ETV Bharat / bharat

ଶ୍ରମିକ ଏକ୍ସପ୍ରେସ ଟ୍ରେନରେ ପ୍ରାୟ 50 ହଜାର ଲୋକ ଘରେ ପହଞ୍ଚିଛନ୍ତି: ରେଳବାଇ - migrant worker

ରେଳ ବିଭାଗ ଅନୁଯାୟୀ, ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ ଉକ୍ତ ରାଜ୍ୟରେ ବିପଦ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

Shramik Express trains
ଶ୍ରମିକ ଏକ୍ସପ୍ରେସ ଟ୍ରେନରେ ପ୍ରାୟ 50 ହଜାର ଲୋକ ଘରେ ପହଞ୍ଚିଛନ୍ତି
author img

By

Published : May 6, 2020, 1:41 PM IST

ନୂଆଦିଲ୍ଲୀ: ଦେଶରେ ପ୍ରାୟ ମେ 1ରୁ ଆରମ୍ଭ ହୋଇଥିବା ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପ୍ରାୟ 50 ହଜାରରୁ ଅଧିକ ଶ୍ରମିକ ନିଜ ଘରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ବିହାର,ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ଆସିଥିବା ଶ୍ରମିକ ରହିଛନ୍ତି । ଯେଉଁମାନେ ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଅଟକି ରହିଥିଲେ। ତେବେ ଘରେ ପହଞ୍ଚିବା ପରେ କୋରୋନା ଭାଇରସ ବିସ୍ତାର ହେବାର ଆଶଙ୍କା ମଧ୍ୟ ବଢିଛି ।

ତେବେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କ ଥର୍ମାଲ୍ ସ୍କ୍ରିନିଂ ହୋଇଥାଏ, କିନ୍ତୁ କୋରୋନା ମାମଲାର 70 ପ୍ରତିଶତ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଏପରି ପରିସ୍ଥିତିରେ, ଶରୀରର ତାପମାତ୍ରା ସ୍ୱାଭାବିକ ହୋଇଥିଲେ ମଧ୍ୟ ଆମେ ନିଶ୍ଚିତ ଭାବରେ କହିପାରିବାନିଯେ, କୌଣସି ବ୍ୟକ୍ତି କୋରୋନା ଦ୍ବାରା ସଂକ୍ରମିତ ହୋଇନଥିବେ ବୋଲି । ପୁଣି ଯେତେବେଳେ 1 ହଜାରରୁ ଅଧିକ ଲୋକ ଏକାଠି ଟ୍ରେନରେ ଯାତ୍ରା କରନ୍ତି, ସେତେବେଳେ କୋରୋନା ସଂକ୍ରମଣ ହେବାର ଆଶଙ୍କା ଥାଏ । ଏଥିପାଇଁ ପ୍ଲାଟଫର୍ମରୁ ଟ୍ରେନ୍ ପର୍ଯ୍ୟନ୍ତ ସାମାଜିକ ଦୂରତା ଅନୁସରଣ କରାଯାଉଛି ।

ରେଳ ବିଭାଗ ଅନୁଯାୟୀ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, କର୍ଣ୍ଣାଟକ ଏବଂ କେରଳ ଭଳି ବିଭିନ୍ନ ରାଜ୍ୟରୁ ପ୍ରାୟ 50 ହଜାର ଲୋକ ନିଜ ନିଜ ଘରକୁ ଫେରିଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ବିହାର, ଝାଡଖଣ୍ଡ, ଓଡିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଭଳି ରାଜ୍ୟରୁ ଆସିଛନ୍ତି। ଯେହେତୁ ଅନ୍ୟ ସ୍ଥାନରୁ ଲୋକମାନେ ନିଜ ଘରକୁ ଯାଉଛନ୍ତି । ଏହି ରାଜ୍ୟଗୁଡିକର ଛୋଟ ସହର ଏବଂ ଗ୍ରାମଗୁଡିକରେ କୋରୋନା ବିପଦ ବୃଦ୍ଧି ପାଇଛି ।

ବରିଷ୍ଠ ଡାକ୍ତର କେ.କେ ଅଗ୍ରୱାଲ କହିଛନ୍ତି, ଯେଉଁ ରାଜ୍ୟରୁ ଲୋକମାନେ ଯାଉଛନ୍ତି ସେହି ରାଜ୍ୟରେ କିଛି ମାତ୍ରାରେ ଆରାମ ମିଳିବ, ଚାପ ହ୍ରାସ ପାଇବ କିନ୍ତୁ ସେମାନେ ଯେଉଁଠାକୁ ଯାଉଛନ୍ତି ସେହି ରାଜ୍ୟ ପାଇଁ ବିପଦ ବୃଦ୍ଧି ପାଇଛି । ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ଅତି ସାବଧାନତାର ସହ କ୍ବାରେଣ୍ଟାନ କରିବାକୁ ପଡିବ, ନଚେତ୍ ଯଦି ଜଣେ ବ୍ୟକ୍ତି ସଂକ୍ରମିତ ହୁଏ ତେବେ ଏହା ଅନେକ ଲୋକଙ୍କୁ ସଂକ୍ରମିତ କରିପାରେ । ଯେପରି 40 ଦିନର ଲକଡାଉନ ପରେ ମଧ୍ୟ ଆମେ ସଂକ୍ରମିତ ବ୍ୟକ୍ତିଙ୍କୁ ଦେଖୁଛୁ।

ମୋଟ ଉପରେ, ଏହା ସ୍ପଷ୍ଟ ଯେ ଯେଉଁ ରାଜ୍ୟଗୁଡିକ ନିଜ ଲୋକଙ୍କୁ ଡାକୁଛନ୍ତି, ସେମାନଙ୍କୁ ବହୁତ ସତର୍କ ରହିବାକୁ ପଡିବ ଏବଂ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ପଡିବ । ଏହି କ୍ଷେତ୍ରରେ, ସାମାନ୍ୟ ଅବହେଳା ମଧ୍ୟ ମହଙ୍ଗା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.