ETV Bharat / bharat

ନୂଆ ସରକାରୀ କ୍ବାରେଣ୍ଟାଇନ ବ୍ୟବସ୍ଥା ଦିଲ୍ଲୀବାସୀଙ୍କୁ ଭୟଭୀତ୍ତ କରିବ: ବିଶେଷଜ୍ଞ - କ୍ବାରେଣ୍ଟାଇନ

କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣାପଡିଲେ ତାଙ୍କୁ ଅତି କମରେ ପାଞ୍ଚ ଦିନ ପାଇଁ ବାଧ୍ୟତାମୂଳକ ସରକାରୀ କ୍ବାରେଣ୍ଟାଇନରେ ରଖାଯିବ ବୋଲି ଶୁକ୍ରବାର ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ କହିଥିଲେ । କିନ୍ତୁ ଏହି ପଦକ୍ଷେପ ବର୍ତ୍ତମାନ ସହରବାସୀଙ୍କୁ ସମ୍ଭାବ୍ୟ ସଂକ୍ରମଣ ପାଇଁ ନିଜକୁ ପରୀକ୍ଷା କରିବାକୁ ଭୟଭୀତ କରିବ ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ବିଶେଷଜ୍ଞ
ବିଶେଷଜ୍ଞ
author img

By

Published : Jun 20, 2020, 8:39 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣକୁ ରୋକିବା ପାଇଁ କୋରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା କିମ୍ବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଆସୁଥିବା ଲୋକଙ୍କୁ ହୋମ କ୍ବାରାଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ ସରକାର । କିନ୍ତୁ ଅନେକ ଲୋକ ଏହି ପ୍ରଟୋକଲକୁ ଭାଙ୍ଗୁଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ଦୃଷ୍ଟିରେ ରଖି ହୋମ କ୍ବାରାଣ୍ଟାଇନ ବ୍ୟବସ୍ଥା ଉପରେ ନୂଆ ନିର୍ଦ୍ଦେଶନାମା ଜାରି ହୋଇପାରେ । କିନ୍ତୁ ଏହି ପଦକ୍ଷେପ ବର୍ତ୍ତମାନ ସହରବାସୀଙ୍କୁ ସମ୍ଭାବ୍ୟ ସଂକ୍ରମଣ ପାଇଁ ନିଜକୁ ପରୀକ୍ଷା କରିବାକୁ ଭୟଭୀତ କରିବ ବୋଲି ଅନେକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଶୁକ୍ରବାର ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ଦ୍ବାରା ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ କୌଣସି ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି ଜଣାପଡିଲେ ତାଙ୍କୁ ଅତି କମରେ ପାଞ୍ଚ ଦିନ ପାଇଁ ବାଧ୍ୟତାମୂଳକ ସରକାରୀ କ୍ବାରେଣ୍ଟାଇନରେ ରଖାଯିବ। ଲକ୍ଷଣ କମିଯିବା ପରେ ରୋଗୀକୁ ହୋମ କ୍ବାରେଣ୍ଟାଇନରେ ପଠାଯିବ ।

ତେବେ ବରିଷ୍ଠ ଫୁସଫୁସ ସର୍ଜନ ଡ.ଅରବିନ୍ଦ କୁମାର ଏନେଇ କହିଛନ୍ତି, ଏହି ନିର୍ଦ୍ଦେଶ କୋଭିଡ-ସ୍ପେଶିଆଲ ବେଡର ଆବଶ୍ୟକତାକୁ କେତେ ଗୁଣ ଅଧିକା କରବ । ଦିଲ୍ଲୀ ସରକାର ପୂର୍ବରୁ ହିଁ ବଢୁଥିବା କୋରୋନା ସଂକ୍ରମିତ ମାମଲାକୁ ଦୃଷ୍ଟିରେ ରଖି ବେଡର ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଭଳି ପଦକ୍ଷେପ ପଛରେ କ’ଣ ଯୁକ୍ତିଯୁକ୍ତ ଥିଲା ତାହା ମୁଁ କହିପାରିବି ନାହିଁ । ତେବେ ସେହି ରୋଗୀମାନଙ୍କ ଦେଖାଶୁଣା ପାଇଁ ମାନବ ଶକ୍ତି କେଉଁଠୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ସେ ।

ସେ ଆହୁରି କହିଛନ୍ତି ଯେ, 100 ଶଯ୍ୟା ବିଶିଷ୍ଟ ଏକ କମ୍ୟୁନିଟି ହଲରେ ଆସୁଥିବା ରୋଗୀ ଅସ୍ୱାଭାବିକ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ମଧ୍ୟ ହୋଇପାରନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଖରାପ ମଧ୍ୟ ହୋଇପାରେ ସେମାନଙ୍କୁ ଠିକ୍ ସମୟରେ ଦେଖାଶୁଣା କରିବା ଏବଂ ପରିଚାଳନା କରିବାକୁ ମଧ୍ୟ ସ୍ବାସ୍ଥ୍ୟକର୍ମୀଙ୍କର ଆବଶ୍ୟକତା ରହିଛି ।

ଯେଉଁଠି ଆମେ ବେଡ ପାଇଁ ସଂଘର୍ଷ କରୁଛୁ ସେଠି ଆମେ କିପରି ସେହି ରୋଗୀମାନଙ୍କର ଯତ୍ନ ନେବୁଁ ବୋଲି ପ୍ରଶ୍ନ କରିଛନ୍ତି ଡ. କୁମାର । ଏହା ଲୋକଙ୍କୁ କୋରୋନା ପରୀକ୍ଷଣ କରିବାକୁ ଭୟଭୀତ କରିବ ଏବଂ ସେମାନେ ସାମାନ୍ୟ ଲକ୍ଷଣ ଥାଇ ମଧ୍ୟ ଘରେ ରହିବେ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.