ETV Bharat / bharat

ଆଜି ଜାତୀୟ ଗଣିତ ଦିବସ

author img

By

Published : Dec 22, 2020, 11:34 AM IST

ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ସଫଳତାକୁ ସୀକୃତି ଦେବା ପାଇଁ ପ୍ରତିବର୍ଷ 22 ଡିସେମ୍ବରରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ। ଅଧିକ ପଢନ୍ତୁ...

ଆଜି ଜାତୀୟ ଗଣିତ ଦିବସ
ଆଜି ଜାତୀୟ ଗଣିତ ଦିବସ

ହାଇଦ୍ରାବାଦ: ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ସଫଳତାକୁ ସୀକୃତି ଦେବା ପାଇଁ ପ୍ରତିବର୍ଷ 22 ଡିସେମ୍ବରରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ। ପ୍ରସିଦ୍ଧ ଗାଣିତିକ ରାମାନୁଜନ 22 ଡିସେମ୍ବର 1887 ରେ ଜନ୍ମଗ୍ରହଣ କରିଥିଲେ।

2012ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ 22 ଡିସେମ୍ବରକୁ ଜାତୀୟ ଗଣିତ ଦିବସ ଭାବରେ ଘୋଷଣା କରିଥିଲେ। ଜାତୀୟ ଗଣିତ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମାନବିକତାର ବିକାଶରେ ଗଣିତର ମହତ୍ତ୍ବ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଦେଶର ଯୁବ ପୀଢିଙ୍କ ମଧ୍ୟରେ ଗଣିତ ଶିକ୍ଷାକୁ ନେଇ ଏକ

ସକରାତ୍ମକ ଇଚ୍ଛାଶକ୍ତି ସୃଷ୍ଟି କରିବା ନେଇ ସେମାନଙ୍କୁ ପ୍ରେରଣା ଦେବା ସହିତ ଉତ୍ସାହିତ କରିବା । ଜାତୀୟ ଗଣିତ ଦିବସରେ ଗଣିତ ଶିକ୍ଷକ ଏବଂ ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରାଯିବା ସହିତ ଗଣିତ ତଥା ଗଣିତ ଶିକ୍ଷାଦାନ କ୍ଷେତ୍ରରେ ଆବଶ୍ୟକ ସାମଗ୍ରୀର ବିକାଶ, ଉତ୍ପାଦନ ଏବଂ ବିସ୍ତାର ଉପରେ ଦୃଷ୍ଟି ଦିଆଯାଇଥାଏ ।

ଜାତୀୟ ଗଣିତ ଦିବସ ପାଳନର ପ୍ରକ୍ରିୟା...

ଭାରତର ବିଭିନ୍ନ ବିଦ୍ୟାଳୟ, କଲେଜ, ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ। ଏହା ବ୍ୟତୀତ ଛାତ୍ରମାନଙ୍କୁ ଗଣିତରେ ଶିକ୍ଷିତ କରିବା ଏବଂ ସାରା ବିଶ୍ବର ଛାତ୍ର ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ ଜ୍ଞାନ ବିସ୍ତାର କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

ଭାରତର ସମସ୍ତ ରାଜ୍ୟ ବିଭିନ୍ନ ପ୍ରକ୍ରିୟାରେ ଜାତୀୟ ଗଣିତ ଦିବସ ପାଳନ କରନ୍ତି। ବିଦ୍ୟାଳୟ, କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଏହି ଅବସରରୋ ବିଭିନ୍ନ ପ୍ରତିଯୋଗିତା ଏବଂ ଗାଣିତିକ କୁଇଜ୍ ଆୟୋଜିତ ହୋଇଛି | ଏହି ସମୟ ମଧ୍ୟରେ, ଭାରତର ବିଭିନ୍ନ ସ୍ଥାନରୁ ଛାତ୍ରମାନେ ଏହି କର୍ମଶାଳାରେ ଅଂଶଗ୍ରହଣ କରନ୍ତି ।

ଗାଣିତିକ ରାମାନୁଜନଙ୍କ ବିଷୟରେ...

.1887 ମସିହା ଆଜିର ଦିନରେ ଶ୍ରୀନିବାସ ରାମାନୁଜନ ଜନ୍ମଗ୍ରହଣ କରିଥିଲେ । ଏକ ଆନୁଷ୍ଠାନିକ ଶିକ୍ଷା ସତ୍ତ୍ବେ 12ବର୍ଷ ବୟସରେ ତ୍ରୀକୋଣମିତିରେ ଅନେକ ତତ୍ତ୍ବର ବିକାଶ କରିଥିଲେ ।1904 ମସିହାରେ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ରାମାନୁଜନ କୁମ୍ବାକୋନମ୍ (ତାମିଲନାଡୁ) ର ସରକାରୀ କଳା ମହାବିଦ୍ୟାଳୟରେ ପାଠ ପଢି ମେଧାବୃତ୍ତି ପାଇଥିଲେ । ଏହା ପରେ 14 ବର୍ଷ ବୟସରେ, ରାମାନୁଜନ ମାଡ୍ରାସର ପାଚିଆପ୍ପା କଲେଜରେ ଯୋଗ ଦେଇଥିଲେ ।

.1912 ମସିହାରେ, ଭାରତୀୟ ଗଣିତ ସମାଜର ପ୍ରତିଷ୍ଠାତା ରାମସ୍ବାମୀ ଆୟର, ରାମାନୁଜନଙ୍କୁ ମାଡ୍ରାସ ପୋର୍ଟ ଟ୍ରଷ୍ଟରେ କିରାଣୀ ପଦ ପାଇବାରେ ସାହାଯ୍ୟ କରିଥିଲେ।1913 ମସିହାରେ ତାଙ୍କର ଏହି ସଫଳତା ପାଇଁ କେମ୍ବ୍ରିଜ୍ ଗଣିତଜ୍ଞ ଜିଏଚ୍ ହାର୍ଡି ତାଙ୍କୁ ଲଣ୍ଡନକୁ ଡାକିଲେ ସେ ରାମାନୁଜନଙ୍କ କାର୍ଯ୍ୟ ଦ୍ବାର ପ୍ରଭାବିତ ହୋଇଥିଲେ ।1917 ମସିହାରେ ରାମାନୁଜନ ଲଣ୍ଡନ ଗଣିତ ସମାଜର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।

.ସେ 1918 ମସିହାରେ ରୟାଲ ସୋସାଇଟିରେ ସର୍ବ କନିଷ୍ଠ ବ୍ୟକ୍ତି ଭାବରେ ସଫଳତା ହାସଲ କରିଥିଲେ । ଏହାପରେ ସେ 1919ରେ ଭାରତ ଫେରିଥିଲେ । ଭାରତ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ମାତ୍ର 32 ବର୍ଷ ବୟସରେ ତାଙ୍କର 1920 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ଗଣିତ ବିଷୟରେ ସଫଳତା ନେଇ ମନେ ରଖିଛି ସାରା ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.