ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ପରେ ଶିବସେନା-ଏନସିପି-କଂଗ୍ରେସ ସରକାର ଗଢିବା ପ୍ରସ୍ତୁତି ଜାରି ରଖିଛନ୍ତି । ଅନେକ ବୈଠକ, ଆଲୋଚନା, ବିଚାରବିମର୍ଷ ପରେ ତିନି ଦଳ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ(ସିଏମପି)ର ଡ୍ରାପ୍ଟ ତୈୟାର କରିସାରିଛନ୍ତି । ଏବେ ଏହାକୁ ହାଇକମାଣ୍ଡଙ୍କ ପାଖକୁ ପଠାଯିବ । ଏଥିରେ ମୋହର ବାଜିବା ପରେ ମହାରାଷ୍ଟ୍ରରେ ସରକାର ଗଠନ ପଥ ସ୍ପଷ୍ଟ ହୋଇଯିବ । ଏହାକୁ ନେଇ ଏନସିପି ପ୍ରମୁଖ ଶରଦ ପାୱାର ସୋନିଆ ଗାନ୍ଧୀଙ୍କୁ ଭେଟିପାରନ୍ତି ।
ଏହାଭିତରେ ଏନସିପି ନେତା ନାୱାଜ ମଲ୍ଲିକ ଗଣାମାଧ୍ୟମ ସାମ୍ନାରେ ଏନେଇ ବଡ ବୟାନ ଦେଇଛନ୍ତି । ଏନସିପି , ଶିବସେନା ସାମନାରେ ଅଢେଅ ବର୍ଷିଆ ମୁଖ୍ୟମନ୍ତ୍ରୀ ଆସନ ମାଗୁଥିବା ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବସେନାର ହେବ ଏହା ସ୍ଥିର ନିଶ୍ଚିତ ।
ଏହାସହ ଏନସିପି ନେତା ନୱାବ ମଲ୍ଲିକ କହିଛନ୍ତି ସିଏମ ସିଟ୍କୁ ନେଇ ବିଜେପି ଓ ଶିବସେନା ମଧ୍ୟରେ କଳହ ହୋଇଥିଲା । ଅର୍ଥାତ ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀ ଶିବସେନାର ହିଁ ହେବ । ବିଜେପି ଶିବସେନାକୁ ଅପମାନିତ କରିଛି । ଏନସିପିର ଦାୟିତ୍ୱ ଶିବସେନାର ସ୍ୱାଭିମାନ ଏବଂ ସମ୍ମାନକୁ ବଜାୟ ରଖିବା । ଏଥିପାଇଁ ମୁଖ୍ୟମନ୍ତ୍ରୀ ପଦ ଶିବସେନାର ହିଁ ବୋଲି ସେ କହିଛନ୍ତି ।
ଅନ୍ୟପଟେ ଅଢେଇ ବର୍ଷିଆ ଏନସିପି-ଶିବସେନା ସିଏମ୍ ସିଟ୍ ଭାଗବଣ୍ଟା ଉପରେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ ବୟାନ ଦେଇଛନ୍ତି । ପାଞ୍ଚବର୍ଷ କଥା କଣ ପାଇଁ ଆଲୋଚନା କରୁଛନ୍ତି ? ମହାରାଷ୍ଟ୍ରରେ ଆଗାମୀ 25 ବର୍ଷ ପର୍ଯ୍ୟନ୍ତ ଶିବସେନା ଶାସନ କରିବା କଥା କୁହନ୍ତୁ ବୋଲି ବୟାନ ଦେଇଛନ୍ତି ।