳପ୍ରଦ ହେଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.