ଚଣ୍ଡିଗଡ: ପଞ୍ଜାବର ଭଟିଣ୍ଡାରେ କୃଷକଙ୍କ ଅର୍ଦ୍ଧନଗ୍ନ ପ୍ରତିବାଦ । କେନ୍ଦ୍ର ସରକାରଙ୍କ ବିରୋଧରେ ଦିନକୁ ଦିନ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ପଞ୍ଜାବରେ କୃଷି ଆଇନକୁ ବିରୋଧ କରି ଅର୍ଦ୍ଧନଗ୍ନ ହୋଇ ପ୍ରତିବାଦ କରିଛନ୍ତି କୃଷକ ।
ନୂତନ କୃଷି ଆଇନକୁ ନେଇ କପାଚାଷୀମାନେ ଅର୍ଦ୍ଧନଗ୍ନ ହୋଇ ପ୍ରତିବାଦ କରିଛନ୍ତି । ଚାଷୀଙ୍କ ଅଭିଯୋଗ ଅନୁୟାୟୀ ଏମଏସପି ମୂଲ୍ୟରେ ଫସଲ ବିକ୍ରି ହେଉନଥିବା କହିଛନ୍ତି । କୃଷିକୁ ଘରୋଇକରଣ କରି କେନ୍ଦ୍ର ସରକାର ଚାଷୀ ମାରଣନୀତି ଅବଲମ୍ବନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାର ନୂତନ କୃଷି ଆଇନ ପ୍ରଣୟନ କରିଥିଲେ ଏବଂ ଏମଏସପି ମୂଲ୍ୟରେ କପା କ୍ରୟ କରୁ ନ ଥିବାରୁ ସେମାନେ ଅର୍ଦ୍ଧନଗ୍ନ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସରକାର କପା କ୍ରୟରେ କୌଣସି ହସ୍ତକ୍ଷେପ କରାଯାଇନାହିଁ । କୃଷକମାନେ କମ୍ ମୂଲ୍ୟରେ ଘରୋଇ କମ୍ପାନୀମାନଙ୍କୁ କପା ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । କପା ବିକ୍ରି କଲେ କୃଷକଙ୍କୁ ମିଳୁନି ଉପଯୁକ୍ତ ଏମଏସପି ମୂଲ୍ୟ ବୋଲି ଅଭିଯୋଗ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ