ETV Bharat / bharat

ଗୁଜବ ଖବରକୁ ବିଶ୍ବାସ ନ କରିବାକୁ ଜାମ୍ମୁକାଶ୍ମୀର ରାଜ୍ୟପାଳଙ୍କ ପରାମର୍ଶ - କାଶ୍ମୀରବାସୀଙ୍କୁ ରାଜ୍ୟପାଳଙ୍କ ପରାମର୍ଶ

ଅମରନାଥ ଯାତ୍ରା ସ୍ଥଗିତ ପରେ କାଶ୍ମୀରରେ ଭୟର ବାତାବରଣ ଖେଳିଯାଇଛି । ଏଭଳି ସ୍ଥିତିରେ ଗୁଜବ ଖବର ଉପରେ ଧ୍ୟାନ ନ ଦେବାକୁ ପରାମର୍ଶ ଦେଇଛନ୍ତି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।

ଫାଇଲ ଫଟୋ
author img

By

Published : Aug 3, 2019, 10:12 AM IST

ଶ୍ରୀନଗର: ଅମରନାଥ ଯାତ୍ରା ସ୍ଥଗିତ କରିବା ପରେ କାଶ୍ମୀରରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି। ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ଜମ୍ମୁକଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଅମରନାଥ ଯାତ୍ରାକୁ ଅନ୍ୟ ଘଟଣା ସହ ଯୋଡି ଅନାବଶ୍ୟକ ଭୟର ବାତାବରଣ ସୃଷ୍ଟି କରାଯାଉଛି । ତେଣୁ ଗୁଜବକୁ ବିଶ୍ବାସ ନ କରିବା ତଥା ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ଶୁକ୍ରବାର ଏହି ପ୍ରସଙ୍ଗ ନେଇ ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି, ଶାହ ଫେସଲ ଓ ଇମରାନ ରଜା ଅନଂସାରୀ ସମେତ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଥିଲେ । ଏହି ସାକ୍ଷାତ ପରେ କାଶ୍ମୀରରେ ଉପୁଜିଥିବା ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଶ୍ବସ୍ଥ ସୁତ୍ର ଅନୁସାରେ, ଅମରନାଥ ଯାତ୍ରୀଙ୍କୁ ଉପରେ ଆତଙ୍କୀ ଆକ୍ରମଣ ସମ୍ଭାବନା ଥିବାରୁ ଯାତ୍ରୀଙ୍କୁ ସେହି ସ୍ଥାନରୁ ଖାଲି କରାଯାଉଛି । ତେଣୁ ଗୁଜବ ଖବରକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପଟେ ଧାରା 35(ଏ) ଉପରେ ମଧ୍ୟ ସଫେଇ ଦେଇଛନ୍ତି ରାଜ୍ୟପାଳ । ଧାରା 35(ଏ)କୁ ଉଚ୍ଛେଦ ପାଇଁ କୌଣସି ଯୋଜନା ନଥିବା ସେ କହିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.