ETV Bharat / bharat

ଭାରତ ସହ ବିବାଦ ମଧ୍ୟରେ ବିଗ ବିଙ୍କ ଆରୋଗ୍ୟ କାମନା କଲେ ନେପାଳ ପ୍ରଧାନମନ୍ତ୍ରୀ - ବିଗ ବି ଅମିତାଭଙ୍କୁ କୋରୋନା

ବିଗ ବି ଅମିତାଭ ବଚ୍ଚନ, ପୁଅ ଅଭିଶେକ ବଚ୍ଚନ, ବହୁ ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ବଚ୍ଚନ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସେମାନଙ୍କ ଆରୋଗ୍ୟ କାମନା କରିଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀ
ନେପାଳ ପ୍ରଧାନମନ୍ତ୍ରୀ
author img

By

Published : Jul 12, 2020, 5:19 PM IST

କାଠମାଣ୍ଡୁ: ଭାରତ-ନେପାଳ ସୀମା ବିବାଦ ଏବେ ଚରମସୀମାରେ ପହଞ୍ଚିଛି । ନେପାଳରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତକୁ ଦାୟୀ କରିଛନ୍ତି । ଏପରିକି ସେ ଭାରତର ସମସ୍ତ ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି । ତେବେ ଇତି ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଏକ ଟ୍ବିଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଟ୍ବିଟ କରି କୋରୋନାରେ ଆକ୍ରାନ୍ତ ଥିବା ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଓଲି ।

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ରବିବାର ଟ୍ବିଟ କରି କହିଛନ୍ତି, ଭାରତର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ଅଭିଶେଖ ବଚ୍ଚନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ଏହାପୂର୍ବରୁ ଭାରତ ସ୍ଥିତ ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁଏଲ ଲେନାଇନ ମଧ୍ୟ ବଚ୍ଚନ ପରିବାରର ଆରୋଗ୍ୟ କାମନା କରିଥିଲେ ।

ସୂଚନାଯୋଗ୍ୟ ଯେ, ବିଗ ବି ଅମିତାଭ ବଚ୍ଚନ, ପୁଅ ଅଭିଶେଖ ବଚ୍ଚନ, ବହୁ ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ନାତୁଣୀ ଆରାଧ୍ୟା ବଚ୍ଚନ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶନିବାର ଅମିତାଭ ବଚ୍ଚନ ଏବଂ ଅଭିଶେଖ ବଚ୍ଚନ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାପରେ ପୁରା ପରିବାରର କୋରୋନା ପରୀକ୍ଷଣ ହୋଇଥିଲା । ରବିବାର ଐଶର୍ଯ୍ୟା ଏବଂ ଆରାଧ୍ୟା ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତେବେ ସମସ୍ତଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.