ETV Bharat / bharat

ଆଜିଠୁ ଦିଲ୍ଲୀରେ ମହିଳାଙ୍କୁ ମାଗଣା ବସ୍ ସେବା - ପିଙ୍କ ରଙ୍ଗର ଏକ ଟିକେଟ

ଦିଲ୍ଲୀରେ ଆଜିଠୁ ମହିଳାମାନଙ୍କୁ ମାଗଣା ବସ ସେବା ଆରମ୍ଭ କରାଯାଇଛି । ଦିଲ୍ଲୀ ସରକାର ମହିଳା ସଶକ୍ତିକରଣ ଓ ସୁରକ୍ଷାକୁ ଦୃଷ୍ଟିକୁ ଦେଖି ମାଗଣା ବସ ସେବା ଘୋଷଣା କରାଯାଇଛି ।

ଫଟୋ ସୌଜନ୍ୟ:ଫାଇଲ ଫଟୋ
author img

By

Published : Oct 29, 2019, 12:25 PM IST

Updated : Oct 29, 2019, 1:18 PM IST

ହାଇଦ୍ରାବାଦ: ଦିଲ୍ଲୀରେ ଆଜିଠୁ ମହିଳାମାନଙ୍କୁ ମାଗଣା ବସ ସେବା ଆରମ୍ଭ କରାଯାଇଛି । ଦିଲ୍ଲୀ ସରକାର ମହିଳା ସଶକ୍ତିକରଣ ଓ ସୁରକ୍ଷାକୁ ଦୃଷ୍ଟିକୁ ଦେଖି ମାଗଣା ବସ ସେବା ଘୋଷଣା କରାଯାଇଛି । ଦିଲ୍ଲୀ ସରକାରଙ୍କ ପରିବହନ ମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଦିଲ୍ଲୀ ପାଇଁ ଏହା ହେଉଛି ଐତିହାସିକ ଦିନ । ମହିଳା ମାନେ ବସରେ ମାଗଣାରେ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବରେ ଦିଲ୍ଲୀ ସରକାର ବସରେ ମହିଳା ଯାତ୍ରୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାପାଇଁ ପ୍ରତିଶୃତିବଦ୍ଧ ଅଛି ।

ସରକାର ଦେଶର ରାଜଧାନୀରେ ମହିଳାମାନଙ୍କୁ ସୁରକ୍ଷା ବୃଦ୍ଧି କରିବା ପାଇଁ ବଚନବଦ୍ଧ ଏବଂ ଦିଲ୍ଲୀରେ ବସ ସେବାରେ ମାର୍ଶାଲ ସଂଖ୍ୟା 13 ହଜାର ବୃଦ୍ଧି କରାଯାଇଛି । ତ୍ୟାଗରାଜ ଷ୍ଟାଡିୟମରେ ନବନିଯୁକ୍ତ ମାର୍ଶାଲ ମାନଙ୍କର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ସମସ୍ତଙ୍କୁ ସୁନିଶ୍ଚିତ କରିବା ପାଇଁ ଚାହୁଁଛି । ସମସ୍ତ ସରକାରୀ ବସରେ ମହିଳା ସୁରକ୍ଷିତ ଅନୁଭବ କରି ଆତ୍ମବିଶ୍ବାସର ସହିତ ଯାତ୍ରା କରିବେ । ଡିଟିସି ମହିଳାମାନଙ୍କୁ ମାଗଣା ସେବା ପ୍ରଦାନ ପାଇଁ ଦିଲ୍ଲୀ ସରକାର ପ୍ରତିବର୍ଷ 300 କୋଟି ଟଙ୍କା ପରିବହନ ବିଭାଗ ଖର୍ଚ୍ଚ କରିବ । ସର୍ବସାଧାରଣ ପରିବହନରେ ମହିଳା ସୁରକ୍ଷା ପାଇଁ ଦିଲ୍ଲୀ ସରକାର ସୁବିଧା କରିଛନ୍ତି ।

ସେହିଭଳି ଦିଲ୍ଲୀରେ ମାଗଣା ଯାତ୍ରା ବେଳେ ମହିଳା ଯାତ୍ରୀ ମାନଙ୍କୁ ପିଙ୍କ ରଙ୍ଗର ଏକ ଟିକେଟ ଦିଆଯାଉଛି । ଟିକଟରେ ଲେଖାହୋଇଛି ' ମେ ଚାହତା ହୁଁ କି ଆପ ଓର ଆପକା ପରିବାର ଖୁବ ତରକ୍କି କରେ ଜବ ମହିଲାଓ ବଢେଗୀ ତବ ଦେଶ ଆଗେ ବଢେଗା ' ଏହି ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭାର ବିରୋଧୀଦଳ ନେତା ବିଜେନ୍ଦ୍ର ଗୁପ୍ତା ଏହାକୁ ନେଇ ଲୋକାଯୁକ୍ତ ପାଖରେ ଅଭିଯୋଗ କରିଛନ୍ତି । ମହିଳା ମାନଙ୍କୁ ଦିଆଯାଉଥିବା ପିଙ୍କ ଟିକଟର ପଛପଟେ ଅରବିନ୍ଦ କେଜ୍ରିୱାଲର ଫଟୋ ଥିବା ଦର୍ଶାଇ ଅଭିଯୋଗ କରିଛନ୍ତି । ଏହାର ଅଭିଯୋଗ ଉପରାଜ୍ୟପାଳ ଓ ଲୋକାଯୁକ୍ତ ପାଖରେ କରାଯାଇଛି ।

Intro:Body:

BLANK FOR LINK 

Conclusion:
Last Updated : Oct 29, 2019, 1:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.