ETV Bharat / bharat

ନେପାଳରେ ନୂଆ ମାନଚିତ୍ର ଉପରେ ଆଜି ଭୋଟଗ୍ରହଣ, ବିରୋଧୀଙ୍କ ପ୍ରଦର୍ଶନ ଜାରି

author img

By

Published : Jun 13, 2020, 5:13 PM IST

ନେପାଳର ନୂତନ ମାନଚିତ୍ର ପ୍ରସ୍ତାବ ଉପରେ ଆଜି (ଶନିବାର) ନେପାଳ ସଂସଦରେ ମତଦାନ ଗ୍ରହଣ କରାଯିବ । ଏହି ମାନଚିତ୍ରରେ ଭାରତର ଅନେକ ଅଂଶ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟପକ୍ଷେ ଶନିବାର ପୂର୍ବାହ୍ନରୁ କାଠମାଣ୍ଡୁ ରାସ୍ତାରେ ଏହି ମାନଚିତ୍ର ବିରୋଧରେ ବିରୋଧ ପ୍ରଦର୍ଶନ ମଧ୍ୟ ଆରମ୍ଭ ହୋଇଯାଇଛି ।

nepal border issue
ନେପାଳରେ ନୂତନ ମାନଚିତ୍ର ବିରୋଧରେ ପ୍ରଦର୍ଶନ

କାଠମାଣ୍ଡୁ: ନେପାଳର ନୂତନ ମାନଚିତ୍ର ପ୍ରସ୍ତାବ ଉପରେ ଆଜି (ଶନିବାର) ନେପାଳ ସଂସଦରେ ମତଦାନ ଗ୍ରହଣ କରାଯିବ । ଏହି ମାନଚିତ୍ରରେ ଭାରତର ଅନେକ ଅଂଶ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟପକ୍ଷେ ଶନିବାର ପୂର୍ବାହ୍ନରୁ କାଠମାଣ୍ଡୁ ରାସ୍ତାରେ ଏହି ମାନଚିତ୍ର ବିରୋଧରେ ବିରୋଧ ପ୍ରଦର୍ଶନ ମଧ୍ୟ ଆରମ୍ଭ ହୋଇଯାଇଛି । ଏହାପୂର୍ବରୁ ଶୁକ୍ରବାର ବହୁ ବିରୋଧୀ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ। ଏହାପରେ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୟାୱାଲି ଶୁକ୍ରବାର ରାତିରେ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ପ୍ରଦର୍ଶନ ବନ୍ଦ କରିବାକୁ ନିବେଦନ କରିଛନ୍ତି।

ନେପାଳର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଶନିବାର ଦେଶର ସଂସଦ ଦ୍ବାରା ଏକ ଐତିହାସିକ ବିଲ୍ ଉପରେ ନିଷ୍ପତ୍ତି ନିଆଯିବ। ତେଣୁ ସରକାର ବିରୋଧୀ କୌଣସି ପ୍ରକାର ବିରୋଧ ନକରିବାକୁ ବିକ୍ଷୋଭକାରୀଙ୍କୁ ନିବେଦନ କରିଛନ୍ତି ।

ପ୍ରଦୀପ ଗୟାୱାଲି କହିଛନ୍ତି ଯେ ମାନଚିତ୍ରରେ ଆମ ଦେଶର କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରି ଆମେ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛୁ। ସମସ୍ତ ରାଜନୈତିକ ଦଳ ଏହାକୁ ସମର୍ଥନ କରି ଏକତା ପ୍ରଦର୍ଶନ କରିଛନ୍ତି। ତେଣୁ ସାଧାରଣ ଜନତା ମଧ୍ୟ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବା ଉଚିତ ନୁହେଁ । ଏହା ସତ୍ତ୍ବେ ଶନିବାର ସକାଳୁ କାଠମାଣ୍ଡୁରେ ସରକାର ବିରୋଧୀ ପ୍ରଦର୍ଶନ ପାଇଁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ।

ନେପାଳର ବୈଦେଶିକ ମନ୍ତ୍ରୀ ମାନଚିତ୍ର ପରିବର୍ତ୍ତନକୁ ନେଇ କହିଛନ୍ତି, ‘ଭାରତ 2 ନଭେମ୍ବର 2019ରେ ଜାମ୍ମୁ କାଶ୍ମୀରକୁ ପୁନଃସଂଗଠିତ କରିବା ପରେ ଆମକୁ ଏହି ବିଚାର ଆସିଥିଲା । ସୀମା ବିବାଦ ବିଷୟରେ ଆମେ ଅନେକ ଥର ନୂଆଦିଲ୍ଲୀ ସହ କଥା ହେବାକୁ ଚେଷ୍ଟା କରିଥିଲୁ, କିନ୍ତୁ ସେମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଯାହା ପରେ ସମସ୍ତ ଦଳ ମିଳିତ ଭାବରେ ମାନଚିତ୍ର ପରିବର୍ତ୍ତନ କରିବାକୁ ଜିଦ୍ ଧରିଥିଲେ। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ପ୍ରକାଶଥାଉକି, ନେପାଳ ସରକାରଙ୍କ ଦ୍ବାରା ଆଉ ଏକ ନୂତନ ରାଜନୈତିକ ମାନଚିତ୍ର ପ୍ରକାଶ ପାଇଛି । ଏଥିରେ ଭାରତର କାଳାପାଣି, ଲିପୁଲେଖ ଓ ଲିମ୍ପିୟାଧୁରା ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.