ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ନୀରଜ ଶେଖର ସୋମବାର ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଆଜି ଅପରାହ୍ନରେ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି । ଏନେଇ ସେ ଆଜି ଦିଲ୍ଲୀରେ ବିଜେପି ନେତା ଅନୁରାଗ ଠାକୁରଙ୍କୁ ଭେଟିଛନ୍ତି ।
ନୀରଜ ଶେଖର ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁଅ ଅଟନ୍ତି । ତେବେ ସପା ତାଙ୍କୁ ବଳିଆରୁ ଟିକେଟ ନଦେବାରୁ ସେ ଅସନ୍ତୋଷ ଥିଲେ । ଗତ କିଛି ଦିନ ତଳେ ସେ ବିଜେପି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଥିଲେ । ଏହା ପରେ ସେ ଦଳ ଛାଡିବାର ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ରାଜ୍ୟସଭା ସାଂସଦ ହିସାବରେ ନୀରଜଙ୍କ କାର୍ଯ୍ୟକାଳ 2020 ନଭେମ୍ବରରେ ଶେଷ ହେବାକୁ ଥିବେ ବେଳେ ସେ ଆଜି ରାଜ୍ୟସଭାର ସଭାପତି ଏମ୍ ଭେଙ୍କୟା ନାଇଡୁଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି ।