ETV Bharat / bharat

କୃଷ୍ଣ ଜନ୍ମଭୂମି ମାମଲା: ଆସନ୍ତା 7ରେ ହେବ ଶୁଣାଣି

ମଥୁରା କୃଷ୍ଣ ଜନ୍ମଭୂମି ମାଲିକାନା ଅଧିକାର ଓ ମନ୍ଦିର ପରିସରକୁ ମସଜିଦ ମୁକ୍ତ କରିବାକୁ ଜିଲ୍ଲା କୋର୍ଟରେ 5ଟି ନୂତନ ପିଟିସନ ଦାଖଲ କରାଯାଇଛି । ଆସନ୍ତା 7 ତାରିଖରେ ମାମଲାର ରାୟ ପ୍ରକାଶ ପାଇବ । ଅଧିକ ପଢନ୍ତୁ...

new petition filed on srikrushna janmabhoomi case
କୃଷ୍ଣ ଜନ୍ମଭୂମି ମାମଲା: ଆସନ୍ତା 7 ରେ ହେବ ଶୁଣାଣି
author img

By

Published : Dec 10, 2020, 6:26 PM IST

ଲକ୍ଷ୍ନୌ: ମଥୁରା କୃଷ୍ଣ ଜନ୍ମଭୂମି ମାଲିକାନା ଅଧିକାର ଓ ମନ୍ଦିର ପରିସରକୁ ମସଜିଦ ମୁକ୍ତ କରିବାକୁ ଜିଲ୍ଲା କୋର୍ଟରେ ଗୁରୁବାର 5 ଟି ନୂତନ ପିଟିସନ ଦାଖଲ କରାଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା ବର୍ଷ ଅର୍ଥାତ 2021 ଜାନୁୟାରୀ 7 ତାରିଖରେ ହେବ । ମାମଲାରେ ମୋଟ ନଅ ଜଣଙ୍କୁ ପକ୍ଷଭୁକ୍ତ କରାଯିବ ।

କୃଷ୍ଣ ଜନ୍ମଭୂମି ମାମଲା: ଆସନ୍ତା 7 ରେ ହେବ ଶୁଣାଣି

ମୋଟ 13.37 ଏକର ଜମିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ନିର୍ମିତ । ଯେଉଁଥିରେ 11 ଏକର କୃଷ୍ଣ ଜନ୍ମଭୂମି ଲୀଳା ମଞ୍ଚ ଓ ଭାଗବତ ଭବନ ଏବଂ 2.37 ଏକର ଜମିରେ ଶାହି ଇଦଗାହ ମସଜିଦ ନିର୍ମାଣ ହୋଇଛି । ଏଣୁ ଶ୍ରୀକୃଷ୍ଣ ଜନ୍ମଭୂମି ପରିସର ଭିତରୁ ଏହି ମସଜିଦକୁ ଉଚ୍ଛେଦ କରିବାକୁ ହରିଶଙ୍କର ଜେନ, ବିଷ୍ଣୁ ଶଙ୍କର ଜେନ, ରଞ୍ଜନା ଅଗ୍ନିହୋତ୍ରି ସମେତ 5 ଜଣ ଓକିଲ ଏନେଇ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଛନ୍ତି । ତେବେ ଏହି ମାମଲାର ଶୁଣାଣି ଆସନ୍ତା 7 ତାରିଖରେ ହେବାକୁ ଥିବା ଶ୍ରୀକୃଷ୍ଣ ଜନ୍ମଭୂମି ସେବା ସଚିବ କପିଲ ଶର୍ମା ଜଣାଇଛନ୍ତି ।

ସେପଟେ ଜନ୍ମଭୂମି ମାଲିକାନା ଅଧିକାର ଓ ମସଜିଦ ଉଚ୍ଛେଦ ଦାବିକୁ ନେଇ କୃଷ୍ଣ ଭକ୍ତ ଅଜୟ ଗୋୟେଲ, ବିରେନ୍ଦ୍ର ଅଗ୍ରଓ୍ବାଲ, ଡ଼ କେଶବାଚାର୍ଯ୍ୟ, ବିଜେନ୍ଦ୍ର ପୋଇଆ, ଯୋଗେଶ ଉପାଧ୍ୟାୟ ଏହି ମାମଲାରେ ସେମାନଙ୍କୁ ପକ୍ଷଭୁକ୍ତ କରିବାକୁ କୋର୍ଟରେ ଏକ ପ୍ରାର୍ଥନା ପତ୍ର ଦାଖଲ କରିଛନ୍ତି । ଯାହାକୁ ମିଶାଇ ମୋଟ 9 ପକ୍ଷକୁ ପକ୍ଷଭୁକ୍ତ କରାଯାଇଛି । ଏହି 9 ଟି ପକ୍ଷଙ୍କ ଉପସ୍ଥିତିରେ ଆସନ୍ତା 7 ତାରିଖରେ ମାମଲାର ରାୟ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.