ETV Bharat / bharat

ସ୍ତନ କର୍କଟ ରୋଗୀଙ୍କୁ ମହାମାରୀ ସମୟରେ ଚିକିତ୍ସା ଯୋଗାଇବ ନୂଆ ନିଓଇଟି - ସ୍ତନ କର୍କଟ ଚିକିତ୍ସା, ଲକଡାଉନକେ କ୍ୟାନ୍ସର ଚିକିତ୍ସା

ଏକାଧିକ ଅନ୍ତର୍ଜାତୀୟ ଟ୍ରାଏଲରୁ ତଥ୍ୟ ସଂଗ୍ରହ କରି ଜଣାପଡିଛି କି ପ୍ରାୟ 70 ପ୍ରତିଶତ ପୋଷ୍ଟମେନୋପୋଜାଲ ରୋଗୀଙ୍କଠାରେ ପ୍ରାଥମିକସ୍ତରରେ ER+HER2- ସ୍ତନ କର୍କଟର ଲକ୍ଷଣ ଦେଖାଦିଏ । ଏହିମାନଙ୍କ ପାଖରେ ଏଣ୍ଡୋକ୍ରିନ ସେନ୍ସିଟିଭ ଟ୍ୟୁମରର ମାତ୍ରା କମ ଥାଏ ଓ ଏମାନଙ୍କୁ ପ୍ରଥମେ ଦୃଷ୍ଟି ହେବାର ଆବଶ୍ୟକତା ରହିଛି ।

Breast cancer treatment amid lockdown, breast cancer tratment, cancer treatment amid lockdown, NioET treatment for breast cancer patients, କୋରୋନା ସ୍ଥିତିରେ ସ୍ତନ କର୍କଟ ଚିକିତ୍ସା, ସ୍ତନ କର୍କଟ ଚିକିତ୍ସା, ଲକଡାଉନକେ କ୍ୟାନ୍ସର ଚିକିତ୍ସା, ସ୍ତନ କର୍କଟ ରୋଗୀଙ୍କ ପାଇଁ ନିଓଇଟି ଚିକିତ୍ସା
ସ୍ତନ କର୍କଟ ରୋଗୀଙ୍କୁ ମହାମାରୀ ସମୟରେ ଚିକିତ୍ସା ଯୋଗାଇବ ନୂଆ ନିଓଇଟି
author img

By

Published : Jun 11, 2020, 10:44 PM IST

ହାଇଦ୍ରାବାଦ: କୋରୋନା ମହାମାରୀ ସମୟରେ ସାରା ବିଶ୍ବରେ ଜାରି ହୋଇଛି ନାନା କଟକଣା । ଏପରି ସ୍ଥିତିରେ କୋରୋନା ସଂକ୍ରମଣକୁ ରୋକିବାକୁ ଯାଇ କୋରୋନା ଆକ୍ରାନ୍ତଙ୍କୁ ଅଧିକ ଧ୍ୟାନ ଦିଆଯାଉଥିବା ବେଳେ ଅନ୍ୟ ରୋଗୀ ହେଉଛନ୍ତି ଅବହେଳାର ଶିକାର । ତେବେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା କିପରି ସହଜରେ ହୋଇପାରିବ ସେନେଇ ଲଣ୍ଡନସ୍ଥିତ ଦି ଇନଷ୍ଟିଚ୍ୟୁଟ ଅଫ କ୍ୟାନ୍ସର ରିସର୍ଚ୍ଚର ଦି ରୟାଲ ମାର୍ସଡେନ ଓ ବ୍ରେଷ୍ଟ କ୍ୟାନ୍ସର ନାଓ ରିସର୍ଚ୍ଚ ସେଣ୍ଟର ଖୋଜି ବାହାର କରିଛି ନୂଆ ଉପାୟ ।

ଏକାଧିକ ଅନ୍ତର୍ଜାତୀୟ ଟ୍ରାଏଲରୁ ତଥ୍ୟ ସଂଗ୍ରହ କରି ଜଣାପଡିଛି କି ପ୍ରାୟ 70 ପ୍ରତିଶତ ପୋଷ୍ଟମେନୋପୋଜାଲ ରୋଗୀଙ୍କଠାରେ ପ୍ରାଥମିକସ୍ତରରେ ER+HER2-ସ୍ତନ କର୍କଟର ଲକ୍ଷଣ ଦେଖାଦିଏ । ଏହିମାନଙ୍କ ପାଖରେ ଏଣ୍ଡୋକ୍ରିନ ସେନ୍ସିଟିଭ ଟ୍ୟୁମରର ମାତ୍ରା କମ ଥାଏ ଓ ଏମାନଙ୍କୁ ପ୍ରଥମେ ଦୃଷ୍ଟି ହେବାର ଆବଶ୍ୟକତା ରହିଛି । ଏହି ରୋଗୀମାନଙ୍କୁ ପ୍ରାଥମିକସ୍ତରରେ ସର୍ଜରୀ କିମ୍ବା କେମୋ ଥେରାପି ଯୋଗାଇବାର ଆବଶ୍ୟକତା ରହିଥିବା ବେଳେ କୋରୋନା ସ୍ଥିତି ଏହି ରୋଗୀମାନଙ୍କୁ ସଠିକ୍‌ ଚିକିତ୍ସା ଯୋଗାଇବାରେ ବାଧା ସୃଷ୍ଟି କରିଛି ।

କୋରୋନା ମହାମାରୀ ସମୟରେ ଅନେକ କ୍ୟାନ୍ସର ରୋଗୀଙ୍କୁ ସଠିକ୍‌ ଚିକିତ୍ସା ମିଳୁଛି ତ ଅନେକ ରୋଗୀ ଏହି ସୁବିଧାରୁ ବଞ୍ଚିତ ହୋଇ ସାଧାରଣ ଚିକିତ୍ସା ପାଉଥିବା ଦେଖିବାକୁ ମିଳିଛି । ଏହି ରୋଗୀମାନଙ୍କୁ ବର୍ତ୍ତମାନ ନିଓଆଡଜୁଭାଣ୍ଟ ଏଣ୍ଡୋକ୍ରିନ ଥେରାପି (ନିଓଇଟି) ବା ଓଏଷ୍ଟ୍ରୋଜେନ ଦ୍ବାରା ସାଧ୍ୟ ଚିକିତ୍ସା ୟୋଗାଇ ଦିଆଯାଇପାରେ । ଏହାଦ୍ବାରା ଆପତକାଳୀନ ଭାବେ ସର୍ଜରୀ ବା କେମୋ ଥେରାପି ଦ୍ବାରା ରୋଗୀଙ୍କ ଶରୀରରୁ ବ୍ରେଷ୍ଟ ଟ୍ୟୁମରକୁ ତୁରନ୍ତ ବାହାର କରାଯାଇପାରୁଛି । ଯାହା ସମୟ ଥାଉ ଥାଉ ସେମାନଙ୍କୁ ଏକ ବଡ ବିପଦରୁ ରକ୍ଷା କରିପାରୁଛି ନିଶ୍ଚୟ ।

ତେବେ ବର୍ତ୍ତମାନ ପରି ସମୟରେ ବ୍ରିଟେନ ଗବେଷକଙ୍କ ଦ୍ବାରା ଖୋଜା ଯାଇଥିବା ଏହି ନୂଆ ଚିକିତ୍ସା ପ୍ରଣାଳୀରେ ପ୍ରାୟ 85 ପ୍ରତିଶତ ସ୍ତନ କର୍କଟ ରୋଗୀଙ୍କ ଚିକିତ୍ସା ସମ୍ଭବ ହୋଇପାରିଛି । ଏନେଇ ସୂଚନା ଦେଇଛନ୍ତି ନିଓଇଟିର ପରୀକ୍ଷଣ ହେଉଥିବା ରାଲ୍ଫ ଲରେନ ସେଣ୍ଟର ଫର୍‌ ବ୍ରେଷ୍ଟ କ୍ୟାନ୍ସର ରିସର୍ଚ୍ଚର ମୁଖ୍ୟ ପ୍ରଫେସର ମିଚ୍‌ ଡାଓସେଟ୍‌ । ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ପରିସ୍ଥିତିରେ ଏହି 85 ପ୍ରତିଶତ ରୋଗୀଙ୍କର ସର୍ଜରୀ ସମ୍ଭବପର ହୋଇପାରିନାହିଁ । ତେଣୁ ଏମାନଙ୍କୁ ନିଓଇଟି ଦ୍ବାରା ସାହାଯ୍ୟ ଯୋଗାଇ ଦିଆଯାଉଛି ।

ସେ ଏହା ମଧ୍ୟ କହିଛନ୍ତି କି ବିନା ସର୍ଜରୀରେ ନିଓଇଟି ଦ୍ବାରା ରୋଗୀମାନଙ୍କୁ 6 ମାସ ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଇପାରେ । ଅନ୍ୟପକ୍ଷେ ବଳକା 15 ପ୍ରତିଶତ ଯେଉଁମାନଙ୍କ ସ୍ଥିତି ସେତେ ସଙ୍କଟାପନ୍ନ ନୁହେଁ, ସେମାନେ ସାଧାରଣ ଔଷଧ ଦ୍ବାରା ଚିକିତ୍ସା ଜାରି ରଖିପାରିବେ । ସେପଟେ ଏନେଇ ରୟାଲ ମାର୍ସଡେନର ସର୍ଜନ ପିଟର ବ୍ୟାରୀଙ୍କ କହିବା ମୁତାବକ କୋରୋନା ସମୟରେ ଏହି ନୂଆ ପ୍ରଣାଳୀ ଦ୍ବାରା ସୁରକ୍ଷିତ ଉପାୟରେ ଅଧିକରୁ ଅଧିକ ଜରୁରୀ ମାମଲାରେ ଚିକିତ୍ସା ଦିଆଯାଉଛି । ଏହାଦ୍ବାରା ଅନୋକ ରୋଗୀ ଲାଭ ପାଇଥିବା ବେଳେ କେତେକଙ୍କ ସ୍ଥିତିରେ ସୁଧାର ଆସିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.