ହାଇଦ୍ରାବାଦ: ପ୍ରାଚୀନ ଚୀନରେ ଗୋଟିଏ ଉକ୍ତି ରହିଛି । ଯେଉଁଥିରେ କୁହାଯାଇଛି, ଗୋଟିଏ ପାଦ ଆଗକୁ ବଢିଚାଲିଲେ ସମୟ ଗଡିବା ଅନୁସାରେ ଅଧିକ ପଥ ଅତିକ୍ରମ କରିହୁଏ । ସେହିପରି ସ୍ଥିତି ଭାରତ ଓ ଚୀନ ମଧ୍ୟରେ ଦେଖିବାକୁ ମିଳିଛି । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ତଥା ବିଭିନ୍ନ ଘଟଣାରେ ଭିନ୍ନଭିନ୍ନ ପଦକ୍ଷେପ ନିଆଯାଇଛି । ଏହା ସତ୍ବେ ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ଥିବା ସଂପର୍କରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଯାହାକୁ ନେଇ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ସମିଟରେ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିନଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି । ବିଶ୍ବର ଦୁଇ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶର ଦୁଇ ନେତା ପୂର୍ବରୁ ବିସକେକରେ ହୋଇଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀ ଏବଂ ଓସାକାରେ ହୋଇଥିବା ଜି-20 ସମ୍ମିଳନୀରେ ଭେଟ ହୋଇସାରିଛନ୍ତି । ତେବେ ଭାରତ ଓ ଚୀନ ଉଭୟ ଅକ୍ଟୋବରରେ ହେବାକୁ ଥିବା ବୈଠକ ପାଇଁ ପ୍ରସ୍ତୁତ ଥିବା ବେଳେ ଆମେରିକାର ଟ୍ରମ୍ପ ପ୍ରଶାସନ ଚୀନ ଟେଲିକମ କମ୍ପାନୀ ହୁୱେଇ ଦ୍ବାରା ଭାରତରେ ହେବାକୁ ଥିବା 5ଜି ଟ୍ରାଏଲ ପାଇଁ ଅନୁମତି ନଦେବାକୁ ମୋଦିଙ୍କ ଉପରେ ଚାପ ପକାଇପାରେ । ସେହିପରି ଆଞ୍ଚଳିକ ବ୍ୟାପକ ଅର୍ଥନୈତିକ ସହଭାଗୀତା (ଆରସିଇପି)କୁ ସଂପୂର୍ଣ୍ଣ କରିବାର ସମୟସୀମା, ବିସିଆଇମ (ବାଲାଂଦେଶ-ଚୀନ-ଭାରତ-ମିଆମାର) ଅର୍ଥନୈତିକ କରିଡର ଆଦି ପ୍ରସଙ୍ଗରେ ଭାରତ ଚୀନ ସହ ଆଲୋଚନା କରିବ।
ଏହା ବ୍ୟତିତ ଜମ୍ମୁକାଶ୍ମୀରରୁ 370 ଧାରାର ଉଚ୍ଛେଦ ଓ ପୁନଃର୍ଗଠନ ପରେ ଏହି ପ୍ରସଙ୍ଗ ମଧ୍ୟ ଆଲୋଚନା ପରିସରକୁ ଆସି ପାରେ । ଚୀନ ସହ ଭାରତର ସୀମା ବିବାଦ ସହିତ ବିଭିନ୍ନ ପ୍ରସଙ୍ଗ ରହିଛି । ଯାହା ଏକାଠି ଆଲୋଚନା କରିବା ଦ୍ବାରା ହିଁ ସମାଧାନ ସମ୍ଭବପର ବୋଲି କିଛିଦିନ ତଳେ ଭ୍ଲାଦିଭୋସ୍ତୋକରେ ଅନୁଷ୍ଠିତ ଇକୋନୋମିକ ଫୋରମରେ ଯୋଗ ଦେବା ପୂର୍ବରୁ ଭାଲଡାଇ କ୍ଲବ ମସ୍କୋରେ ଆଲୋଚନା ବେଳେ କହିଥିଲେ ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କର । ତେବେ ଜିନପିନଙ୍କ ସହ ହେବାକୁ ଥିବା ଏହି ବୈଠକ ବାରଣାସୀ ପରିବର୍ତ୍ତେ ତାମିଲନାଡୁର ଉପକୂଳ ସହର ମାମଲ୍ଲାପୁରମରେ କରାଯିବାନେଇ ସୂଚନା ମିଳିଛି ।
କାଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କ ନିଷ୍ପତ୍ତି ପରଠାରୁ ବେଜିଙ୍ଗ ଏହା ଉପରେ କଡା ନଜର ରଖିଛି । ଏହାକୁ ବାଦ ଦେଲେ ଭାରତୀୟ ସୀମାରେ ଚୀନ ତରଫରୁ କୌଣସି ଅନୁପ୍ରବେଶ ବା ଦଖଲ ନଥିଲେ ବି ଜୟଶଙ୍କର ବେଜିଂ ଯିବେ ବୋଲି କହିଛନ୍ତି । ଜୟଶଙ୍କର କହିଛନ୍ତି, ଲଦାଖରେ ଅଧିକ ପ୍ରଶାସନିକ ନିୟନ୍ତ୍ରଣର ଆବଶ୍ୟକତା ନାହିଁ । କାରଣ ଭାରତର ପ୍ରକୃତ ସୀମାରେଖା ଚୀନ ସୀମା ମଧ୍ୟରେ ରହିଛି ବୋଲି ସେ କହିଛନ୍ତି । ସେପଟେ ଚୀନ ବିଦେଶ କାର୍ଯ୍ୟାଳୟର ପ୍ରବକ୍ତା ଭାରତର କଥାକୁ ଅସ୍ବୀକାର କରିଛନ୍ତି । ଚୀନର କ୍ଷେତ୍ରୀୟ ସାର୍ବଭୌମତ୍ବ । ତେଣୁ ଏହାର ଘରୋଇ ଆଇନରେ ପରିବର୍ତ୍ତନ ଆଣିଥିବା ସେ ଘୋଷଣା କରିଛନ୍ତି ।
ତେବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ଚୀନ ଗସ୍ତ କାରଣରୁ ବାଧ୍ୟ ହୋଇ ଚୀନ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବ । ଏହା ସହ ନିଜ ମିତ୍ର ପାକିସ୍ତାନର ଇସାରାରେ ଏକ ରୁଦ୍ଧଦ୍ବାର ବୈଠକ କରାଇବ ଯାହା ପ୍ରସ୍ତାବିତ ଆଲୋଚନା ଠାରୁ ଅଲଗା ରହିବ । ଚାଇନା ଷ୍ଟେଟ କାଉସିଲର ଓ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ହେବାକୁ ଥିବା ଭାରତ-ଚାଇନା 22ତମ ସୀମା ସଂକ୍ରାନ୍ତୀୟ ସ୍ବତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନାରେ ଭାଗ ନେବାକୁ ଚାହିଁବେ । କିନ୍ତୁ ନୂଆଦିଲ୍ଲୀ ପକ୍ଷରୁ ପ୍ରତିନିଧି ସ୍ତରୀୟ ଆଲୋଚନା ବାବଦରେ ଏବେ ସୁଦ୍ଧା କୌଣସି ଘୋଷଣା କରାଯାଇନାହିଁ ।
ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବା ସହ ସୀମାରେ ଅସ୍ତ୍ର ବିରତି ଉଲଙ୍ଘନ ଓ ରକ୍ତପାତ ହ୍ରାସ କରିବା ଭାରତର ଲକ୍ଷ୍ୟ ରହିବ । ସେହିପରି ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ସହ ଅକ୍ଷୟ ଚୀନ ଓ ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସଂସଦରେ ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଚୀନ ନିଜର ଅସନ୍ତୋଷ ବ୍ୟକ୍ତ କରିଛି । ଏପରିକି ଗତ ସପ୍ତାହରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ବେଳେ ଉଭୟ ପକ୍ଷର ଆଲୋଚନା ପରେ ଏହାର ସମାଧାନ ହୋଇଥିଲା । ସେହିପରି 2017 ମସିହାରେ 73 ଦିନ ଧରି ହୋଇ ରହିଥିବା ଡୋକଲାମ ବିବାଦ ମଧ୍ୟ ଉହାନ ସମିଟ ପର୍ଯ୍ୟନ୍ତ ଯାଇଥିଲା । ଯାହା ଫଳରେ ସୀମାରେ ଉପୁଜିଥିବା ଉତ୍ତେଜନା ହ୍ରାସ ପାଇବା ସହ ଦ୍ବିପାକ୍ଷିକ ସମ୍ବନ୍ଧ ସ୍ଥାପିତ ହୋଇପାରିଥିଲା । ଏହି ସମସ୍ୟାକୁ ଭାରତ ବିଶ୍ବ ସମୁଦାୟରେ ସଫଳ ଉପସ୍ଥାପିତ କରିବାରେ ସକ୍ଷମ ହୋଇଥିଲା ।
ବର୍ତ୍ତମାନ ସମୟରେ ସୀମା ବିବାଦ, କାଶ୍ମୀର ସମସ୍ୟା ଓ ପାକିସ୍ତାନ ସହ ଚାଇନା ସମ୍ବନ୍ଧ ଆଦି ବିଭିନ୍ନ ସମସ୍ୟା ସତ୍ତ୍ବେ ଭାରତ-ଚୀନ ସମ୍ପର୍କ ଏକ ଭଲ ଦିଗରେ ଗତିକରୁଛି । ହେଲେ ଆସନ୍ତା ମୋଦି-ଜିନପିନ ବୈଠକରେ କୌଣସି ଉଲ୍ଲେଖନୀୟ ସଫଳତା ମିଳିବା ଆଶା କରାଯାଉନାହିଁ । ତେବେ ଆସନ୍ତା ବୈଠକରେ କଣ ନିଷ୍ପତ୍ତି ହେଉଛି ତାହା ଦେଖିବାକୁ ବାକି ରହିଲା ।
ସ୍ମିତା ପ୍ରକାଶ, ମିଡିଆ ପ୍ରଫେସନାଲ