ETV Bharat / bharat

ବାସ୍ତବତା ଠାରୁ ଦୂରରେ NCRB ରିପୋର୍ଟ !

author img

By

Published : Jan 20, 2020, 12:31 PM IST

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟରେ ଯେଉଁ ତଥ୍ୟ ସ୍ଥାନ ମିଳିବା କଥା ତାହା ଦେଖାଯାଇନାହିଁ । ଏଥିରେ ଅନେକ ତଥ୍ୟକୁ ବାଦ ଦିଆଯାଇଥିବା ଦେଖାଯାଇଛି । ବିଶେଷ କରି ବିଭିନ୍ନ ସ୍ଥାନରେ ଦେଖାଯାଇଥିବା ଅପରାଧକୁ ଅତି କମରେ ପ୍ରକାଶ କରାଯାଇଥିବା ଦେଖିବାକୁ ମିଳିଛି ।

NCRB Report
ବାସ୍ତବତା ଠାରୁ ଦୂରରେ ଏନସିଆରବି ରିପୋର୍ଟ !

ହାଇଦ୍ରାବାଦ: ବିଗତ କିଛି ବର୍ଷ ଧରି ହିଂସା ଓ ଅପରାଧିକ କାର୍ଯ୍ୟ ସମ୍ପର୍କରେ ଗଣମାଧ୍ୟମର ମୁଖ୍ୟ ଖବରକୁ ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ରିପୋର୍ଟରେ ସ୍ଥାନ ମିଳିନାହିଁ। ରିପୋର୍ଟ ପ୍ରସ୍ତୁତ କିପରି ହେବା ଉଚିତ ଓ ଅପରାଧର ଏକ ବିଶେଷ ଶ୍ରେଣୀକୁ କେତେ ମହତ୍ତ୍ବ ମିଳିବା ଦରକାର ତାହା ଶାସନ କ୍ଷମତାରେ ଥିବା ଦଳର ବିଚାରଧାରା ସ୍ଥିର କରିଥାଏ। ଆଦର୍ଶଗତ ଭାବରେ ଅପରାଧର ପ୍ରକୃତି ଯାହାକି ଏନସିଆରବିର ନୂତନ ୨୦୧୯ ‘କ୍ରାଇମ ଇନ ଇଣ୍ଡିଆ’ ରିପୋର୍ଟରେ ସ୍ଥାନ ମିଳିବାର ଥିଲା, ଯାହା ୨୦୧୮ ସମୟରେ ଅପରାଧିକତାକୁ ଘୃଣା କରୁଥିବା ଅପରାଧ ହେବା ଉଚିତ, ଯେଭଳି ଅଳ୍ପସଂଖ୍ୟକ ସମୁଦାୟର ଲୋକମାନଙ୍କୁ ତଥା କଥିତ ଭାବରେ ଗୋହତ୍ୟା ଓ ଗୋମାଂସ ବ୍ୟବସାୟ ସହିତ ଯୋଡ଼ାଯାଉଛି। ହ୍ବାଟସଆପ ଭଳି ନୂଆପୀଢ଼ିର ମେସେଜ ପ୍ଳାଟଫର୍ମ ଯାହା ଘୃଣା ଖବରର ବାହକ ହୋଇଛି, ତାହା ଏହି ହତ୍ୟା ପଛରେ ରହିଛି। ଏନସିଆରବିର ରିପୋର୍ଟ ଉତ୍ତେଜନା ଓ ହିଂସା ଉପରେ ବି ନୀରବ ରହିଛି। ଯେଉଁଥିରେ ଉତ୍ତର ଭାରତର ଗ୍ରାମାଞ୍ଚଳରେ ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଯାଇଛି। ବୁଲା ଗୋରୁ, ଯେଉଁମାନଙ୍କୁ ପ୍ରଥମେ କଂସେଇଖାନାକୁ ପଠାଯାଉଥିଲା ଏବେ ସେହି ପଶୁମାନେ କୃଷି କ୍ଷେତ୍ର ଓ ଘରମାନଙ୍କରେ ପଶୁଥିବାରୁ ଅସନ୍ତୋଷ ଓ ହିଂସା ବଢ଼ିବାରେ ଲାଗିଛି। ଧର୍ମ ସୁରକ୍ଷା ପାଇଁ କାମ କରୁଥିବା ଲୋକ ଓ ଦଣ୍ଡ ଦେଉଥିବା ଆଇନର ଭୟରେ ଗ୍ରାମାଞ୍ଚଳରେ କୌଣସି କାମରେ ଆସୁନଥିବା ପଶୁମାନଙ୍କ ବିରୋଧରେ ପଦକ୍ଷେପ ନେଇପାରୁନାହାନ୍ତି। କିନ୍ତୁ ଏହାଦ୍ବାରା କୃଷି କ୍ଷେତ୍ରକୁ ନେଇ ଗମ୍ଭୀର ବିବାଦ ହେବାରେ ଲାଗିଛି। ରାଗରେ ଜର୍ଜରିତ ଗ୍ରାମବାସୀଙ୍କ ମଧ୍ୟରେ ଆଦର୍ଶଗତ ଭାବେ ହେଉଥିବା ମୁକାବିଲାକୁ ଗ୍ରାମାଞ୍ଚଳ ଦଙ୍ଗା ଶ୍ରେଣୀରେ ସାମିଲ କରାଯିବା ଉଚିତ। କିନ୍ତୁ ଏହି ରିପୋର୍ଟକୁ କୃଷକମାନେ ଅସୁବିଧାଜନକ ବୋଲି କହିଛନ୍ତି। ୨୦୧୬ ପର୍ଯ୍ୟନ୍ତ ଏନସିଆରବି ‘କୃଷି ଦଙ୍ଗା’କୁ ଏକ ଉପ-ବିଭାଗରେ ସାମିଲ କରିଥିଲେ। ଯାହା ଫଳରେ ୨୦୧୪ରେ ୬୨୮ଟି ମାମଲା ଓ ୨୦୧୫ରେ ପୂର୍ବ ବର୍ଷ ହୋଇଥିବା ମାମଲାର ୩୨୭ ପ୍ରତିଶତ ବୃଦ୍ଧି ପାଇଛି। ଏହା ପରେ ଗ୍ରାମାଞ୍ଚଳରେ ଦଙ୍ଗା ସଂଖ୍ୟା ବହୁତ ବୃଦ୍ଧି ପାଇଥିଲା। ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଓ ଭୂମି ବିବାଦ ହ୍ରାସ ପାଇବା ପରେ ଗ୍ରାମାଞ୍ଚଳ ଦଙ୍ଗାକୁ ଏନସିଆରବି ରିପୋର୍ଟରୁ ଦୂର କରାଯାଇଛି। କୌଣସି ଶ୍ରେଣୀର ହଜିଯାଇଥିବା ଘଟଣାର ସାମାନ୍ୟ ସ୍ପଷ୍ଟୀକରଣ ହେଉଛି ଏହା ମହତ୍ତ୍ବପୂର୍ଣ୍ଣ ସଂଖ୍ୟାରେ ନଥିଲା। ଏଥିପାଇଁ ସେମାନେ ଏପରି ଘଟଣା ଉପରେ ବିଶେଷ ଗୁରୁତ୍ବ ଦେଇନାହାନ୍ତି। କୃଷି ସଂକଟ ବୃଦ୍ଧି ପାଇବା ଓ ନିଜର ଦୁଃଖପୂର୍ଣ୍ଣ ଦୁର୍ଦ୍ଦଶାକୁ ଜଣାଇବା ପାଇଁ କୃଷକମାନଙ୍କ ଦ୍ବାରା ଆନ୍ଦୋଳନ କରିବା ଓ ଆନ୍ଦୋଳନରତ କୃଷକଙ୍କ ଏହି ରିପୋର୍ଟକୁ ଏନସିଆରବି କିପରି ତଳକୁ ଖସାଇ ଦେଇଥିଲା ତାହା ଆଶ୍ଚର୍ଯ୍ୟଜନକ।

କୃଷି କ୍ଷେତ୍ର ସମ୍ବେଦନଶୀଳ କ୍ଷେତ୍ରମାନଙ୍କ ମଧ୍ୟରୁ ଅନ୍ୟତମ। ଚାଷୀମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି ତାହା ବର୍ଣ୍ଣନା କରିବା ପାଇଁ ସରକାର ସଂଘର୍ଷ କରୁଛନ୍ତି। 1991ରେ ଦେଶରେ ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଚାଷୀମାନଙ୍କୁ ନଗଦ ପ୍ରାପ୍ୟ ପାଇବାକୁ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିବା ପରେ ଏହି ଘଟଣାକୁ ଗୁରୁତ୍ବାପ ମିଳିଥିଲା। ଖରାପ ମୌସୁମ ଓ ଠିକ ଭାବରେ ଜଳ ସେଚନର ଅଭାବ ଯୋଗୁଁ ଫସଲ ଖରାପ ହୋଇଯିବା ପରେ ଉଚ୍ଚ ହାରରେ ଲାଭ ପାଇବା ଆଶାରେ ଅତ୍ୟଧିକ ସୁଧରେ ଗ୍ରାମାଞ୍ଚଳର ଋଣଦାତାମାନଙ୍କଠାରୁ ନେଇଥିବା ଋଣ କୃଷକମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛି। ୨୦୧୮ର ପରିସଂଖ୍ୟାନ ଅନୁସାରେ କୃଷକମାନଙ୍କ ଆତ୍ମହତ୍ୟା ସଂଖ୍ୟା ହ୍ରାସ ପାଇଛି। ଏହାର ବିପରୀତ ବେରୋଜଗାର ଯୋଗୁଁ ଯୁବକମାନଙ୍କ ଆତ୍ମହତ୍ୟା ସଂଖ୍ୟା ୧୨,୯୩୬ରେ ପହଞ୍ଚିଛି। ୨୦୧୭ ତୁଳନାରେ ଏହା କମ ହୋଇଥିଲେ ହେଁ ଏହାରଅଧିକାଂଶ ରିପୋର୍ଟ ସରକାରଙ୍କୁ ମିଳୁପାରୁନାହିଁ। କିନ୍ତୁ ୪୨ ବର୍ଷ ପର୍ଯ୍ୟନ୍ତ ବେରୋଜଗାର ରିପୋର୍ଟ ସହିତ ଏ ସମ୍ପର୍କରେ ଆଗାମୀ ଏନସିଆରବି ରିପୋର୍ଟରେ ଏହା କିପରି ସ୍ଥାନ ପାଇବ ବୋଲି ଚିନ୍ତା କରାଯାଇପାରେ।

ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧର ପ୍ରକୃତ ସଂଖ୍ୟା ଦର୍ଶାଇବାକୁ ସରକାର ଓ ରାଜନୈତିକ ଦଳମାନେ ଭୟ କରୁଛନ୍ତି। ୨୦୧୮ରେ ଭାରତରେ ପ୍ରତି ୧୫ ମିନିଟରେ ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରାଯାଇଛି ଓ ୯୪ ପ୍ରତିଶତ ଅପରାଧି ପୀଡ଼ିତମାନଙ୍କର ଜଣାଶୁଣା। ସେହି ବର୍ଷ ୩୩, ୩୫୬ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ କରାଯାଇଥିଲା, କିନ୍ତୁ ପ୍ରକୃତ ପକ୍ଷେ ଏହି ସଂଖ୍ୟା ବହୁତ କମ ବୋଲି ଆଲୋଚନା ହେଉଛି। ବଡ଼ ଲଜ୍ଜାର କଥା ଏହି ଅପରାଧ ସହିତ ଜଡ଼ିତ ରହି ପଞ୍ଜିକୃତ ହୋଇଥିବା ମାମଲା ସଂଖ୍ୟା ବରଫ ପର୍ବତରୁ ଟିପେ ମାତ୍ର।

ଆମ ଦେଶରେ ଯେତେବେଳେ ମହିଳାମାନେ ଦୁଷ୍କର୍ମର ସମ୍ମୁଖୀନ ହେଉଛନ୍ତି ସେମାନେ ଥାନାକୁ ଯାଇ ଅଭିଯୋଗ କରିବାକୁ ଭୟ କରିଥାନ୍ତି। କାରଣ ଥାନାରେ ଅତ୍ୟନ୍ତ ଖରାପ ଓ ଅସମ୍ବେଦନଶୀଳ ଭାବରେ ଦୁଷ୍କର୍ମ ହୋଇଥିବା ମହିଳାଙ୍କ ସହିତ ବ୍ୟବହାର କରାଯାଇଥାଏ। କିଛି ବର୍ଷ ତଳେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ନିଜ ଦଳର କିଛି ଲୋକମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗକୁ ସ୍ପଷ୍ଟ ଭାବରେ ଖାରଜ କରିଦେଇଥିଲେ। ଏହି ଅଭିଯୋଗ ପରେ ସେ କହିଥିଲେ ଯୁବକ ହିଁ
ଯୁବକ ହେବେ। ୨୦୧୨ରେ ରାଷ୍ଟ୍ରବ୍ୟାପୀ ଆନ୍ଦୋଳନ ପରେ ସାମନ୍ତବାଦୀ ଭାରତ ସହିତ ସମ୍ପର୍କିତ ରାଜନୈତିକ ନେତାମାନଙ୍କର ମନୋଭାବ ଅପରିବର୍ତ୍ତିତ ରହିଥିଲା। ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ସହିତ କଣ କରାଯାଇଛି। ତାଙ୍କର ତପସ୍ୟା ବଳରୁ ଶାସନ କ୍ଷମତାରେ ଥିବା ପାର୍ଟିର ରାଜନେତାଙ୍କୁ ଦୋଷୀ ପ୍ରମାଣିତ କରାଯାଇଛି। ସଂଯୋଗ କ୍ରମେ ସେହି ରାଜନେତା ଉତ୍ତର ପ୍ରଦେଶର ଯେଉଁଠାରେ ମହିଳାଙ୍କ ବିରୋଧରେ ସବୁଠାରୁ ଅଧିକ ହିଂସା ହୋଇଥାଏ।

ଉଚ୍ଚ ସଂସ୍କୃତି ସମ୍ପନ୍ନ ସହର କୁହାଯାଉଥିବା ଲକ୍ଷ୍ନୌ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର, କିନ୍ତୁ ଉତ୍ତର ପ୍ରଦେଶରେ ଦୁଷ୍କର୍ମ ହେଉଥିବା ମହିଳାଙ୍କ ସଂଖ୍ୟା ଦେଶରେ ୩ୟ ସ୍ଥାନ ହାସଲ କରିଛି। ୫୪୩୩ ଦୁଷ୍କର୍ମ ପୀଡ଼ିତ ସହିତ ମଧ୍ୟ ପ୍ରଦେଶ ସବୁଠାରୁ ଆଗରେ ରହିଛି। ରାଜନୈତିକ ସ୍ଥିରତା ସହିତ ମାଫିଆମାନଙ୍କ ଦ୍ବାରା ହତ୍ୟାକାଣ୍ଡ ହେଉନଥିବାବେଳେ ପାଟନାରେ ଏହି ହତ୍ୟା ସବୁଠାରୁ ଅଧିକ ରେକର୍ଡ଼ କରାଯାଇଛି। ଦେଶର ୧୯ଟି ମେଟ୍ରୋପଲିଟାନ ସହରରେ ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୪.୪ଜଣଙ୍କୁ ହତ୍ୟା କରାଯାଉଛି। କିନ୍ତୁ ବିହାର ପୁଲିସର ଦାବି ଅନୁସାରେ ରାଜ୍ୟରେ ଅପରାଧ ସଂଖ୍ୟା ହ୍ରାସ ପାଇଛି। ହ୍ରାସ ପାଇଥିବା ଏହି ଅପରାଧ ମଧ୍ୟରେ ଦୁଷ୍କର୍ମ ବି ସାମିଲ ହୋଇଛି।

ନକଲି ମୁଦ୍ରା ସମସ୍ୟାରୁ ରକ୍ଷା ପାଇବା ପାଇଁ ୨୦୧୬ ନଭେମ୍ବରରେ ଉଚ୍ଚ ମୂଲ୍ୟର ନୋଟକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତ୍ତି ନେଇଥିଲେ। ଯଦି ଏନସିଆରବି ତଥ୍ୟ ଅନୁସାରେ କିଛି ବି କରିବାକୁ ବିଫଳ ହୋଇଥିଲା। ଏହି ନିଷ୍ପତ୍ତି ପରେ ଗବେଷଣାକାରୀମାନଙ୍କ କହିବା ଅନୁସାରେ ବ୍ୟାଙ୍କମାନଙ୍କରେ ସନ୍ଦିଗ୍ଧ କାରବାର ୪୮୦ ପ୍ରତିଶତ ବୃଦ୍ଧି ପାଇଥିଲା। ନକଲି ନୋଟ କାରବାରକୁ ସହାୟତା କରିବା ପାଇଁ ସରକାର ୨୦୧୬ରେ ୨୦୦୦ନୋଟ ପ୍ରଚଳନ କରିଥିଲେ। ଏବେ ଏହି ନୋଟର ପ୍ରଚଳନ କମ ହେବାରେ ଲାଗିଛି। ୨୦୦୦ଟଙ୍କିଆ ନୋଟ କମ ଛପା ଯାଉଛି। କାରଣ ଦେଶରେ ପ୍ରଚଳିତ ୨୦୦୦ଟଙ୍କିଆ ନୋଟର ୫୬ପ୍ରତିଶତ ନକଲି ବୋଲି ଆକଳନ କରାଯାଇଛି। ଏହିସବୁ ବିଫଳତା ପରେ ବି କ୍ରାଇମ ଇନ ଇଣ୍ଡିଆ ରିପୋର୍ଟରେ ୨୦୧୬ ପରେ ଅପରାଧ ହାର ବହୁ ପରିମାଣରେ ହ୍ରାସ ପାଇଛି ବୋଲି ବାରମ୍ବାର କୁହାଯାଉଛି। ୨୦୧୩ରେ ଅପରାଧ ସଂଖ୍ୟା ୫୪୦ ପ୍ରତିଶତରୁ ଅଧିକ ଦର୍ଶାଯାଇଥିଲା। କିନ୍ତୁ ୨୦୧୬ରେ ଏହା ୩୫ ପ୍ରତିଶତ ହ୍ରାସ ପାଇ ୩୭୯.୩ ପ୍ରତିଶତ ହୋଇଥିଲା। ୨୦୧୮ରେ ଏହା ୩୮୮ ପ୍ରତିଶତ ବୋଲି କୁହାଯାଇଛି। ସରକାରଙ୍କ ସୂତ୍ରରୁ ପ୍ରକାଶ ପାଉଥିବା ଅଧିକାଂଶ ସଂଖ୍ୟା ସତ୍ୟ ବୋଲି କୁହାଯାଉଛି। କିନ୍ତୁ ଏହି ସଂଖ୍ୟାକୁ ନିରିଖେଇ ଦେଖିବାର ଆବଶ୍ୟକତା ରହିଛି। ଅପରାଧ ସଂଖ୍ୟା ହ୍ରାସ ପାଇବା ଘଟଣା ବହୁତ କିଛି ପରିବର୍ତ୍ତନ କରିଛି, ଯେପରିକି କୌଣସି ବ୍ୟକ୍ତି କୌଣସି ପ୍ରକାରର ଅପରାଧକୁ ଅଣଦେଖା କରି କେବଳ ସବୁଠାରୁ ଜଘନ୍ୟ ଅପରାଧକୁ ଚିହ୍ନଟ କରୁଛି। ଏହି ସଂଖ୍ୟା ପ୍ରକାଶ କରିବା ଅପେକ୍ଷା ଲୁଚାଇବା ପାଇଁ କରାଯାଉଛି। ଏହି ଦିଗରେ ସେମାନେ ସଫଳ ହେଉଛନ୍ତି ବୋଲି ଆଶା କରାଯାଉଛି।

ସଞ୍ଜୟ କପୁର, ଲେଖକ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.