ETV Bharat / bharat

ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ 22 ଜୁଲାଇରେ ନେବେ ଶପଥ - ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଶପଥ

ରାଜ୍ୟସଭାର ନବ ନିର୍ବାଚିତ ସଦସ୍ୟମାନେ ଜୁଲାଇ 22 ରେ ହାଉସ ଚାମ୍ବରରେ ଶପଥ ଗ୍ରହଣ କରିବା ନେଇ ସୂତ୍ରରୁ ଶୁକ୍ରବାର ପ୍ରକାଶିତ ହୋଇଛି । ଇଣ୍ଟର- ସେସନ ସମୟରେ ହାଉସ ଚାମ୍ବରରେ ସଦସ୍ୟଙ୍କ ଶପଥ ଗ୍ରହଣ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ । ଫଳରେ ଶାରୀରିକ ଦୂରତା ବଜାୟ ରହିବ ବୋଲି ଅଧିକାରୀମାନେ ସୂଚିତ କରିଛନ୍ତି ।

Rajya Sabha
Rajya Sabha
author img

By

Published : Jul 17, 2020, 4:19 PM IST

ନୂଆଦିଲ୍ଲୀ: ରାଜ୍ୟସଭାର ନବ ନିର୍ବାଚିତ ସଦସ୍ୟମାନେ ଜୁଲାଇ 22 ରେ ହାଉସ ଚାମ୍ବରରେ ଶପଥ ଗ୍ରହଣ କରିବା ନେଇ ସୂତ୍ରରୁ ଶୁକ୍ରବାର ପ୍ରକାଶିତ ହୋଇଛି । ଇଣ୍ଟର- ସେସନ ସମୟରେ ହାଉସ ଚାମ୍ବରରେ ସଦସ୍ୟଙ୍କ ଶପଥ ଗ୍ରହଣ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ । ଫଳରେ ଶାରୀରିକ ଦୂରତା ବଜାୟ ରହିବ ବୋଲି ଅଧିକାରୀମାନେ ସୂଚିତ କରିଛନ୍ତି ।

ରାଜ୍ୟସଭା ଅଧିବେଶନରେ ନଥିବାବେଳେ ସାଧାରଣତଃ ଅଧିବେଶନ ସମୟରେ କିମ୍ବା ରାଜ୍ୟସଭା ଅଧ୍ୟକ୍ଷଙ୍କ ଚାମ୍ବରରେ ଶପଥ ଗ୍ରହଣ କରାଯାଏ । ସୂଚନା ଯେ, ନିକଟରେ 20 ରାଜ୍ୟରୁ ଷାଠିଏ ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।ରାଜ୍ୟସଭା ଅଧିକାରୀ କହିଛନ୍ତି ଯେ ଶପଥ ଗ୍ରହଣ ସମାରୋହରେ ପ୍ରତ୍ୟେକ ସଦସ୍ୟଙ୍କୁ କେବଳ ଜଣେ ଅତିଥିଙ୍କ ସହ ଯୋଗଦେବାକୁ ଅନୁମତି ଦିଆଯିବ ।

ଉଭୟ ରାଜ୍ୟସଭା ଓ ଲୋକସଭାର ବିଭାଗ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟିଗୁଡ଼ିକର ବୈଠକ ପୁନଃ ଆରମ୍ଭ ଏବଂ ନୂତନ ସଭାରେ ଅଂଶଗ୍ରହଣ କରିବାକୁ ନୂତନ ସଦସ୍ୟଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟସଭାର ମୁଖ୍ୟ ଶାସନ ସଚିବ ସମସ୍ତ ନୂତନ ନିର୍ବାଚିତ ସଦସ୍ୟଙ୍କୁ ଜୁଲାଇ 22 ରେ ଶପଥ ଗ୍ରହଣ ବିଷୟରେ ସୂଚନା ଦେଇ ଚିଠି ଲେଖିଛନ୍ତି ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.