ETV Bharat / bharat

‘ଦୁଇ ଦେଶର ସ୍ବାର୍ଥକୁ ଚୀନ ସମ୍ମାନ ଜଣାଉଛି’ - LAC

ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଶାନ୍ତି ବଜାୟ ରଖିବା, ଦୁଇ ଦେଶର ସେନାର ଗତିବିଧି ଉପରେ ଆଲୋଚନା ଓ ଉଭୟ ଦେଶରେ ସହମତିକୁ ସମ୍ନାନ ଜଣାଇବା ପାଇଁ ଚୀନ ରାଜି ଅଛି । ସୋମବାର ଚୀନର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।

india china on ladakh
ଦୁଇ ଦେଶର ସହମତିକୁ କାର୍ଯ୍ୟକାରୀ କରିବା ଆବଶ୍ୟକ
author img

By

Published : Jun 8, 2020, 8:43 PM IST

ବେଜିଂ: ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଶାନ୍ତି ବଜାୟ ରଖିବା, ଉଭୟ ଦେଶର ସେନାର ଗତିବିଧି ଉପରେ ଆଲୋଚନା ଓ ଉଭୟ ଦେଶର ସହମତିକୁ ସମ୍ମାନ ଜଣାଇବା ପାଇଁ ଚୀନ ରାଜି ଅଛି । ସୋମବାର ଚୀନର ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଦ୍ବିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ସୀମାରେ ବର୍ତ୍ତମାନର ଅବରୋଧକୁ ସମାଧାନ କରିବା ପାଇଁ ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନିଙ୍ଗ ଏହି ମନ୍ତବ୍ୟ ଦେଇଛନ୍ତି । ସାମରିକ ସ୍ତରରେ ନିକଟରେ ହୋଇଥିବା ଏକ ମାରାଥନ ବୈଠକର ଦୁଇ ଦିନ ପରେ ଏହି ମନ୍ତବ୍ୟ ସାମ୍ନାକୁ ଆସିଛି ।

ସେ କହିଛନ୍ତି, ଜୁନ 6 ରେ ଚୁସୁଲ ମଲଦୋ ଅଞ୍ଚଳରେ ଭାରତ ଓ ଚୀନ୍ କମାଣ୍ଡୋଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା ଓ ଉଭୟ ପକ୍ଷ ଏହାଉପରେ ଆଲୋଚନା କରିଥିଲେ । ହୁଆ କହିଛନ୍ତି ଯେ ନିକଟରେ ଉଭୟ ପକ୍ଷ କୂଟନୈତିକ ଓ ସାମରିକ ମାଧ୍ୟମରେ ସୀମାର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଯୋଗାଯୋଗ କରୁଛନ୍ତି । ସେ କହିଛନ୍ତି ଯେ ଉଭୟ ଦେଶର ନେତାଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ, ଯାହା ଦ୍ବାରା ମତଭେଦ ବିବାଦରେ ପରିଣତ ନହୁଏ ।

ଦୁଇଟି ଅଣଔପଚାରିକ ସମ୍ମିଳନୀ ପରେ ଦିଆଯାଇଥିବା ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକୁ ହୁଆ ଦୋହରାଇଥିଲେ । ସୀମାରେ ଶାନ୍ତି ଓ ଧୈର୍ଯ୍ୟ ବଜାୟ ରଖିବା ପାଇଁ ଆତ୍ମବିଶ୍ବାସ ଫେରାଇ ଆଣିବା ପାଇଁ ଚିନପିଙ୍ଗ-ମୋଦି ଦୁଇ ଦେଶର ସୈନ୍ୟବାହିନୀକୁ ଅଧିକ ପଦକ୍ଷେପ ନେବାକୁ କହିଥିଲେ ।

ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ସୀମାରେ ଶାନ୍ତି ବଜାୟ ରଖିବା ଏକ ଭଲ ପରିବେଶ ସୃଷ୍ଟି କରିବା ପାଇଁ ଉଭୟ ପକ୍ଷ କାର୍ଯ୍ୟ କରିବେ । ସେ କହିଛନ୍ତି, ପରିସ୍ଥିତି ସ୍ଥିର ଓ ନିୟନ୍ତ୍ରଣରେ ଅଛି । ସଂପୃକ୍ତ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ ସୁଚିନ୍ତିତ ଭାବେ ପ୍ରସ୍ତୁତ ଅଛନ୍ତି।

ପ୍ରକାଶଥାଉକି, ଚୀନ ସେନା ଏହାର କୌଶଳ ଉପକରଣକୁ ବ୍ୟବସ୍ଥିତ ଢଙ୍ଗରେ ଆକଚୁଆଲ୍ କଣ୍ଟ୍ରୋଲ୍ ଲାଇନରେ ଗଚ୍ଛିତ ରଖୁଛି। ଏଥିମଧ୍ୟରେ ତୋପ, ସେନାଗାଡି, ଭାରୀ ସାମରିକ ଉପକରଣ ଅନ୍ତର୍ଭୁକ୍ତ । ଉତ୍ତର ସିକ୍କିମ ଓ ଉତ୍ତରାଖଣ୍ଡ ସୀମାବର୍ତ୍ତୀ LAC ସୀମାରେ ଚୀନ ମଧ୍ୟ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି, ଏହାର ଉତ୍ତରରେ ଭାରତ ମଧ୍ୟ ଏହି ଅଞ୍ଚଳରେ ଅତିରିକ୍ତ ସୈନ୍ୟ ମୁତୟନ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.