ମୁମ୍ବାଇ : କୋରାନାକୁ ନେଇ ସାରା ବିଶ୍ବ ଏବେ ଚିନ୍ତିତ । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା ଅଧିକ ଥିବା ରାଜ୍ୟ ହେଇଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କୋରୋନା ସ୍ଥିତି ସଙ୍ଗୀନ ରହିଛି । ଏନେଇ କୋରୋନା ମୁକାବିଲା ନେଇ ଘନ ଘନ ବୈଠକ ମଧ୍ୟ କରୁଛନ୍ତି ସରକାର । ଏନସିପି ମୁଖ୍ୟ ଶରଦ ପାୱାର, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ଓ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପୁଣେ ଜିଲ୍ଲାରେ କୋଭିଡ19 ସ୍ଥିତିର ସମୀକ୍ଷା କରିଛନ୍ତି ।
ଏହି ସଂକ୍ରମଣର ମୁକାବିଲା ପାଇଁ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୋଲିସ ବିଭାଗକୁ ନିର୍ଦ୍ଦଶ ଦେଇଛନ୍ତି । ଜନତାଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ ସେ କହିଛନ୍ତି। ଏପରିକି କଣ୍ଟେନମେଣ୍ଟ ଜୋନ ଅଞ୍ଚଳକୁ ପ୍ରତିଦିନ ପରିଦର୍ଶନ କରିବା ସହିତ ବେସରକାରୀ କୋଭିଡ ହସପିଟାଲରୁ କିଭଳି ଭାବେ ରୋଗୀଙ୍କୁ ଶୋଷଣ କରା ନ ଯାଏ ସେନେଇ ତାଦରାଖ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ,କୋରୋନା ନେଇ ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ ଉପରୁ ଆର୍ଥିକ ବୋଝ କମେଇବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହେବେ ବୋଲି ସେ କହିଛନ୍ତି । କୋରୋନାରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କ ପରିବାର ଅବସର ନେବା ଯାଏଁ ସରକାରୀ କ୍ବାର୍ଟରରେ ରହିପାରିବେ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି ।
@ANI