ETV Bharat / bharat

ଦିଲ୍ଲୀରେ ଆରମ୍ଭ ହେଲା ଆଣ୍ଟିଜେନ ପରୀକ୍ଷା, 242 କଣ୍ଟେନମେଣ୍ଟ ଜୋନରେ ହେବ ଟେଷ୍ଟିଂ - ଦିଲ୍ଲୀରେ ଆରମ୍ଭ ହେଲା ଆଣ୍ଟିଜେନ ପରୀକ୍ଷା,

ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି (ଗୁରୁବାର) ରାଜଧାନୀରେ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି। ଖୁବ୍ କମ୍ ସମୟ ମଧ୍ୟରେ ଏହି ପରୀକ୍ଷଣରୁ କୋରୋନା ରିପୋର୍ଟ ଆସିପାରିବ ।

ଦିଲ୍ଲୀରେ ଆରମ୍ଭ ହେଲା ଆଣ୍ଟିଜେନ ପରୀକ୍ଷା
ଦିଲ୍ଲୀରେ ଆରମ୍ଭ ହେଲା ଆଣ୍ଟିଜେନ ପରୀକ୍ଷା
author img

By

Published : Jun 18, 2020, 5:09 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଦ୍ରୁତ ଗତିରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି (ଗୁରୁବାର) ରାଜଧାନୀରେ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି । ଖୁବ୍ କମ୍ ସମୟ ମଧ୍ୟରେ ଏହି ପରୀକ୍ଷଣରୁ କୋରୋନା ରିପୋର୍ଟ ଆସିପାରିବ । ଦିଲ୍ଲୀର ପ୍ରଥମ ଆଣ୍ଟିଜେନ୍ ପରୀକ୍ଷା ସେକ୍ଟର 4ରେ ଥିବା ରତ୍ନାକର ଆପାର୍ଟମେଣ୍ଟରେ କରାଯାଇଥିଲା ।

ଦିଲ୍ଲୀରେ ଆରମ୍ଭ ହେଲା ଆଣ୍ଟିଜେନ ପରୀକ୍ଷା
ଦିଲ୍ଲୀରେ ଆରମ୍ଭ ହେଲା ଆଣ୍ଟିଜେନ ପରୀକ୍ଷା

କଣ୍ଟେନମେଣ୍ଟ ଜୋନ୍, ହଟସ୍ପଟ୍ ଓ ଡାକ୍ତରଖାନାରେ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା କରାଯିବ ଯାହା ଦ୍ବାରା କୋରୋନା ସଂକ୍ରମିତ ଲୋକଙ୍କୁ ଶୀଘ୍ର ଚିହ୍ନଟ କରାଯାଇପାରିବ । ଏଥିପାଇଁ ଦିଲ୍ଲୀରେ 169 ଟି କେନ୍ଦ୍ର କରାଯାଇଛି । ଏହା 30 ମିନିଟରୁ ଏକ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବ । ଅନ୍ୟପକ୍ଷେ ଆରଟି-ପିସିଆର ପରୀକ୍ଷାରେ ଫଳାଫଳ 5 ଘଣ୍ଟା ପରେ ଆସୁଥିଲା ।

ଏହାପୂର୍ବରୁ ଗୃହ ମନ୍ତ୍ରଣାଳୟ ବୁଧବାର ଦେଇଥିବା ଏକ ବିବୃତ୍ତିରେ କହିଛି ଯେ ଦିଲ୍ଲୀର ଅନେକ ଅଞ୍ଚଳରେ ସ୍ବାସ୍ଥ୍ୟ ସର୍ଭେ ମଧ୍ୟ ଆରମ୍ଭ ହୋଇଛି । ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ 242 କଣ୍ଟେନମେଣ୍ଟ ଜୋନ୍ ଅଛି ଯେଉଁଥିରେ ସମୁଦାୟ 2,30,466 ଜନସଂଖ୍ୟା ମଧ୍ୟରୁ 1,77,692 ଜଣଙ୍କୁ 15 ଏବଂ 16 ଜୁନରେ ପରୀକ୍ଷା କରାଯାଇଥିଲା । ଅବଶିଷ୍ଟ ଲୋକଙ୍କ ପରୀକ୍ଷା ଜୁନ 20 ସୁଦ୍ଧା ଶେଷ ହେବ।

ଅନ୍ୟପକ୍ଷେ ଦିଲ୍ଲୀର ସରକାର ଆରଟି-ପିସିଆର ପରୀକ୍ଷାର ମୂଲ୍ୟ ସ୍ଥିର କରାଯାଇଛି । ଏହାର ମୂଲ୍ୟ 2400ଟଙ୍କା ରହିବ । ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋସଦିଆ ଏନେଇ ଟ୍ବିଟ କରି ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.