ଚଣ୍ଡିଗଡ: ଆଜି ହେଉଛି ଜାତୀୟ ସୁରକ୍ଷା ବାହିନୀ (NSG)ର ଆଜି 35 ତମ ପ୍ରତିଷ୍ଠା ଦିବସ । ଏନେଇ ହରିୟାଣାର ମାନେସରରେ ଆୟୋଜିତ ହୋଇଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ଏନଏସଜି ପକ୍ଷରୁ ସାମରକି କଳାକୌଶଳ ପ୍ରଦର୍ଶନ କରାଯାଇଛି । ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେବାରେ ସକ୍ଷମ ଏନଏସଜି।
ଏହାର ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ, ଆତଙ୍କବାଦ ସମାଜ ପାଇଁ ଏକ ବଡ ସମସ୍ୟା । ଆମେ ଅନ୍ୟ ଦେଶଙ୍କ ଅପେକ୍ଷା ଅଧିକ ଆତଙ୍କବାଦୀ କାର୍ଯ୍ୟକଳାପର ସାମ୍ନା କରୁଛେ । ଆତଙ୍କବାଦର ଦମନ ପାଇଁ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରାଯାଇଛି । ଏନଏସଜି ସାମର୍ଥ୍ୟ କାରଣରୁ ଆଜି ଦେଶର ସୁରକ୍ଷା ନେଇ ଆସ୍ବସ୍ତ ଥିବା କହିଛନ୍ତି ଗୃହମନ୍ତ୍ରୀ ।