ETV Bharat / bharat

କେଜ୍ରିୱାଲଙ୍କ ସହ ଇଟିଭି ଭାରତର ସାକ୍ଷାତକାର...

ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଇତି ମଧ୍ୟରେ ଇଟିଭି ଭାରତକୁ ସାକ୍ଷାତକାର ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

CM Arvind Kejriwal
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
author img

By

Published : Feb 8, 2020, 3:26 PM IST

ନୂଆଦିଲ୍ଲୀ: ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଜାରି ରହିଛି ମତଦାନ । ଅପରାହ୍ନ 2ଟା ସୁଦ୍ଧା ମାତ୍ର 28.11 ପ୍ରତିଶତ ମତଦାନ ହୋଇଥିବା ଭାରତୀୟ ନିର୍ବାଚନ କମିସନ୍‌ ପକ୍ଷରୁ ସୂଚନା ମିଳିଛି । ଜାତୀୟ ରାଜଧାନୀରେ ଚଳିତ ନିର୍ବାଚନରେ ହ୍ରାସ ପାଇଥିବା ମତଦାନ ପ୍ରତିଶତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଏହା ସହିତ ଅଧିକରୁ ଅଧିକ ଭୋଟ ଦେବାକୁ ଦିଲ୍ଲୀବାସୀଙ୍କୁ ଅପିଲ କରିଛନ୍ତି ସେ । ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି କେଜ୍ରିୱାଲ । ଏହା ବ୍ୟତୀତ ସାକ୍ଷାତକାରରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ଟ୍ବିଟର ୱାରକୁ ନେଇ କେଜ୍ରିୱାଲ କହିଛନ୍ତି, ଏହାକୁ ନେଇ କିଛିଟା ଭୁଲ ବୁଝାମଣା ହୋଇଛି । ମୋ କହିବାର ତାତ୍ପର୍ଯ୍ୟ ଥିଲା ଯେ, ମହିଳା ଘରୁ ବାହାରି ମତଦାନ କରନ୍ତୁ । ଘରର ପୁରୁଷଙ୍କୁ ମଧ୍ୟ ଭୋଟଦେବାକୁ ପ୍ରତ୍ସାହିତ କରନ୍ତୁ । କେଉଁଦଳକୁ ଭୋଟ ଦେବା ଉଚିତ ତାହା ସେମାନେ ପୁରୁଷଙ୍କୁ କୁହନ୍ତୁ । '

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ପ୍ରଭୁ ହନୁମାନଙ୍କୁ ନେଇ ଜାରି ରହିଥିବା ରାଜନୀତିକୁ ନେଇ କେଜ୍ରିୱାଲ କହିଛନ୍ତି ଯେ, ବିଜେପି ମୋ ଭକ୍ତି ଏବଂ ଶ୍ରଦ୍ଧାକୁ ତାତ୍ସଲ୍ୟ କରୁଛି । ମୁଁ ମନ୍ଦିରକୁ ଯାଇ ପୂଜା କରିବା ପରେ ମନ୍ଦିର ଅପବିତ୍ର ହୋଇଯାଇଛି ବୋଲି କହୁଛି । ଏଭଳି କରିବା ଅନୁଚିତ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ପୁଣିଥରେ ଦିଲ୍ଲୀରେ ଶାସନ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି କେଜ୍ରିୱାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:नई दिल्ली

Body:अरविंद केजरीवाल

Conclusion:समाप्त, आशुतोष झा
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.