ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ

author img

By

Published : Mar 5, 2019, 2:31 PM IST

ମୋଦି ସୋମବାର ନିଜ ମାଆ ହୀରବା ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ମାଆଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଅନେକ ସମୟରେ ମୋଦିଙ୍କୁ ବିଜେପିର ବରିଷ୍ଠ ନେତାଙ୍କ ପାଦ ଛୁଇଁ ପ୍ରଣାମ କରିଥିବାର ଦେଖାଯାଏ।

ଡିଜାଇନ ଫଟୋ

ଗାନ୍ଧୀନଗର: ନିଜ ଉଦାର ସ୍ବଭାବ ଓ ବରିଷ୍ଠଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ପରିଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଏହାର ଏକ ଉଦାହରଣ ଦେଇଛନ୍ତି । ମଙ୍ଗଳବାର ମୋଦି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଏଠାରେ ଏକ ସଭାରେ ଯୋଗ ଦେବା ଅବସରରେ ଏପରି ଦେଖିବାକୁ ମିଳିଥିଲା ।

ଗୁଜୁରାଟକୁ 2 ଦିନିଆ ଗସ୍ତରେ ଆସିଛନ୍ତି ମୋଦି । ଏହି ଅବସରରେ ସେ ଅଦଲାଜରେ ଥିବା ଶିକ୍ଷାସନ ଭବନ ଏବଂ ବିଦ୍ୟାର୍ଥୀ ଭବନର ଶିଳାନ୍ୟାସ ପାଇଁ ଗାନ୍ଧୀନଗରରେ ପହଞ୍ଚିଛନ୍ତି । ଏଥିପାଇଁ ଆୟୋଜିତ ଏକ ସଭାରେ ଅତିଥିଙ୍କ ସହ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଉପସ୍ଥିତ ଥିଲେ । ମୋଦି ସଭାରେ ପହଞ୍ଚି ସମସ୍ତଙ୍କ ସହ ହାତ ମିଳାଇଥିଲେ ।

ତେବେ ସେ ଯେତେବେଳେ କେଶୁଭାଇଙ୍କ ପାଖରେ ପହଞ୍ଚିଲେ ତାଙ୍କୁ ନମସ୍କାର କରିବା ସହ ପାଦ ଛୁଇଁ ପ୍ରଣାମ କରିଥିଲେ । କେଶୁଭାଇ ତାଙ୍କୁ ହସ ହସ ମୁହଁରେ ଧରି ଆଲିଙ୍ଗନ କରିଥିଲେ । ଏହାପରେ ଉଭୟ କିଛି କଥାବାର୍ତ୍ତା କରିଥିଲେ । ଉଲ୍ଲେଖଯୋଗ୍ୟ ମୋଦି ସୋମବାର ନିଜ ମାଆ ହୀରବା ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ମାଆଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ଅନେକ ସମୟରେ ମୋଦିଙ୍କୁ ବିଜେପିର ବରିଷ୍ଠ ନେତାଙ୍କ ପାଦ ଛୁଇଁ ପ୍ରଣାମ କରିଥିବାର ଦେଖାଯାଏ ।

କେଶୁଭାଇ ପଟେଲ 1995ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ । ଏହାପରେ ସେ 1998ରୁ 2001 ପର୍ଯ୍ୟନ୍ତ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଜାଗର ପାଇଁ ବ୍ୟାପକ ପ୍ରସ୍ତୁତି। 

ରାତି ପାହିଲେ ମହାଶିବରାତ୍ରି। ଚଳଚଞ୍ଚଳ ହୋଇପଡିଛି ସମସ୍ତ ଶୈବ ପୀଠ । ସବୁଠୁ ଚାଳିଛି ପ୍ରସ୍ତୁତି। ମନ୍ଦିର ମାନଙ୍କରେ ଶୃଙ୍କଲିତ ଦର୍ଶନ ପାଇଁ ବ୍ୟରିକେଡିଂ ଚାଲିଥିବା ବେଳେ ଜାଗର ଜାଳିବା ପାଇଁ ପ୍ରସ୍ତୁତ ହେଉଛି କ୍ଷେତ୍ର। ଏପଟେ ପ୍ରଶାସନ ମଧ୍ୟ ଶେଷ କରିଛି ପ୍ରସ୍ତୁତି। ଶୃଙ୍ଖଳିତ ଦର୍ଶନ ପାଇଁ ଟ୍ରାଫିକ କଟକଣା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଖଞ୍ଜିଛି ସିସିଟିଭି କ୍ୟାମେରା। ଏହା ସହିତ ବ୍ୟବସାୟୀ ମଧ୍ୟ ମାଟି ଦୀପ ତେଲ ଧରି ଆସ୍ଥାନ ଜମାଇଛନ୍ତି। 

ମହାଶିବରାତ୍ରୀ କୁ ନଜରରେ ରଖି ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଗ୍ରହଣ କରାଯାଇଛି। କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ପାଖା ପାଖି ୧୦୦ ଜଣ ପୋଲିସ ଅଫିସର ସହ ୨୫ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରିବେ । ଏହା ଛଡା ମଧ୍ୟ ରାତ୍ରୀରେ ପୋଲିସ ମାନଙ୍କର ଡିଉଟିରେ ରହିବେ। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଖାଲି ସ୍ଥାନରେ ଗାଡ଼ି ଷ୍ଟାଣ୍ଡ କରାଯାଇଛି। ମନ୍ଦିର ପାଖ ରେ ଥିବା ବିଏମ୍ ସ୍କୁଲ ପଡିଆ ରେ ପାର୍କିଂ ପାଇଁ ବ୍ୟବସ୍ଥା କରିଥିବା ବେଳେ ମନ୍ଦିର ପାଖ ରେ ଥିବା ମାର୍କେଟ କମ୍ପ୍ଲେକ୍ସ ନିକଟରେ ଥିବା ସ୍ଥାନରେ ପାର୍କିଂ ର ବ୍ୟବସ୍ଥା କରାଯାଇଛି। ଜାଗର ଯାତ୍ରା ରେ କିଭଳି ଭାବରେ ସୁରୁଖୁରୁରେ ପରିଚାଳନା କରାଯିବ ସେନେଇ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ମହାଦୀପ ଉଠିଲା ପରେ ଲିଙ୍ଗରାଜଙ୍କର ଆଉ ଏକ ବିଧି ରହିଛି। ସାହାଣ ମେଳା ଯାହାକୁ ନେଇ ଅନେକ ରାତି ଉଅଜଗର ହୋଇ ଦେଖିବାକୁ ବସିଥାନ୍ତି। ସେହି ସମୟରେ ଅଧିକ ଭିଡ଼ ହୋଇଯାଉଥିବାର କିଛି ଅଘଟଣ ଘଟିବା କୁ ନେଇ ଆଶଙ୍କା ଅଧିକ ରହିଥାଏ । ସେଥିପାଇଁ ସେହି ସମୟରେ ଭକ୍ତଙ୍କ ଭିଡ ଦେଖିକି ପୋଲିସ ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଏମିତି ବି ରାଜଧାନୀର ଅନେକ ଶୈବ ପୀଠ ମାନଙ୍କରେ ମଧ୍ୟ ଜାଗର ଯାତ୍ରା ଆରମ୍ଭ ପାଇଁ ପ୍ରସ୍ତୁତି ଶେଷ ହୋଇଛି ।

ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ର ଏଜକ୍ୟୁଟିଭ୍ ଅଫିସର୍ ସଞ୍ଜିବ ସାହୁ କହିଛନ୍ତି ଯେ ମନ୍ଦିରରେ ଥିବା ସମସ୍ତ କାର୍ଯ୍ୟ ଶେଷ ହୋଇସାରିଛି। ମନ୍ଦିରର ସମସ୍ତ ସଦସ୍ୟ ମାନେ ଏକାଠି ହୋଇ ସୁରୁଖୁରୁରେ ସାରିବାକୁ ଚଳିତ ବର୍ଷ ନିଷ୍ପତି ନେଇଛନ୍ତି।

Byte-  ପୋଲିସ କମିଶନର
Byte- ସଞ୍ଜୀବ ସାହୁ , ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ର ଏଜକ୍ୟୁଟିଭ୍ ଅଫିସର୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.