ନୂଆଦିଲ୍ଲୀ: ଭାରତ ମହାସାଗରରେ ଶତ୍ରୁପକ୍ଷଙ୍କ ଯୁଦ୍ଧ ଜାହାଜରେ ନଜର ରଖିବା ପାଇଁ ଭାରତୀୟ ନୌସେନାର ପଡ ପଦକ୍ଷେପ । ସମୁଦ୍ର ମଧ୍ୟରେ ଶତ୍ରୁଙ୍କ କାର୍ଯ୍ୟକଳାପ ଉପରେ ଯେପରି ତୀକ୍ଷ୍ଣ ନଜର ରଖାଯାଇପାରିବ, ଏନେଇ ଯୁଦ୍ଧ ଜାହାଜରେ ନିୟୋଜିତ ପାଇଁ 10ଟି ଡ୍ରୋନ କିଣିବାକୁ ପ୍ରସ୍ତାବ ଦେଇଛି ନୌସେନା ।
1240 କୋଟି ଟଙ୍କା ବ୍ୟୟରେ 10ଟି ମାନବ ବିହୀନ ଏରିଅଲ ସିଷ୍ଟମ କ୍ରୟ କରିବାକୁ ଭାରତୀୟ ନୌସେନା ପ୍ରସ୍ତାବ ଦେଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ନୌସେନାର ଯୋଜନା ଅନୁଯାୟୀ ଏହି ଡ୍ରୋନଗୁଡିକ ବଡ ଆକାରର ଯୁଦ୍ଧ ଜାହାଜରେ ନିୟୋଜିତ ହେବ ଏବଂ ଚୀନର କାର୍ଯ୍ୟକଳାପ ଏବଂ ଭାରତୀୟ ଜଳ ସୀମା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ସାହାଯ୍ୟ କରିବ ।