ETV Bharat / bharat

କଂ‌ଗ୍ରେସ ସିଇସି ବୈଠକ ଶେଷ: ଦିଲ୍ଲୀ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ଖୁବଶୀଘ୍ର !

author img

By

Published : Jan 12, 2020, 12:10 PM IST

ଶନିବାର ଦିଲ୍ଲୀ ୧୦ ଜନପଥରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ସରିଛି । ବିଶେଷ ସୂତ୍ରରୁ ପ୍ରକାଶିତ ଯେ, ଏହି ବୈଠକରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 18ଟି ସିଟ୍‌ ଉପରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

Congress Election Committee meeting
Congress Election Committee meeting

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ୧୦ ଜନପଥରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ସରିଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏହି ବୈଠକରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ 18ଟି ସିଟ୍‌ ଉପରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା ହୋଇଛି । ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇଥିବା ବେଳେ ଖୁବଶୀଘ୍ର ଘୋଷଣା ହୋଇପାରେ ବୋଲି ଜଣାଯାଇଛି ।

ସୂତ୍ର ମୁତାବକ ଏହି ବୈଠକ ପରେ ଖୁବଶୀଘ୍ର ୭୦ ଆସନ ବିଶିଷ୍ଟ ଦିଲ୍ଲୀ ନିର୍ବାଚନ ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ଜାନୁଆରୀ 14 ତାରିଖକୁ ସୂଚୀବଦ୍ଧ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ । ୧୧ରେ ଫଳାଫଳ ଘୋଷଣା ହେବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଘୋଷଣା କରିଛନ୍ତି । ମୋଟ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.