ETV Bharat / bharat

'ପୁଅ ଆତଙ୍କର ରାସ୍ତା ବାଛିବ ବୋଲି କଳ୍ପନା କରିନଥିଲି' - ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀ ଅବୁ ୟୁସୁଫ

ଦିଲ୍ଲୀରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀ ଅବୁ ୟୁସୁଫଙ୍କ ବାପା କାଫିଲ ଅହମ୍ମଦ କହିଛନ୍ତି ଯେ ମୋ ପୁଅ ଏଭଳି କାର୍ଯ୍ୟରେ ଲିପ୍ତ ଥିବାରୁ ମୁଁ ମର୍ମାହତ। ପୁଅ ଯାହା କରିଛି ସମ୍ପୂର୍ଣ୍ଣ ଭୁଲ ଓ ଯଦି ମୁଁ ଆଗରୁ ଏ ବିଷୟରେ ଅବଗତ ଥାନ୍ତି, ତାହାଲେ ତାକୁ ଘରୁ ବାହାର କରିଦେଇଥାନ୍ତି ବୋଲି କହିଛନ୍ତି ୟୁସୁଫଙ୍କ ବାପା । ଅଧିକ ପଢନ୍ତୁ...

'ପୁଅ ଆତଙ୍କର ରାସ୍ତା ବାଛିବ ବୋଲି କଳ୍ପନା କରିନଥିଲି'

author img

By

Published : Aug 23, 2020, 5:37 PM IST

ନୂଆଦିଲ୍ଲୀ: ଜଣେ ବାପା ନିଜ ପୁଅକୁ ନେଇ ସବୁବେଳେ ଗର୍ବ କରେ । ପୁଅ ଉପରେ ବାପାର ଅଭିମାନ ସ୍ବଭାବିକ । ବାସ୍ତବରେ ପୁଅ ଯଦି ନିଜ କର୍ମକ୍ଷେତ୍ରରେ ଆଗକୁ ଯାଇ ପ୍ରତିଷ୍ଠା ଲାଭ କରେ ସେତେବେଳେ ବାପା ହିସାବରେ ଗର୍ବରେ ଫୁଲିଉଠେ ଛାତି । ହେଲେ ସେଇ ପୁଅ ଯେବେ ବିପଥଗାମୀ ହୋଇ ଆତଙ୍କର ରାସ୍ତା ବାଛିନିଏ, ସେତେବେଳେ ବାପ ଉପରେ ପଡିଥାଏ ବଜ୍ରଚଡକ । ଭାଙ୍ଗିଯାଏ ବର୍ଷ ବର୍ଷର ସ୍ବପ୍ନ । ଦିଲ୍ଲୀରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସଆଇଏସ ଆତଙ୍କବାଦୀ ଅବୁ ୟୁସୁଫଙ୍କ ବାପା କାଫିଲ ଅହମ୍ମଦ କହିଛନ୍ତି ଯେ ମୋ ପୁଅ ଏଭଳି କାର୍ଯ୍ୟରେ ଲିପ୍ତ ଥିବାରୁ ମୁଁ ମର୍ମାହତ। ପୁଅ ଯାହା କରିଛି ସମ୍ପୂର୍ଣ୍ଣ ଭୁଲ ଓ ଯଦି ମୁଁ ଆଗରୁ ଏ ବିଷୟରେ ଅବଗତ ଥାନ୍ତି, ତାହାଲେ ତାକୁ ଘରୁ ବାହାର କରିଦେଇଥାନ୍ତି ବୋଲି କହିଛନ୍ତି ୟୁସୁଫଙ୍କ ବାପା ।

ଶନିବାର ଦିଲ୍ଲୀର ଧୌଲାକୁଆଁରୁ ବୁ ୟୁସୁଫଙ୍କୁ ଗିରଫ କରାଯାଇଥିଲା। ଗିରଫ ପୂର୍ବରୁ ଦିଲ୍ଲୀ ପୋଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସାମାନ୍ୟ ସଂଘର୍ଷ ମଧ୍ୟ ହୋଇଛି । ଘଟଣାସ୍ଥଳରୁ ବିସ୍ଫୋରକ ଜବତ ହୋଇଥିଲା ।

ଆବୁ ୟୁସୁଫଙ୍କ ବିଷୟରେ ତାଙ୍କ ପତ୍ନୀ କହିଛନ୍ତି ଯେ ସ୍ବାମୀ ଘରେ ବନ୍ଧୁକ ସମେତ ଅନେକ ଅସ୍ତ୍ର ରଖିଛନ୍ତି। ଏପରି କାର୍ଯ୍ୟ କରିବା ଉଚିତ ନୁହେଁ ବୋଲି ଆଗରୁ ଅନେକଥର କହିଥିଲି । ହେଲେ ସେ ମୋତେ ଏଥିରେ ହସ୍ତକ୍ଷେପ ନକରିବାକୁ କହିଥିଲେ। ହେଲେ ତାଙ୍କୁ କ୍ଷମା କରିଦେବାକୁ ପତ୍ନୀ ଅନୁରୋଧ କରିଥିବା ବେଳେ ଚାରି ଚାରିଟା ପିଲାଙ୍କୁ ଧରି କୁଆଡେ ଯିବେ ବୋଲି ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.