ETV Bharat / bharat

ଜାତୀୟ ପ୍ରେସ ଦିବସ: ଆସନ୍ତୁ ଜାଣିବା ଗଣମାଧ୍ୟମର ଇତିହାସ... - ଗଣମାଧ୍ୟମ କଣ ଓ ଏହାର ଇତିହାସ

ନଭେମ୍ବର 16ରେ ପାଳିତ ହେଉଛି ଜାତୀୟ ଗଣମାଧ୍ୟମ ଦିବସ । ତେବେ ଏହି ଗଣମାଧ୍ୟମ କ’ଣ ଓ ଏହାର ଇତିହାସ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା ତଥ୍ୟ...

ଡିଜାଇନ ଫଟୋ
author img

By

Published : Nov 16, 2019, 9:57 AM IST

ହାଇଦ୍ରାବାଦ: ‘ଗଣମାଧ୍ୟମ’-ଶବ୍ଦଟିର ଅର୍ଥ ହେଉଛି ଗଣଙ୍କର ମାଧ୍ୟମ ମାନେ ଲୋକଙ୍କ ମାଧ୍ୟମ । ସାଧାରଣତଃ ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧୁଥିବା ମାଧ୍ୟମଟି ହେଉଛି ଗଣମାଧ୍ୟମ । ଆଜି ଏହି ଗଣମାଧ୍ୟମର ଦିନଟିଏ । ପ୍ରତିବର୍ଷ ନଭେମ୍ବର 16ରେ ଗଣମାଧ୍ୟମ ଦିବସ ରୂପେ ପାଳିତ ହୋଇଥାଏ। ବିନା ଡରରେ ଲୋକଙ୍କ ଉଦ୍ଦେଶ୍ୟରେ ଖବର ପ୍ରକାଶ କରିବା ହେଉଛି ଗଣମାଧ୍ୟମର ଧର୍ମ ଓ କର୍ତ୍ତବ୍ୟ । ଭାରତୀୟ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ରୂପେ ଆମେ ଏହାକୁ ସମ୍ମାନ ଦେଉ ।

ପ୍ରଥମେ ଏହି ଦିବସର ଇତିହାସ ବିଷୟରେ ଜାଣିବା । 1966 ମସିହା ନଭେମ୍ବର16ରେ ଭାତରର ପ୍ରେସ୍ କାଉନ୍ସିଲ ଗଠନ କରାଯାଇଥିଲା । ତେଣୁ ଆଜିର ଦିନକୁ ପ୍ରେସ ଦିବସ ରୂପେ ପାଳନ କରାଯାଏ । ଏହି କାଉନ୍ସିଲ ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଗଣମାଧ୍ୟମକୁ ସୁରକ୍ଷା ଦେବା ଓ ଖବରର ମାନକୁ କ୍ଷୁର୍ଣ୍ଣ ନହେବାକୁ ଦେବା । ଏହି ଶକ୍ତିଶାଳୀ ମାଧ୍ୟମର ମାନ ବଜାୟ ରଖିବା ଓ କୌଣସି ବାହ୍ୟ ପ୍ରଭାବ ଓ ଧମକରେ ମୁଣ୍ଡ ନ ନୁଆଁଇ ଜନହିତରେ କାର୍ଯ୍ୟକରିବା ପ୍ରେସର ସ୍ବାଧିନତା । ଏହାର ଦାୟିତ୍ବ ଗ୍ରହଣ କରିଛି ପ୍ରେସ ପରିଷଦ ବା ପ୍ରେସ କାଉନ୍ସିଲ । ସମଗ୍ର ବିଶ୍ବରେ ଅନେକ ପ୍ରେସ ଓ ମିଡିଆ କାର୍ଯ୍ୟକରୁଥିଲେ ହେଁ ଭାରତୀୟ ପ୍ରେସ କାଉନ୍ସିଲ ଅଲଗା କାରଣ ଏହା ପ୍ରେସକୁ ସମ୍ପୁର୍ଣ୍ଣ ସ୍ବାଧିନତା ଦେଇଥାଏ ।

ଉନବିଂଶ ଶତାବ୍ଦୀରେ ଭାରତୀୟ ଗଣମାଧ୍ୟମ ନିଜର ସ୍ବାଧିନତା ପାଇଁ ଲଢେଇ ଆରମ୍ଭ କଲା । ପ୍ରେସ ଆଇନ 1857 ଓ ଭର୍ଣ୍ଣାକୁଲାର ପ୍ରେସ ଆଇ 1878 ଖବରକାଗଜ ଜଗତକୁ ପ୍ରଭାବିତ କଲା । ମହାତ୍ମା ଗାନ୍ଧୀଙ୍କ ଧାରାକୁ ନୂଆ ଦିଶା ଦେଇଥିଲା ପ୍ରେସ । ଗାନ୍ଧୀ ଆସିବା ପରେ ଆଞ୍ଚଳିକ ଭାଷାରେ ଅଧିକାଂଶ ଖବରକାଗଜ ଗାନ୍ଧୀଙ୍କ ମୁହାଁ ହୋଇଗଲେ । ଭାରତର ସ୍ବାଧିନତା ପାଇଁ ପ୍ରେସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ପରେ 1952 ସେପ୍ଟେମ୍ବର 23ରେ ପ୍ରେସ କମିଶନ ଗଠନ କରାଗଲା । କାର୍ଯ୍ୟରତ ସାମ୍ବାଦିକତା ଅଧିନିୟମ, 1955 ଲାଗୁ କରାଗଲା । ଏପରିକି ଜରୁରୀକାଳିନ ପରିସ୍ଥିତିରେ ପ୍ରେସର ସ୍ଥିତି ଉଲ୍ଲେଖନୀୟ ।

ଏହି ସମୟରେ ପ୍ରେସ କାଉନ୍ସିଲ ଅଧିନିୟମ, 1976 ଲାଗୁ କରାଗଲା । ପରେ ଜରୁରୀକାଳିନ ସମାପ୍ତ ପରେ ଏହାକୁ ପୁର୍ନଗଠନ କରାଗଲା । 1978 ମେ 29ରେ ପ୍ରେସ କମିଶନ ଗଠିତ ହେଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବିଶ୍ବ ଏକତ୍ରୀକରଣ, ଶିକ୍ଷା, ଲୋକମତ ସଙ୍ଗଠନ, ମନୋରଞ୍ଜନ ପ୍ରଦାନ, ଅର୍ଥବ୍ୟବସ୍ଥା ସ୍ଥିରିକୃତ ଆଦି ।

ଓଡିଶାର ପ୍ରେସ ବିଷୟରେ କହିବାକୁ ଗଲେ ପ୍ରଥମ ଖବରକାଗଜ ଭାବେ ଉତ୍କଳ ଦୀପିକା ଆରମ୍ଭ ହୋଇଥିଲା । ଗୌରୀଶଙ୍କର ରାୟ ପ୍ରଥମ ସାପ୍ତାହିକ ଓଡିଆ ଖବରକାଗର ‘ ଉତ୍କଳଦୀପିକା’କୁ 1866 ଅଗଷ୍ଟ 4ରେ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସରୁ ପ୍ରକାଶିତ କରିଥିଲେ । ତତ୍କାଳୀନ ଆୟକର କମିଶନର ତଥା ରେଭେନ୍ସା କଲେଜର ପ୍ରତିଷ୍ଠାତା ଟି.ଇ ରେଭେନ୍ସାଙ୍କ ସହ ବିଚିତ୍ରାନନ୍ଦ ଦାସଙ୍କ ସହାୟତାରେ ଏହାକୁ ପ୍ରକାଶ କରାଗଲା । ଦୈନିକ ଆଶା, ସତ୍ୟବାଦୀ, ସମାଜ, ପ୍ରଜାତନ୍ତ୍ର, ଗଣତନ୍ତ୍ର, ପ୍ରଗତିବାଦୀ, ଧରିତ୍ରୀ, ସମ୍ବାଦ ଭଳି ଖବରକାଗାଜ ପ୍ରେସ ସ୍ଥାପତି ହେଲା । ପ୍ରଥମେ କଟକରେ ପ୍ରେସ ଥିବା ବେଳେ ପରେ ପରେ ମୟୂରଭଞ୍ଜ, ବାଲେଶ୍ବର, ପୁରୀ, ଗଞ୍ଜାମରେ ପ୍ରେସ ସ୍ଥାପନ କରାଗଲା ।

ଆସ୍ତେ ଆସ୍ତେ ରେଡିଓ ଓ ଟେଲିଭିଜନ ନିଜ କାୟା ବିସ୍ତାର କଲା। 2002ରେ ଇଟିଭି(ଇନାଡୁ ଟିଭି) ଓଡିଆରେ ପ୍ରସାରଣ ଆରମ୍ଭ କଲା । ଏହା ହେଉଛି ଓଡିଶାର ପ୍ରଥମ ଘରୋଇ ସାଟେଲାଇଟ ଚ୍ୟାନେଲ । ପରେ ବିଭିନ୍ନ ବୈଦୁତିକ ଗଣମାଧ୍ୟମ ମୁଣ୍ଡଟେକି ଠିଆ ହେଲେ । 2014 ଶେଷ ସୁଦ୍ଧା ଅନେକ ୱେବ ମୁହାଁ ହେଲେ । ବର୍ତ୍ତମାନର ଯୁବପିଢି ୱେବ ସାମ୍ବାଦିକତା ଦିଗରେ ଧିରେ ଧିରେ ଆଗ୍ରହ ପ୍ରକାଶ କରୁଛନ୍ତି ।

Intro:Body:

CVB

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.