ETV Bharat / bharat

କଳାପାଣି ବିବାଦ: ଭାରତକୁ ନେପାଳର ଚେତାବନୀ !

author img

By

Published : Jan 1, 2020, 12:19 PM IST

ବିବାଦୀୟ କଳାପାଣି ଅଞ୍ଚଳ ସମସ୍ୟାର ସମାଧାନ ପାଇଁ ଭାରତ ଉପରେ ଚାପ ପକାଉଛି ନେପାଳ । ଜାଣନ୍ତୁ କ'ଣ କହିଛି..

kalapani issue
ଫାଇଲ ଫଟୋ

କାଠମାଣ୍ଡୁ: ବିବାଦୀୟ କଳାପାଣି ଅଞ୍ଚଳ ସମସ୍ୟାର ସମାଧାନ ପାଇଁ ଭାରତ ଉପରେ ଚାପ ପକାଉଛି ନେପାଳ । ଏହି ସମସ୍ୟାକୁ ଖୁବ ଶୀଘ୍ର ସମାଧାନ କରିବା ଉଚିତ୍‌ । ଏହି ଅଞ୍ଚଳ ଆମ ଦେଶରେ ଆସୁଛି । ଉଭୟ ଦେଶ ମଧ୍ୟରେ ସମ୍ପର୍କର ମଧୁରତା ବଜାୟ ରଖିବାକୁ ଏହି ବିବାଦର ସମାଧାନ ଖୁବଶୀଘ୍ର କରିବାର ଆବଶ୍ୟକତା ରହିଛି ବୋଲି ନେପାଳ କହିଛି ।

ମଙ୍ଗଳବାର ନେପାଳର ରାଷ୍ଟ୍ରଦୂତ ନିଲମ୍ବର ଆଚାର୍ଯ୍ୟ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭାରତ ଏବଂ ନେପାଳ ମଧ୍ୟରେ ଥିବା ଭଲ ସମ୍ପର୍କକୁ ରକ୍ଷା କରିବା ପାଇଁ ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ । ସଚିବ ସ୍ତରରେ ଆଲୋଚନା କରି ଏହି ସମସ୍ୟାର ସମାଧାନ ଶୁବ ଶୀଘ୍ର ହେବା ଉଚିତ । ଭାରତ ଏହି ଆଲୋଚନାରୁ ପଛଘୁଞ୍ଚା ଦେବନାହିଁ । କିନ୍ତୁ ଏହି ଆଲୋଚନା ଖୁବ ଶୀଘ୍ର ହେଉ ବୋଲି ନେପାଳ ଚାହୁଁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରର ପୁନର୍ଗଠନ ପରେ ଭାରତ ପକ୍ଷରୁ ନୂଆ ରାଜନୈତିକ ମାନଚିତ୍ର ଜାରି କରାଯାଇଥିଲା । ଯେଉଁଥିରେ ଲିମ୍ପିୟାଧୁରା, କଳାପାଣି ଏବଂ ଲିପୁଲେକକୁ ଭାରତୀୟ ସୀମାରେ ସାମିଲ କରାଯାଇଛି। ଯାହାକୁ ନେପାଳ ବିରୋଧ କରିଛି ।

Intro:Body:

live

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.