ETV Bharat / bharat

ପିଏମ ‘ସରେଣ୍ଡର ମୋଦି' ନୁହଁନ୍ତି 'ଧୁରନ୍ଧର ମୋଦି': ଅଠାୱଲେ - ପିଏମ ‘ସରେଣ୍ଡର ମୋଦି' ନୁହଁନ୍ତି 'ଧୁରନ୍ଧର ମୋଦି

ରାହୁଲ ଗାନ୍ଧୀଙ୍କ ସରେଣ୍ଡର ମୋଦି ଟ୍ବିଟକୁ ନେଇ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ସେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରେଣ୍ଡର ମୋଦି ନୁହଁନ୍ତି, ବରଂ ଧୁରନ୍ଧର ମୋଦି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପିଏମ  ‘ସରେଣ୍ଡର ମୋଦି' ନୁହଁନ୍ତି 'ଧୁରନ୍ଧର ମୋଦି': ଅଠାୱଲେ

author img

By

Published : Jun 23, 2020, 11:39 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସରେଣ୍ଡର ମୋଦି ଟ୍ବିଟକୁ ନେଇ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ସେ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରେଣ୍ଡର ମୋଦି ନୁହଁନ୍ତି, ବରଂ ଧୁରନ୍ଧର ମୋଦି । ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିଲାଳିଆ ବୟାନ ଦେଇଥିବା କାରଣରୁ ଦେଶର ପ୍ରଧାନମନ୍ତ୍ରୀଙ୍କ ନିକଟରେ କ୍ଷମା ମାଗନ୍ତୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶ ସୁରକ୍ଷିତ ଏବଂ ବୀର ଯବାନଙ୍କ ବଳିଦାନ ବୃଥା ହେବ ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଦେଶ ଚୀନ୍‌କୁ ବିରୋଧ କରୁଛି । ଅଧିକାଂଶ ରାଜନୈତିକ ଦଳ ଦେଶର ପିଏମଙ୍କ ଉପରେ ବିଶ୍ବାସ ରଖିଛନ୍ତି କିନ୍ତୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ସରେଣ୍ଡର ମୋଦି' ଭଳି ପ୍ରତିକ୍ରିୟା ଅତ୍ୟନ୍ତ ହୀନ ମାନସିକତା ଦର୍ଶାଉଛି ।

କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଯୋଗୁଁ କେବଳ ସେ ନୁହଁନ୍ତି କଂଗ୍ରେସର ମଧ୍ୟ ଦେଶବାସୀଙ୍କ ଆଗରେ ସମ୍ମାନ ହାନି ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ପିଲାଳିଆମି ପାଇଁ ଦେଶର ପ୍ରଧାନମନ୍ତ୍ରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଉଚିତ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.