ଚଣ୍ଡିଗଡ: ପୂର୍ବତନ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ଆଜି ସଂସଦୀୟ କ୍ଷେତ୍ରକୁ ଗସ୍ତ କରିଛନ୍ତି । ଇସ୍ତଫା ଦେବା ପରେ ପ୍ରଥମ ଥର ସିଦ୍ଧୁ ଗସ୍ତରେ ଯାଇଛନ୍ତି । ଗତ ଜୁଲାଇ 15 ରେ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦ୍ର ସିଂଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ମିଠା ଖୁଆଇ ସିଦ୍ଧୁଙ୍କୁ କରାଯାଇଛି ସ୍ବାଗତ।
ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ଦେବା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଇସ୍ତଫା ଦେଇଥିଲେ । ଇମ୍ରାନ ଖାନଙ୍କ ଶପଥଗ୍ରହଣ ଉତ୍ସବରେ ପାକିସ୍ତାନ ଗସ୍ତ କରି ଚର୍ଚ୍ଚାକୁ ଆସିଥିଲେ ସିଦ୍ଧୁ । ପରେ ପତ୍ନୀ ନବଜ୍ୟୋତ କୌର ସିଦ୍ଧୁଙ୍କ ଟିକେଟ ମିଳିବା ନେଇ ଅମରିନ୍ଦ୍ରଙ୍କୁ ଦାୟୀ କରି ଚର୍ଚ୍ଚାରେ ଥିଲେ ସିଦ୍ଧୁ ।