ETV Bharat / bharat

ଲକଡାଉନ: NTA ବୃଦ୍ଧି କଲା ଅନଲାଇନ୍ ପରିକ୍ଷା ଆବେଦନ ତାରିଖ ସମୟସୀମା

author img

By

Published : May 1, 2020, 3:18 PM IST

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଦାଖଲ କରିବାର ସମୟସୀମାକୁ ବୃଦ୍ଧି କରିଛି ।

ଲକଡାଉନ ପ୍ରଭାବ: ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ତାରିଖ ସମୟସୀମା ବୃଦ୍ଧି କଲା NTA

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ଯୋଗୁଁ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆସୁଛି । ଦେଶରେ ଲକଡାଉନ ଜାରି ରହିଛି । ସେପଟେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ବିଭିନ୍ୟ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଦାଖଲ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି । ଦେଶରେ କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଭାରତୀୟ କୃଷି ଅନୁସନ୍ଧାନ (ଆଇସିଆର), ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ନ୍ୟାସନାଲ କାଉନସିଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ JEE 2020, ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟିର ପିଏଚଡି ଏବଂ ଓପେନମାଟ୍ (ଏମବିଏ) ପାଇଁ ଆବେଦନ କରିବାର ଶେଷ ତାରିଖ ମେ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ତେବେ ଏହାସହ ଏନଟିଏ ପକ୍ଷରୁ କୁହାଯାଇଛି ଯେ ଅଲ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା ପାଇଁ ଶେଷ ତାରିଖ ଚଳିତ ବର୍ଷ ଜୁନ୍ 5 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସନ୍ଧ୍ୟା 4 ଟା ପର୍ଯ୍ୟନ୍ତ ଅନଲାଇନ ଆବେଦନ ଫର୍ମ ଗ୍ରହଣ କରାଯିବ ଏବଂ ଦରଖାସ୍ତ ଫି ରାତି 11.50 ପର୍ଯ୍ୟନ୍ତ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଛି ।

ମେ 15 2020 ପରେ ପରିସ୍ଥିତିକୁ ଦେଖି ବିଭିନ୍ନ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ ଏବଂ ପରୀକ୍ଷଣର ସଂଶୋଧିତ ତାରିଖ ବିଷୟରେ ବିସ୍ତୃତ କାର୍ଯ୍ୟସୂଚୀ ସଂପୃକ୍ତ ୱେବସାଇଟ (www.nta.ac.in)ରେ ଉପଲବ୍ଧ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.