ETV Bharat / bharat

ନୂତନ ସ୍ବାଭାବିକତା: ମନେ ମନେ ଚିତ୍କାର କରନ୍ତୁ

author img

By

Published : Aug 4, 2020, 6:22 AM IST

ଲକ୍‌ଡାଉନ୍‌ କଟକଣା କୋହଳ କରିବା ସହିତ ଅର୍ଥନୈତିକ କାର୍ଯ୍ୟକ୍ରମର ପୁନରାରମ୍ଭ ଦିଗରେ ସମଗ୍ର ବିଶ୍ବ ପ୍ରୟାସକରୁଥିବା ସମୟରେ, ଏକଥା ନିଶ୍ଚିତ ଯେ, ‘ନୂତନ ସ୍ବାଭାବିକତା’ର ଏହି ବ୍ୟବସ୍ଥାରେ ସବୁ କିଛି ବିଲକୁଲ ପୂର୍ବ ଭଳି ହେବନାହିଁ ।ଗୋଟିଏ ପକ୍ଷରେ ପରିବହନ, ସ୍କୁଲ୍‌, ବ୍ୟବସାୟ ଏବଂ ମନୋରଞ୍ଜନ ପ୍ରଭୃତି କାର୍ଯ୍ୟଧାରାକୁ ସୁରକ୍ଷିତ ଭାବରେ ସଂପନ୍ନକରାଇବା ଲାଗି ବିଶ୍ବର ବିଭିନ୍ନ ଭାଗରେ କାର୍ଯ୍ୟରତ ପ୍ରଶାସନକୁ ଉପଯୁକ୍ତ ପରିବେଶ ସୁନିଶ୍ଚିତ କରିବାକୁ ପଡ଼ିବ ।ଅନ୍ୟପକ୍ଷରେ, ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ସହିତ ବିଚାରବୁଦ୍ଧିସଂପନ୍ନପ୍ରତିକ୍ରିୟା ବ୍ୟକ୍ତ କରିବାକୁ ହେବ ।

Scream inside your heart.
ନୂତନ ସ୍ବାଭାବିକତା: ମନେ ମନେ ଚିତ୍କାର କରନ୍ତୁ

ଲକ୍‌ଡାଉନ୍‌ କଟକଣା କୋହଳ କରିବା ସହିତ ଅର୍ଥନୈତିକ କାର୍ଯ୍ୟକ୍ରମର ପୁନରାରମ୍ଭ ଦିଗରେ ସମଗ୍ର ବିଶ୍ବ ପ୍ରୟାସକରୁଥିବା ସମୟରେ, ଏକଥା ନିଶ୍ଚିତ ଯେ, ‘ନୂତନ ସ୍ବାଭାବିକତା’ର ଏହି ବ୍ୟବସ୍ଥାରେ ସବୁ କିଛି ବିଲକୁଲ ପୂର୍ବ ଭଳି ହେବନାହିଁ ।ଗୋଟିଏ ପକ୍ଷରେ ପରିବହନ, ସ୍କୁଲ୍‌, ବ୍ୟବସାୟ ଏବଂ ମନୋରଞ୍ଜନ ପ୍ରଭୃତି କାର୍ଯ୍ୟଧାରାକୁ ସୁରକ୍ଷିତ ଭାବରେ ସଂପନ୍ନକରାଇବା ଲାଗି ବିଶ୍ବର ବିଭିନ୍ନ ଭାଗରେ କାର୍ଯ୍ୟରତ ପ୍ରଶାସନକୁ ଉପଯୁକ୍ତ ପରିବେଶ ସୁନିଶ୍ଚିତ କରିବାକୁ ପଡ଼ିବ ।ଅନ୍ୟପକ୍ଷରେ, ସାଧାରଣ ଲୋକଙ୍କୁ ମଧ୍ୟ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ସହିତ ବିଚାରବୁଦ୍ଧିସଂପନ୍ନପ୍ରତିକ୍ରିୟା ବ୍ୟକ୍ତ କରିବାକୁ ହେବ । ଜୁଲାଇ ମାସରେ ଜାପାନର ଥିମ୍‌ ପାର୍କ ଖୋଲିବା ସମୟରେ ଏ ସଂପର୍କିତ ଏକ ବାସ୍ତବଉଦାହରଣ ଦେଖିବାକୁ ମିଳିଥିଲା । କୋଭିଡ୍‌-19 ମୁକାବିଲା ନିମନ୍ତେ ଏହି ସବୁ ପାର୍କ ଅନେକ ଦିନ ଆଗରୁ, ଏମିତିକି ଫେବ୍ରୁଆରୀମାସରୁ ବନ୍ଦ ରହିଥିଲା । ଉଭୟ ଦର୍ଶକ ଏବଂ କର୍ମଚାରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜାପାନର ପ୍ରମୁଖଥିମ୍‌ ପାର୍କଗୁଡ଼ିକର ପରିଚାଳକ ଗୋଷ୍ଠୀ ଏକ ନିୟମାବଳୀ ଜାରି କରିଛନ୍ତି । ସେଥିରେ ସାମାଜିକ ଦୂରତା ବଜାୟ ରଖିବା ଏବଂବର୍ଦ୍ଧିତ ବିଶୋଧନ ବ୍ୟବସ୍ଥା, ନିୟମିତ ଭାବେ ଶରୀରର ତାପମାତ୍ରା ଯାଞ୍ଚ ଏବଂ ଫେସ୍‌ ମାସ୍କ ପିନ୍ଧିବା ପ୍ରଭୃତି ସ୍ବାଭାବିକପଦକ୍ଷେପକୁ ସାମିଲ କରାଯାଇଛି । ପୂର୍ବ ଓ ପଶ୍ଚିମ ଜାପାନ ଥିମ୍‌ ପାର୍କ ସଂଘ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀରେଏହା ମଧ୍ୟ ଉଲ୍ଲେଖ କରାଯାଇଛି, “ଗ୍ରାହକ ସେବାରେ ଏକ ନୂତନ ଶୈଳୀ ପ୍ରବର୍ତ୍ତନ ନିମନ୍ତେ, ଆପଣ ମାସ୍କ ପିନ୍ଧିଥିବାସମୟରେ ବି ଦର୍ଶକମାନଙ୍କ ସହ ଭାବ ବିନିମୟ ନିମନ୍ତେ ଆଖିରେ ହସହସ ଭାବ ଓ ହାତର ଇସାରାକୁ ମିଳିତ ଭାବେ ପ୍ରକାଶକରିପାରିବେ ।” ଯେତେଦୂର ସମ୍ଭବ କମ୍‌ କଥାବାର୍ତ୍ତା କରିବା ବିଧେୟ ହୋଇଥିବାରୁ ଗ୍ରାହକ ସେବା କ୍ଷେତ୍ରରେ ହୁଏତ କିଛିଟାସାଲିସ କରିବାକୁ ପଡ଼ିପାରେ । ସୁତରାଂ, ‘ନୂତନ ସ୍ବାଭାବିକତା’ର ନିଶ୍ଚିତ ଅର୍ଥ ହେଉଛି କମ୍‌ ଶବ୍ଦ ଉଚ୍ଚାରଣ ଏବଂ ଅଧିକଇସାରା ସମ୍ବଳିତ । ଏମିତି କି କୌଣସି ଗୃହ ପରିସରରେ ଗୀତ ଗାଇବା ବି ‘ସୁପରସ୍ପ୍ରେଡର’ ବା ମହା ସଂକ୍ରମଣକାରୀକାର୍ଯ୍ୟକଳାପ ବୋଲି ଧରି ନିଆଯାଇପାରେ । ଏବଂ ଫେସ୍‌ ମାସ୍କ ବ୍ୟବହାର ସହିତ ଆଉ ଗୋଟିଏ ଅନୁରୋଧ ରକ୍ଷା କରିବାରେବି ଜାପାନୀ ଥିମ୍‌ ପାର୍କ୍‌ର ଦର୍ଶକମାନେ କଷ୍ଟ ଅନୁଭବ କରିବେ ଏବଂ ତାହା ହେଲା, ‘ରୋଲର କୋଷ୍ଟର’ରେ ବସିଥିବା ସମୟରେ‘ଚିତ୍କାର କରିବା ମନା’ । ଏକଥା ନିଶ୍ଚିତ ଯେ, ଚିତ୍କାର କରିବା ସମୟରେ ପାଟିରୁ ଘଣ୍ଟା ପ୍ରତି 120 କିଲୋମିଟର ବା ତା’ଠାରୁଅଧିକ ବେଗରେ ବାହାରିବାର ସାମର୍ଥ୍ୟ ରଖିଥିବା ଅତି କ୍ଷୁଦ୍ର ଜଳକଣାକୁ ରୋକିବା ସହିତ କୋରୋନାଭାଇରସ୍‌ର ବ୍ୟାପ୍ତିକୁପ୍ରତିହତ କରିବା ଲାଗି ହିଁ ଏହି ଚିନ୍ତାଧାରା ଉଦ୍ଦିଷ୍ଟ । ହୁଏତ ‘ରୋଲର କୋଷ୍ଟର’ରେ ବସିବା ଏବଂ ଚିତ୍କାର ନ କରିବା କିଛିଟାବିଚିତ୍ର ଶୁଭିପାରେ, କାରଣ ଏହି ଦୁଇଟି କାର୍ଯ୍ୟ ଅଙ୍ଗାଙ୍ଗିଭାବରେ ଜଡ଼ିତ । ବାସ୍ତବରେ, ଏହି ଅଙ୍ଗାଙ୍ଗିଭାବ ଭିତ୍ତିରେ ହିଁପୃଥିବୀର ଭିନ୍ନ ଭିନ୍ନ ଭାଗରେ ସ୍ଥାପିତ କେତେକ ପ୍ରତିଷ୍ଠିତ ‘ରୋଲର କୋଷ୍ଟର’ର ନାମକରଣ କରାଯାଇଛି । ଉଦାହରଣସ୍ବରୂପ, ଜର୍ମାନୀରେ ହାସଲୋକ୍‌ର ରାଇନ୍‌ଲାଣ୍ଡ-ପାଲାଟିନେଟ୍‌ରେ ଥିବା ହଲିଡେ ପାର୍କ୍‌ରେ ସ୍ଥାପିତ ଷ୍ଟିଲ୍‌ ନିର୍ମିତ‘ରୋଲର କୋଷ୍ଟର’ର ନାଁ ‘ସ୍କାଏ ସ୍କ୍ରିମ୍‌’ ଏବଂ ଆମେରିକାର କାଲିଫର୍ଣ୍ଣିଆର ଭାଲେନ୍‌ସିଆରେ ଥିବା ସିକ୍‌ସ ଫ୍ଲାଗ୍‌ସମ୍ୟାଜିକ୍‌ ମାଉଣ୍ଟେନ୍‌ରେ ରହିଥିବା ‘ରୋଲର କୋଷ୍ଟର’ର ନାଁ ବି ‘ସ୍କ୍ରିମ୍‌’! ନିଶ୍ଚିତ ଭାବରେ, ଶହ ଶହ ଫୁଟ୍‌ ଉପରୁ ତଳକୁଖସୁଥିବା ଏହି ରୋଲର କୋଷ୍ଟରରେ ‘ଚିତ୍କାର କରିବା ମନା’ ନିୟମ ମାନିବାରଆବଶ୍ୟକତା ପୂରଣ କରିବା ସହଜ ନୁହେଁ ।

ଜାପାନର ଫୁଜି-କ୍ୟୁ ହାଇଲ୍ୟାଣ୍ଡ ଥିମ୍‌ ପାର୍କ ପକ୍ଷରୁ ଏଭଳି ଏକ ଭିଡିଓ ପ୍ରଦର୍ଶିତ ହେଉଛି, ଯେଉଁଥିରେ ପାର୍କର ଦୁଇ ଜଣକର୍ମଚାରୀ ଫୁଜିୟାମା ‘ରୋଲର କୋଷ୍ଟର’ରେ ବସି ଥରେ ହେଲେ ଚିତ୍କାର ନ କରି ଆରାମରେ ତଳକୁ ଖସୁଛନ୍ତି । ଏହି ଭିଡିଓଶେଷରେ ପ୍ରଦର୍ଶିତ ବାର୍ତ୍ତାରେ କୁହାଯାଇଛି “ଦୟାକରି ମନେ ମନେ ଚିତ୍କାର କରନ୍ତୁ” । ‘ରୋଲର କୋଷ୍ଟର’ରେ ବସିଥିବାବେଳେ ଏହି ଲୋକଙ୍କ “ମୁଖମଣ୍ଡଳର ଏହି ଗୁରୁତର ସମସ୍ୟା” ସଂପର୍କରେ ସୋସିଆଲ ମିଡିଆରେ ମଧ୍ୟ ପ୍ରସାରଣର ଏକ ଧାରାଜାରି ରହିଛି ।ଯେତେଦୂର ପର୍ଯ୍ୟନ୍ତ ମୁଁ ଜାଣିଛି, ବିଶ୍ବର ଅନ୍ୟ କୌଣସି ଥିମ୍‌ ପାର୍କରେ, ନିଶ୍ଚିତ ଭାବରେ ଏଭଳି ନିୟମ ଲାଗୁ କରାଯାଇନାହିଁ। ଉଦାହରଣ ସ୍ବରୂପ, ଜୁଲାଇ ମାସରେ ହିଁ ଓର୍‌ଲାଣ୍ଡୋର ଡିଜ୍‌ନି ୱାର୍ଲଡ ପାର୍କ ପୁଣି ଖୋଲିଛି । ହେଲେ ସେଠାରେ ଚିତ୍କାରକରିବାକୁ ମନା କରାଯାଇଥିବା ନିୟମ ଜାରି କରାଯାଇନାହିଁ । ମଉଜ ମଜଲିସ୍‌ ଏବଂ ଆନନ୍ଦ ଉପଭୋଗ ଲାଗି ଉଦ୍ଦିଷ୍ଟ ଏଭଳିସ୍ଥାନରେ ଏହି ସବୁ ପ୍ରତିବନ୍ଧକ ଲାଗୁ କରିବା ଆଦୌ ସହଜ ନୁହେଁ ଏବଂ ଏହି ‘ଚିତ୍କାର କରିବା ମନା’ ନିୟମ ଉଲ୍ଲଂଘନକ୍ଷେତ୍ରରେ କଠୋର ଦଣ୍ଡ ବ୍ୟବସ୍ଥା କିମ୍ବା ଜୋରିମାନା ଆଦାୟ କରାଗଲେ ଏହା ଲୋକମାନଙ୍କୁ ଏଭଳି ସ୍ଥାନରୁ ଦୂରେଇରଖିବା ହିଁ ସାର ହେବ । କୌତୁହଳର କଥା ଯେ, ଜାପାନର ଥିମ୍‌ ପାର୍କରେ ଚିତ୍କାର କରିବା ମନା ନିୟମ ଉଲ୍ଲଂଘନ କ୍ଷେତ୍ରରେକୌଣସି ଦଣ୍ଡ ବ୍ୟବସ୍ଥା କରାଯାଇ ନଥିଲେ ବି ଲୋକେ ଏହି ନିୟମ ଅନୁସରଣ କରିବାକୁ ଚେଷ୍ଟା କରୁଛନ୍ତି । ବାସ୍ତବରେ ଏହାସଂପୂର୍ଣ୍ଣ ଭାବରେ ଶୃଙ୍ଖଳା ଏବଂ ସଂସ୍କୃତିର ବିଷୟ ।

ସାମାଜିକ ସୌଜନ୍ୟବୋଧ ପ୍ରତି ଜାପାନର ଆସକ୍ତି ଯୋଗୁଁ ଥଣ୍ଡା ଓ ସର୍ଦ୍ଦିରେ ପୀଡ଼ିତ ଲୋକେ ଏହି ଜୀବାଣୁରେ ଅନ୍ୟମାନଙ୍କୁସଂକ୍ରମିତ ନକରିବା ଉଦ୍ଦେଶ୍ୟରେ ହିଁ ଫେସ୍‌ ମାସ୍କ ବ୍ୟବହାର କରନ୍ତି ଏବଂ ସେଠାକାର ଆଧୁନିକ ଦୈନନ୍ଦିନ ଜୀବନଧାରାରେଏହା ଏକ ଅପରିହାର୍ଯ୍ୟ ଉପକରଣରେ ପରିଣତ ହୋଇଛି । କେବଳ ନିଜକୁ ସୁରକ୍ଷିତ ରଖିବା ପାଇଁ ନୁହେଁ, ବରଂ ଅନ୍ୟମାନଙ୍କୁସୁରକ୍ଷିତ ରଖିବା ପାଇଁ ହିଁ ଦଶନ୍ଧି ଦଶନ୍ଧି ଧରି ସେ ଦେଶର ଲୋକେ ଫେସ୍‌ ମାସ୍କ ବ୍ୟବହାର କରିଆସୁଛନ୍ତି । ସଂପ୍ରତି ଏହିସଂକ୍ରାମକ ରୋଗ ବ୍ୟାପୁଥିବା ସମୟରେ ସାମାଜିକ ସୌଜନ୍ୟବୋଧ ପ୍ରତି ରହିଥିବା ଏହି ଆସକ୍ତି ମଧ୍ୟ ସଂପ୍ରସାରିତ ହୋଇଛିଏବଂ ଏକ ବିପଜ୍ଜନକ ‘ରୋଲର କୋଷ୍ଟର’ ଯାତ୍ରା ସମୟରେ ବି ଚିତ୍କାର କରିବା ମନା ନିୟମକୁ ସେହି ଦେଶର ଲୋକେ ଖୁବ୍‌ସଫଳତାର ସହ ପାଳନ କରିବା ସମ୍ଭବ ହୋଇଛି ।ପୂର୍ବ ଏସିଆର କେତେକ ଭାଗ ସମେତ ଅନ୍ୟ କେତେକ ସ୍ଥାନରେ ବି ଏହି ନିୟମ ପାଳନ ହୁଏତ ସଫଳ ହୋଇପାରେ । ହେଲେ,ଏହା ନିଶ୍ଚିତ ଯେ ବିଶ୍ବର ଅଧିକାଂଶ ଭାଗରେ ନିୟମ ପାଳନର ଏହି ଧାରା ପ୍ରତିପାଳନ କଷ୍ଟକର ବିଷୟ । ଅଷ୍ଟ୍ରିଆର ବିଖ୍ୟାତସ୍ନାୟୁରୋଗ ବିଶେଷଜ୍ଞ ଏବଂ ମନୋବ୍ୟାଧି ଚିକିତ୍ସକ ଭିକ୍ଟର ଏମିଲ ଫ୍ରାଙ୍କ୍‌ଲ କହିଛନ୍ତି, “ଉତ୍ତେଜକ ଏବଂ ପ୍ରତିକ୍ରିୟାମଧ୍ୟରେ ଏକ ଶୂନ୍ୟସ୍ଥାନ ରହିଛି । ଏହି ଶୂନ୍ୟସ୍ଥାନରେ ହିଁ ଆମର ପ୍ରତିକ୍ରିୟା ବାଛିବାର ଶକ୍ତି ଥାଏ । ଆମ ପ୍ରତିକ୍ରିୟାରେଆମ ବୁଦ୍ଧିମତ୍ତାର ବିକାଶ ଏବଂ ସ୍ବାଧୀନତା ନିହିତ ।” ନିଶ୍ଚିତ ଭାବରେ ଏହି ଶୂନ୍ୟସ୍ଥାନ ପାଇଁ ଏହା ଏକ ପରୀକ୍ଷାର ସମୟ ।ବିଶ୍ବ ମହାମାରୀ ସମୟରେ ସ୍ବାଧୀନତା ନିମନ୍ତେ ଏହି ଶୂନ୍ୟସ୍ଥାନକୁ ଉପଯୋଗ କରିବାରେ ଯେଉଁ ଦେଶର ଲୋକମାନେ କୌଶଳହାସଲ କରିଛନ୍ତି, ସେହି ଦେଶ ହିଁ ସଫଳତା ଲାଭ କରିପାରିବ ।ହେଲେ ଏଥିରୁ ଗୋଟିଏ କଥା ସୁସ୍ପଷ୍ଟ । ‘ନୂତନ ସ୍ବାଭାବିକତା’ର ଏହି ପୃଥିବୀ ନିହାତି ଏକ ଭିନ୍ନ ରୂପ ନେବାକୁ ଯାଉଛି । କାହିଁକିନା ଏହା ଏବେ ଆମ ଅନ୍ତର ଭିତରେ ହିଁ ଆର୍ତ୍ତନାଦ କରିବାର ବେଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.