ହାଇଦ୍ରାବାଦ: ଦେଶରେ ପର୍ଯ୍ୟଟନ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ବିଶ୍ବ ପର୍ଯ୍ୟଟନ ସଂଗଠନ (UNWTO) ଏହି କ୍ଷେତ୍ର ଉପରେ କୋଭିଡ-19ର ପ୍ରଭାବ ମାପିବା ପାଇଁ ନୂତନ ତଥ୍ୟ ପ୍ରକାଶ କରିଛି। ଯାତ୍ରା ଉପରେ ପ୍ରତିବନ୍ଧକ ହଟାଯାଉଥିବାରୁ UNWTO ଦାୟିତ୍ବ, ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ବାରୋପ କରିଛି। ଅନେକ ମାସର ଅପ୍ରତ୍ୟାଶିତ ବ୍ୟାଘାତ ପରେ UNWTO ବିଶ୍ବ ପର୍ଯ୍ୟଟନ ବାରୋମିଟର ରିପୋର୍ଟ କରିଛି ଯେ ପର୍ଯ୍ୟଟନ କ୍ଷେତ୍ରରେ କେତେକ ଅଞ୍ଚଳ, ବିଶେଷ କରି ଉତ୍ତର ଗୋଲାର୍ଦ୍ଧ ଗନ୍ତବ୍ୟସ୍ଥଳରେ ପୁନଃ କାର୍ଯ୍ୟ ଆରମ୍ଭ ହେଉଛି।
ଏଥି ସହିତ ବିଶ୍ବର ଅଧିକାଂଶ ଗନ୍ତବ୍ୟ ସ୍ଥଳରେ ଭ୍ରମଣ ପ୍ରତିବନ୍ଧକ ଜାରି ରହିଛି ଓ ସବୁ କ୍ଷେତ୍ର ଠାରୁ ପର୍ଯ୍ୟଟନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ପର୍ଯ୍ୟଟନ, ଅନେକ ଲକ୍ଷ ଲୋକଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ଓ ଅର୍ଥନୀତିର ମେରୁଦଣ୍ଡକୁ ସମର୍ଥନ କରିବାକୁ ସରକାର ତଥା ଆନ୍ତର୍ଜାତୀୟ ସଂଗଠନଗୁଡିକୁ ଆହ୍ବାନ ଦେଇଛି UNWTO । ଏକ ଦାୟିତ୍ବପୂର୍ଣ୍ଣ ପର୍ଯ୍ୟଟନକୁ ପୁନଃ ଆରମ୍ଭ କରିବା ହେଉଛି ସରକାରଙ୍କ ଦାୟିତ୍ବ । ସରକାର ଗ୍ରହଣ କରିଥିବା ପଦକ୍ଷେପ ମଧ୍ୟରେ ଟ୍ରାଭେଲ କରିଡର ନିର୍ମାଣ, କିଛି ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ, ସୁରକ୍ଷା ଓ ସ୍ବଚ୍ଛତା ପ୍ରୋଟୋକଲ ସହିତ କେତେକ ଦେଶରେ ପ୍ରତିବନ୍ଧକକୁ ଧୀରେ ଧୀରେ ହଟାଇ ପର୍ଯ୍ୟଟନ ଆରମ୍ଭ କରାଯାଇଛି ।
UNWTOର ସେକ୍ରେଟେରୀ ଜେନେରାଲ ଜୁରବ ପୋଲେଲିକାଶଭିଲି କହିଛନ୍ତି, ‘ପର୍ଯ୍ୟଟକଙ୍କ ସଂଖ୍ୟା ହଠାତ୍ ଓ ବ୍ୟାପକ ହ୍ରାସ ଚାକିରି ଓ ଅର୍ଥନୀତି ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ପର୍ଯ୍ୟଟନକୁ ପୁନଃ ଆରମ୍ଭ କରିବା ଏକ ପ୍ରାଥମିକତା ଏବଂ ଦାୟିତ୍ବବୋଧକ ଭାବରେ ପରିଚାଳିତ ହେବା ଜରୁରୀ ଅଟେ । ଯେପର୍ଯ୍ୟନ୍ତ ପର୍ଯ୍ୟଟନ ସବୁଆଡେ ଆରମ୍ଭ ହୋଇନି ସେପର୍ଯ୍ୟନ୍ତ UNWTO ପୁନର୍ବାର ଚାକିରୀ ଓ ବ୍ୟବସାୟର ସୁରକ୍ଷା ପାଇଁ ଏହି ଅଞ୍ଚଳ ଗୁଡିକରେ ଦୃଢ ସମର୍ଥନ ପାଇଁ ଆହ୍ବାନ କରୁଛି । ତେଣୁ ପର୍ଯ୍ୟଟନକୁ ଆର୍ଥିକ ଦୃଷ୍ଟିରୁ ସମର୍ଥନ କରିବା ଓ ପୁନରୁଦ୍ଧାର ପାଇଁ ମୂଳଦୁଆ ପକାଇବା ପାଇଁ ଫ୍ରାନ୍ସ ଏବଂ ସ୍ପେନ୍ ସମେତ ଉଭୟ ୟୁରୋପୀୟ ୟୁନିଅନ୍ ଓ ବ୍ୟକ୍ତିଗତ ଦେଶ ଦ୍ବାରା ନିଆଯାଇଥିବା ପଦକ୍ଷେପକୁ ସ୍ବାଗତ କରାଯାଉଛି । ଭ୍ରମଣ ପ୍ରତିବନ୍ଧକଗୁଡିକର ସର୍ବଭାରତୀୟ ସ୍ତରରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ଆଗମନରେ 97 ପ୍ରତିଶତ ହ୍ରାସ ଘଟିଛି।