ETV Bharat / bharat

ନାନା ପାଟୋଲେ ହେଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି

author img

By

Published : Dec 1, 2019, 11:54 AM IST

ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ନାନା ପାଟୋଲେ ।

Nana Patole
ଫଟୋ ସୌଜନ୍ୟ: ଏଏନାଇ

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ନିଜର ଦ୍ବିତୀୟ ଅଗ୍ନିପରୀକ୍ଷା ମଧ୍ୟ ପାସ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ନାନା ପାଟୋଲେ । ତେବେ ଏଥିସହ ମହାରାଷ୍ଟ୍ର ବିଧାନସଭାର ପରମ୍ପରା ମଧ୍ୟ ବଜାୟ ରହିଛି । ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ଦ୍ବନ୍ଦରେ ନିର୍ବାଚିତ ହେବାର ପରମ୍ପରା ପୂର୍ବରୁ ରହି ଆସିଥିବା ବେଳେ ଚଳିତ ସରକାରରେ ମଧ୍ୟ ଏହି ପରମ୍ପରା ବଜାୟ ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ନାନା ପାଟୋଲେ ଚାଷୀ ପରିବାରରୁ ଆସିଥିବାରୁ ସେ ସମସ୍ତଙ୍କୁ ସମାନ ନ୍ୟାୟ ଦେବେ ବୋଲି ଆସ୍ଥା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ନାନା ପାଟୋଲେଙ୍କୁ ମହାରାଷ୍ଟ୍ରର ବାଚସ୍ପତି କରିବା ପାଇଁ ମହାବିକାଶ ଅଘାଡି ସରକାର ନିଷ୍ପତି ନେଇଥିଲେ। କିନ୍ତୁ ବିଜେପି ଏହି ପଦକୁ ହାତଛଡା କରିବ ନାହିଁ ବୋଲି ପାଟୋଲେଙ୍କ ବିରୋଧରେ ପ୍ରାର୍ଥୀ ଓହ୍ଲାଇଥିଲା । ହେଲେ ରବିବାର ବିଜେପି ବାଚସ୍ପତି ଦୌଡରୁ ଓହରିବାର ନିଷ୍ପତି ନେଇଥିଲା । ଫଳରେ କଂଗ୍ରେସର ନାନା ପାଟୋଲେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.