ETV Bharat / bharat

ଉତ୍ତରପ୍ରଦେଶକୁ ଫେରିଛନ୍ତି ପ୍ରାୟ 19 ଲକ୍ଷ ପ୍ରବାସୀ ଶ୍ରମିକ - ଉତ୍ତର ପ୍ରଦେଶକୁ ଫେରିଛନ୍ତି ପ୍ରବାସୀ ଶ୍ରମିକ

ଏବେ ସୁଦ୍ଧା 18.24 ଲକ୍ଷରୁ ଅଧିକ ଶ୍ରମିକ ୟୁପିକୁ ଫେରିଛନ୍ତି । ସେହିପରି 12.33 ଲକ୍ଷରୁ ଅଧିକ ଲୋକ 930ଟି ଶ୍ରମିକ ସ୍ପେଶାଲ ଟ୍ରେନ ଦ୍ବାରା ଫେରିଛନ୍ତି । ଅଧିକ ପଢନ୍ତୁ...

ଉତ୍ତର ପ୍ରଦେଶକୁ ଫେରିଛନ୍ତି ପ୍ରାୟ 19 ଲକ୍ଷ ପ୍ରବାସୀ ଶ୍ରମିକ
ଉତ୍ତରପ୍ରଦେଶକୁ ଫେରିଛନ୍ତି ପ୍ରାୟ 19 ଲକ୍ଷ ପ୍ରବାସୀ ଶ୍ରମିକ
author img

By

Published : May 22, 2020, 10:27 PM IST

ଲକ୍ଷ୍ନୌ: ଲକଡାଉନରେ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଅଣାଯାଉଛି । ଏଥିପାଇଁ ବସ ଓ ଟ୍ରେନର ବ୍ୟବସ୍ଥା କରିଛନ୍ତି ସମସ୍ତ ରାଜ୍ୟ ସରକାର । ଇତିମଧ୍ୟରେ ଉତ୍ତରପ୍ରଦେଶକୁ ଏବେ ଯାଏଁ ପ୍ରାୟ 19 ଲକ୍ଷ ପ୍ରବାସୀ ଶ୍ରମିକ ଫେରିଛନ୍ତି ।

ଏନେଇ ୟୁପି ଗୃହ ବିଭାଗର ଅତିରିକ୍ତ ସଚିବ ଅୱନିଶ ଅୱସ୍ତି ସୂଚନା ଦେଇଛନ୍ତି । ଏବେ ସୁଦ୍ଧା 18.24 ଲକ୍ଷରୁ ଅଧିକ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ସେହିପରି 12.33 ଲକ୍ଷରୁ ଅଧିକ ଲୋକ 930ଟି ଶ୍ରମିକ ସ୍ପେଶାଲ ଟ୍ରେନ ଦ୍ବାରା ଫେରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର 1199ଟି ଟ୍ରେନ ଚଳାଚଳକୁ ଅନୁମତି ଦେଇଛନ୍ତି ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ କି ଶୁକ୍ରବାର ୟୁପିରେ 263ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2243 ଛୁଇଁଛି । ଏବେ ସୁଦ୍ଧା 138 ଜଣ ଏଥିରେ ପ୍ରାଣ ହରାଇଛନ୍ତି । 3238 ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ବୋଲି ୟୁପିର ପ୍ରିନସିପାଲ ହେଲଥ ସେକ୍ରେଟାରୀ ଅମିତ ମୋହନ ପ୍ରସାଦ ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.