ନୂଆଦିଲ୍ଲୀ: ବିଭିନ୍ନ ମାର୍ଗରେ ଭିଡ କମାଇବା ଉପରେ ଇଣ୍ଡିଆନ ରେଲୱେ କାମ କରୁଥିବା ନେଇ ରେସୱେ ବୋର୍ଡ ଚେୟାରମ୍ୟାନ ବିନୋଦ କୁମାର ୟାଦବ କହିଛନ୍ତି । ମୋଟ 7ଟି ରୁଟକୁ ହାଇ-ଡେନସିଟି ନେଟୱାର୍କ (ଏଚଡିଏନ) ଭାବରେ ଚିହ୍ନଟ କରାଯାଇଛି । ଯାହାର ମୋଟ ଲମ୍ବ 11,295 କିଲୋମିଟର ରହିଛି । ଏହି ରୁଟଗୁଡିକରେ 60 ପ୍ରତିଶତ ଯାତାୟତ ରହିଛି । ଏଣୁ ଏହି ରୁଟ ଗୁଡିକରେ ଯାତାୟତ କମ କରିବା ପାଇଁ ଆମେ ଏହି ପଦକ୍ଷେପ ନେଇଛୁ ବୋଲି ସେ କହିଛନ୍ତି ।
ଏଥିସହ ସେ କହିଛନ୍ତି, 2024 ମାର୍ଚ୍ଚ ମାସ ସୁଦ୍ଧା ରେଳବାଇ ଏଚଡିଏନ ଏବଂ ବହୁଳ ବ୍ୟବହୃତ ନେଟୱାର୍କ (ଏଚୟୁଏନ) ନେଟୱର୍କକୁ ବିଦ୍ୟୁତକରଣ ଏବଂ ଦ୍ୱିଗୁଣିତ କରିବାକୁ ଯୋଜନା କରିଛି।