ETV Bharat / bharat

ଏମିତି ମିଳିପାରିବ ସ୍ବାଧୀନ ବିଦ୍ୟୁତ ଶକ୍ତି...

author img

By

Published : Aug 23, 2019, 10:20 AM IST

ଷ୍ଟାନଫୋର୍ଡର ଅନୁସନ୍ଧାନକାରୀ ଟିମ୍‌ର କହିବା ମୁତାବକ ଲୁଣି ଓ ମିଠା ଜଳ ବା ଫ୍ରେସ ୱାଟରର ମିଶ୍ରଣ ବିଦ୍ୟୁତ ଉତ୍ପାଦନ ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ହୋଇପାରେ । ଏହାଦ୍ବାରା ଏପରି ଶକ୍ତିର ଉତ୍ପାଦନ କରାଯାଇପାରେ ଯାହା ଉତ୍ପାଦନ ପାଇଁ କୌଣସି ବାହ୍ୟ ଶକ୍ତି ବା ସହାୟକର ଆବଶ୍ୟକତା ନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ବିଦ୍ୟୁତ ଶକ୍ତିର ରହିଛି ଅନେକ ଡିମାଣ୍ଡ । ବିନା ବିଦ୍ୟୁତ ଶକ୍ତିରେ ସତେ ଯେମିତି ଅଚଳ ହୋଇ ପଡୁଛି ଜୀବନ ଯାତ୍ରା । ପ୍ରତିଟି କାର୍ଯ୍ୟରେ ବିଦ୍ୟୁତର ବ୍ୟବହାର ଅପରିହାର୍ଯ୍ୟ । ତେଣୁ ନିତିଦିନ ଜୀବନର ଏକ ମୁଖ୍ୟ ଅଙ୍ଗ ପାଲଟିଛି ବିଦ୍ୟୁତ ଶକ୍ତି । ହେଲେ ଆବଶ୍ୟକତା ଅନୁଯାୟୀ ଧିରେ ଧିରେ କମିବାରେ ଲାଗିଛି ବିଦ୍ୟୁତ ଉତ୍ପାଦନର ପରିମାଣ । କେଉଁଠାରେ ଆବଶ୍ୟକୀୟ କଞ୍ଚାମାଲର ଅଭାବ ଦେଖା ଯାଉଥିବା ବେଳେ କେଉଁଠାରେ ପୁଣି ଅଭାବ ଅର୍ଥ ।

ଏସମସ୍ତ ଅସୁବିଧାକୁ ନଜରରେ ରଖି ଅନୁସନ୍ଧାନକାରୀମାନେ ଆଣିଛନ୍ତି ଏକ ନୂଆ ଉପାୟ । ଯାହା ସାହାଯ୍ୟରେ କମ୍‌ ଖର୍ଚ୍ଚ ଓ କମ୍‌ ଶାରିରୀକ ଶକ୍ତିର ପ୍ରୟୋଗରେ ଉତ୍ପାଦନ ହୋଇପାରିବ ବିଦ୍ୟୁତ ଶକ୍ତି । ସଭିଏଁ ଜାଣନ୍ତି କି, ଲୁଣ ହେଉଛି ଏକ ବିଦ୍ୟୁତ ସୁପରିଚାଳକ । ସେହିପରି ବିଶୁଦ୍ଧ ଜଳ ମଧ୍ୟ ବିଦ୍ୟୁତ ସୁପରିବାହକ । ତେଣୁ ଉଭୟର ମିଶ୍ରଣରେ ବିଦ୍ୟୁତ ଉତ୍ପାଦନ କରାଯାଇ ସମସ୍ୟାର ସମାଧାନ କରାଯାଇପାରେ ବୋଲି ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି ।

ଏନେଇ ଷ୍ଟାନଫୋର୍ଡର ଏକ ଅନୁସନ୍ଧାନକାରୀ ଟିମ୍‌ର କହିବା ମୁତାବକ ଲୁଣି ଓ ମିଠା ଜଳ ବା ଫ୍ରେସ ୱାଟରର ମିଶ୍ରଣ ବିଦ୍ୟୁତ ଉତ୍ପାଦନ ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ହୋଇପାରେ । ଏହାଦ୍ବାରା ଏପରି ଶକ୍ତିର ଉତ୍ପାଦନ କରାଯାଇପାରେ ଯାହା ଉତ୍ପାଦନ ପାଇଁ କୌଣସି ବାହ୍ୟ ଶକ୍ତି ବା ସହାୟକର ଆବଶ୍ୟକତା ନାହିଁ । ଉଭୟ ଲୁଣ ଓ ଜଳର ବିଦ୍ୟୁତ ସୁପରିବାହକ ଗୁଣ ଯୋଗୁଁ ଡିସ୍‌ଚାର୍ଜିଂ ଓ ରିଚାର୍ଜିଂର ପ୍ରକ୍ରିୟା ସ୍ବତଃପ୍ରବୃତ୍ତ ଭାବେ ଚାଲିଥାଏ । ଫଳରେ ବାହ୍ୟ ଶକ୍ତି ବା ସହାୟକ କୌଣସି ଆବଶ୍ୟକ ପଡେ ନାହିଁ ।

ତେଣୁ ସେମାନେ ଏକ ଏପରି ବ୍ୟାଟେରୀ ପ୍ରସ୍ତୁତ କରିଛନ୍ତି ଯାହା ଶସ୍ତା ଓ ଦୀର୍ଘସ୍ଥାୟୀ କଞ୍ଚାମାଲକୁ ନେଇ ପ୍ରସ୍ତୁତ ହୋଇପାରେ । ଏଥିସହ ଏହି ବ୍ୟାଟେରୀ ସାହାଯ୍ୟରେ ଲୁଣି ଓ ମିଠା ଜଳର ମିଶ୍ରଣ ସ୍ଥାନରୁ ଶକ୍ତି ଉତ୍ପାଦନ କରାଯାଇପାରେ । ଏହି ଟେକ୍ନୋଲୋଜି ସାହାଯ୍ୟରେ ତଟବର୍ତ୍ତୀ ଆବର୍ଜନାଯୁକ୍ତ ଜଳ ଉପଚାର ପ୍ଲାଣ୍ଟରୁ ସ୍ବାଧୀନ ଓ କାର୍ବନ ନିରପେକ୍ଷ ଶକ୍ତି ଉତ୍ପାଦନ କରାଯାଇପାରିବ ।

‘ବ୍ଲୁ ଏନର୍ଜି’ ବୋଲି ସମ୍ବୋନ୍ଧନ କରାଯାଉଥିବା ଏହି ବିଷୟରେ ନିକଟରେ ସବିଶେଷ ବିବରଣୀ ଆମେରିକାନ କେମିକାଲ ସୋସାଇଟିର ଏସିଏସ ଓମେଗା ପେପରରେ ସ୍ଥାନ ପାଇଥିଲା । ଯେଉଁଥିରେ ଅନୁସନ୍ଧାନକାରୀଙ୍କ ଦ୍ବାରା ଖୋଜାଯାଇଥିବା ବ୍ୟାଟେରୀର କାର୍ଯ୍ୟପ୍ରଣାଳୀ ବର୍ଣ୍ଣନା କରାଯାଇଛି । ଏଥିସହ ବ୍ୟାଟେରୀ ସାହାଯ୍ୟରେ କିପରି ସ୍ବାଧୀନ ଭାବେ ଶକ୍ତି ଉତ୍ପାଦନ କରାଯାଇପାରେ, ତାହା ଉଲ୍ଲେଖ ରହିଛି ।

ଅନୁସନ୍ଧାନକାରୀମାନେ ବ୍ୟାଟେରୀର ପ୍ରୋଟୋଟାଇପକୁ ନେଇ କେତେକ ପରୀକ୍ଷା ମଧ୍ୟ କରିଥିଲେ । ପରୀକ୍ଷାରେ ଅନୁସନ୍ଧାନକାରୀମାନେ ପ୍ରତି ଘଣ୍ଟାରେ ଆବର୍ଜନାଯୁକ୍ତ ଜଳ ଓ ସମୂଦ୍ର ଜଳକୁ ବଦଳାଇ ବ୍ୟାଟେରୀର ଶକ୍ତି ଉତ୍ପାଦନ କ୍ଷମତାକୁ ରେକର୍ଡ କରିଥିଲେ । ଯେଉଁଥିରେ 180ଟି ସାଇକେଲରେ ବ୍ୟାଟେରୀର ମ୍ୟାଟେରିଆଲ ପ୍ରାୟ 97 ପ୍ରତିଶତ ପର୍ଯ୍ୟନ୍ତ ଉନ୍ନତମାନର ଶକ୍ତି ଉତ୍ପାଦନ କରିବାରେ ସକ୍ଷମ ହୋଇଥିଲା ।

ଏହାଦ୍ବାରା ସ୍ପଷ୍ଟ ହୋଇଥିଲା କି ଯେଉଁ ସ୍ଥାନରେ ଲୁଣି ଓ ମିଠା ଜଳର ମିଶ୍ରଣ ରହିବ, ସେଠାରେ ଏହି ବ୍ୟାଟେରୀ ସାାହାଯ୍ୟରେ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ । ଯାହା ଦ୍ବାରା ୟୁ.ଏସ୍‌. ଇଲେକ୍ଟ୍ରିକାଲ ବ୍ରୋଡର ପ୍ରାୟ 3 ପ୍ରତିଶତ ପର୍ଯ୍ୟନ୍ତ ଶକ୍ତି ଉତ୍ପାଦନ କରାଯାଇପାରିବ ।

ସୂଚନା ମୁତାବକ ସାମୂଦ୍ରିକ ଜଳ ସହ ମିଶୁଥିବା ପ୍ରତି କ୍ୟୁବିକ ମିଟର ମିଠା ବା ଫ୍ରେସ ଜଳ ଦ୍ବାରା ଘଣ୍ଟାପ୍ରତି ପ୍ରାୟ 0.65 କିଲୋୱାଟର ଶକ୍ତି ଉତ୍ପାଦନ କରାଯାଇପାରେ । ଯାହା ଆମେରିକାରେ ଗୋଟିଏ ଘରକୁ ପ୍ରାୟ 30 ମିନିଟ ପର୍ଯ୍ୟନ୍ତ ଆଲୋକିତ କରିପାରେ । ଏହିପରି ଭାବେ ତଟବର୍ତ୍ତୀ ଆବର୍ଜନାଯୁକ୍ତ ଜଳ ଉପଚାର ପ୍ଲାଣ୍ଟରୁ ପ୍ରାୟ 18 ଗିଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ । ଯାହା ବର୍ଷକୁ ପ୍ରାୟ 1700 ଘରକୁ ବିଜୁଳି ଯୋଗାଇ ପାରିବ ।

ଷ୍ଟାନଫୋର୍ଡ ଅନୁସନ୍ଧାନକାରୀ ଟିମ୍‌ ଦ୍ବାରା ଖୋଜାଯାଇଥିବା ଏହି ବ୍ୟାଟେରୀ ପ୍ରଥମ ନୁହେଁ ଯାହା ବ୍ଲୁ ଏନର୍ଜିକୁ ନୂଆ ସଂଜ୍ଞା ଯୋଗାଏ । କିନ୍ତୁ ଏହା ପ୍ରଥମ ବ୍ୟାଟେରୀ ବା ଉପଲବ୍ଧି ଯାହା ବାହ୍ୟ ଶକ୍ତି ବା ମେମ୍ବ୍ରେନ ବଦଳରେ ବ୍ୟାଟେରୀ ଏଲୋକ୍ଟ୍ରୋକେମିଷ୍ଟ୍ରି ବ୍ୟବହାରରେ ଶକ୍ତି ଉତ୍ପାଦନ କରିବାରେ ସକ୍ଷମ ।

ଏହି ପ୍ରକ୍ରିୟାରେ ପ୍ରଥମେ ବ୍ୟାଟେରୀ ଇଲେକ୍ଟୋଡରୁ ସଲ୍ୟୁସନରେ ସୋଡିୟମ ଓ କ୍ଲୋରାଇଡ ଆୟନ ରିଲିଜ ହୋଇଥାଏ । ଫଳରେ ବିଦ୍ୟୁତ୍‌ ଶକ୍ତି ଗୋଟିଏ ଇଲେକ୍ଟ୍ରୋଡରୁ ଅନ୍ୟ ଇଲେକ୍ଟ୍ରୋଡକୁ ପ୍ରବାହିତ ହୋଇଥାଏ । ପରେ ଆବର୍ଜନାଯୁକ୍ତ ଜଳ ଓ ସାମୂଦ୍ରିକ ଜଳର ମିଶ୍ରଣ ଫଳରେ ଇଲେକ୍ଟ୍ରୋଡରୁ ପୁଣି ସୋଡିୟମ ଓ କ୍ଲୋରାଇଡ ଆୟନ ଉତ୍ପନ୍ନ ହୋଇଥାଏ ଏବଂ ବିପରୀତ ଦିଗରେ ବିଦ୍ୟୁତ ପ୍ରବାହିତ ହେବା ଆରମ୍ଭ ହୋଇଥାଏ । ଏହି ପ୍ରକ୍ରିୟା ଜରିଆରେ ବିଦ୍ୟୁତ ଡିସ୍‌ଚାର୍ଜ ଓ ରିଚାର୍ଜ ପ୍ରକ୍ରିୟା ସ୍ବତଃପ୍ରବୃତ୍ତ ଭାବେ ଚାଲିଥାଏ ।

ଏହି ବ୍ୟାଟେରୀରେ ବ୍ୟବହୃତ ଇଲେକ୍ଟ୍ରୋଡ ପ୍ରୁସିଆନ ବ୍ଲୁ ଦ୍ବାରା ପ୍ରସ୍ତୁତ ହେଉଥିବା ବେଳେ ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି 1ଡଲାରରୁ କମ୍‌ । ପ୍ରୁସିଆନ ବ୍ଲୁ ସହ ମିଶ୍ରିତ ପୋଲିପାଇରୋଲ ମଧ୍ୟ ବ୍ୟାଟେରୀରେ ବ୍ୟବହୃତ ହୋଇଥାଏ । ଯାହାର ମୂଲ୍ୟ କିଲୋଗ୍ରାମ ପ୍ରତି 3 ଡଲାରରୁ କମ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

xx

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.