ETV Bharat / bharat

ନମସ୍ତେ ଟ୍ରମ୍ପ: ଭାରତ-ଆମେରିକା ସମ୍ବନ୍ଧକୁ ନେଇ ହିନ୍ଦୀରେ ଟ୍ରମ୍ପଙ୍କ ଟ୍ବିଟ

ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପରେ ପିଏମ ମୋଦିଙ୍କ ଟ୍ବିଟକୁ ରାଷ୍ଟ୍ରପତି ଟ୍ରମ୍ପ ହିନ୍ଦୀରେ ଉତ୍ତର ଦେଇଛନ୍ତି । ଆମେରିକାର ଜନତା ସର୍ବଦା ଭାରତର ଜନସାଧାରଣଙ୍କ ପ୍ରତି ସଚ୍ଚା ଓ ନିଷ୍ଠାବାନ ବନ୍ଧୁ ହୋଇ ରହିବେ ବୋଲି ସେ କହିଛନ୍ତି । ପିଏମ ମୋଦିଙ୍କ ଟ୍ବିଟର ପେଜରେ ମୋଟେରା ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମର ଲାଇଭ ପ୍ରସାରଣ କରାଯାଇଥିଲା । ଏହି ଟ୍ବିଟର ଉତ୍ତର ଦେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ହିନ୍ଦୀରେ ଜବାବ ରଖିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Feb 24, 2020, 4:59 PM IST

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସି ସପରିବାର ଗୁରୁରାଟରେ ପହଞ୍ଚିଥିଲେ । ସେଠାରେ ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମରେ ତାଙ୍କୁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଜରିଆରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ବର୍ତ୍ତମାନ ରାଷ୍ଟ୍ରପତି ଟ୍ରମ୍ପ ବିଶ୍ବ ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଆଗ୍ରାର ତାଜମହଲ ପରିଭ୍ରମଣ ପାଇଁ ଅହମଦାବାଦରୁ ପ୍ରସ୍ଥାନ କରିଛନ୍ତି । ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ପରେ ପିଏମ ମୋଦିଙ୍କ ଟ୍ବିଟକୁ ରାଷ୍ଟ୍ରପତି ଟ୍ରମ୍ପ ହିନ୍ଦୀରେ ଉତ୍ତର ଦେଇଛନ୍ତି । ଆମେରିକାର ଜନତା ସର୍ବଦା ଭାରତର ଜନସାଧାରଣଙ୍କ ପ୍ରତି ସଚ୍ଚା ଓ ନିଷ୍ଠାବାନ ବନ୍ଧୁ ହୋଇ ରହିବେ ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@realDonaldTrump
ଫଟୋ ସୌଜନ୍ୟ: ଟ୍ବିଟର@realDonaldTrump

ପିଏମ ମୋଦିଙ୍କ ଟ୍ବିଟର ପେଜରେ ମୋଟେରା ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମର ଲାଇଭ ପ୍ରସାରଣ କରାଯାଇଥିଲା । ଏହି ଟ୍ବିଟର ଉତ୍ତର ଦେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ହିନ୍ଦୀରେ ଜବାବ ରଖିଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି କହିଛନ୍ତି ଯେ, ପ୍ରଥମ ମହିଳା ଓ ମୁଁ ଏହି ଦେଶର ପ୍ରତି ନାଗରିକଙ୍କୁ ଏକ ସନ୍ଦେଶ ଦେବା ପାଇଁ ବିଶ୍ବର 8000 ମାଇଲ ଚକ୍କର କାଟି ଏଠାରେ ପହଞ୍ଚିଛୁ । ଆମେରିକା ଭାରତକୁ ଭଲ ପାଉଛି , ଆମେରିକା ଭାରତକୁ ସମ୍ମାନ କରୁଛି ଓ ଆମେରିକାର ଜନତା ସଦା ସର୍ବଦା ଭାରତୀୟଙ୍କ ପ୍ରକୃତ ଓ ନିଷ୍ଠାବାନ ବନ୍ଧୁ ରହିବେ ବୋଲି ସେ କହିଛନ୍ତି ।

ଏହାସହ ଅନ୍ୟ ଏକ ଟ୍ବିଟରେ ଟ୍ରମ୍ପ ଆମେରିକା ଓ ଭାରତ ନିଜ ନିଜ ଦେଶକୁ ମଜଭୁତ କରିବେ, ନିଜ ଲୋକଙ୍କୁ ସମ୍ପନ୍ନ ଗରି ଗଢିବେ, ବଡ ବଡ ସ୍ବପ୍ନ ଦେଖୁଥିବା ଲୋକଙ୍କ ସ୍ବପ୍ନ ସାକାର କରିବା ଓ ନିଜ ନିଜ ଭବିଷ୍ୟକୁ ପୂର୍ବାପେକ୍ଷା ଆହୁରି ଅଧିକ ଉଜ୍ଜ୍ବଳ କରିବା ପାଇଁ ଚେଷ୍ଟା ଜାରି ରହିବ ବୋଲି କହିଛନ୍ତି । ଏହା ତ ଆରମ୍ଭ ମାତ୍ର ବୋଲି କହିଛନ୍ତି ଟ୍ରମ୍ପ ।

ସୂଚନା ଯେ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଆଗମନର ଠି୍କ୍‌ ପୂର୍ବରୁ ହିନ୍ଦୀରେ ଟ୍ବିଟ କରି, ଆମେ ଭାରତ ଆସିବାକୁ ତତ୍ପର, ଆମେ ରାସ୍ତାରେ ଅଛୁ, କିଛି ଘଣ୍ଟା ପରେ ଆମେ ସମସ୍ତଙ୍କୁ ଭେଟିବୁ ବୋଲି ସେ ଲେଖିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.