ETV Bharat / bharat

ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ସଂଖ୍ୟାଲଘୁ ଆୟୋଗଙ୍କ ଚିଠି

ଏପରି ସମୟରେ ମୁସଲିମଙ୍କ ଉପବାସ ପରବର୍ତ୍ତୀ ଖାନା ହଲାଲ ମିଳିବା କଷ୍ଟକର ହୋଇପଡିବ । ଯାହାକୁ ଦୃଷ୍ଟିରେ ରଖି ଚିଠି ଲେଖିଛନ୍ତି ଜାତୀୟ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ । ଅଧିକ ପଢନ୍ତୁ...

author img

By

Published : Apr 24, 2020, 8:39 PM IST

ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ସଂଖ୍ୟାଲଘୁ ଆୟୋଗଙ୍କ ଚିଠି
ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ସଂଖ୍ୟାଲଘୁ ଆୟୋଗଙ୍କ ଚିଠି

ନୂଆଦିଲ୍ଲୀ: କୋରୋନା ମହାମାରୀ ଭିତରେ ରମଜାନ ମାସ ଆରମ୍ଭ ହୋଇଛି । ଏପରି ସ୍ଥଳେ ଏବର୍ଷ ସାମୂହିକ ଏକତ୍ରିତ ବନ୍ଦ ରହିଛି । ସମସ୍ତେ ଘରେ ରୋଜା ରଖିବା ସହ ଉପବାସ ଭାଙ୍ଗିବେ । ତେବେ ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଜାତୀୟ ସଂଖ୍ୟାଲଘୁ ଆୟୋଗ ।

ବର୍ତ୍ତମାନ ସ୍ଥିତିରେ ବିଭିନ୍ନ ସ୍ଥାନରେ ଖାଦ୍ୟାଭାବର ଆଶଙ୍କା ରହିଛି । ଲକଡାଉନ ଚାଲିଥିବାରୁ ଲୋକେ ବିଭିନ୍ନ ଫଳ ଓ ପରିବା ନେଇ ଘରେ ଆଗୁଆ ରଖିଦେଉଛନ୍ତି । ତେବେ ଏପରି ସମୟରେ ମୁସଲିମଙ୍କ ଉପବାସ ପରବର୍ତ୍ତୀ ଖାନା ହଲାଲ ମିଳିବା କଷ୍ଟକର ହୋଇପଡିବ । ଯାହାକୁ ଦୃଷ୍ଟିରେ ରଖି ଚିଠି ଲେଖିଛନ୍ତି ଜାତୀୟ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ସୟଦ ଘାୟୋରୁଲ ରିଜଭୀ ।

ଏଥିରେ ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଯଥେଷ୍ଟ ପରିମାଣରେ ଫଳମୂଳ ସଂରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି । ରମଜାନ ମାସ ଚାଲିଥିବାରୁ ଏସବୁର ଚାହିଦା ବଢିବା ସ୍ବାଭାବିକ । ତେଣୁ ଫଳ ସହ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ସେ ଚିଠିରେ ନିବେଦନ କରିଛନ୍ତି । ଏହାସହ ସମସ୍ତ ଜିଲ୍ଲାପାଳଙ୍କୁ କଳାବଜାରୀ ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.