ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ବିଧାୟକ ଏମଟିବି ନାଗରାଜ ଦଳକୁ ଫେରିଛନ୍ତି । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟାଙ୍କ ବାସଭବନରେ ବସିଥିବା ବୈଠକ ସଫଳ ହୋଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସମେତ ଓ କଂଗ୍ରେସ ନେତା ଜମିର ଅହମ୍ମଦ ଯୋଗ ଦେଇଥିଲେ ।
ଦଳରେ ଯୋଗଦେବା ପରେ ନାଗରାଜ କହିଛନ୍ତି, ସେ ଓ ସୁଧାକର ବିଧାୟକ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଦଳର ସବୁ ନେତାମାନେ ଦଳରେ ରହିବାକୁ ଅନୁରୋଧ କରିଛନ୍ତି । ତେଣୁ ସେ ଦଳରେ ରହିବାକୁ ନିଷ୍ପତ୍ତି ନେଲେ । ଏହାପରେ ସେ ସୁଧାକର ବୁଝାଇବେ ଓ ଉଭୟେ ଇସ୍ତଫା ପତ୍ର ପ୍ରତ୍ୟାହାର କରିବେ ବୋଲି ପ୍ରକାଶ କରିଛନ୍ତି । ସେହିପରି ସମସ୍ତଙ୍କ ବିଶ୍ବାସ ଭାଜନ ହେବା ପରେ ଆମେ ଅଧିକାଂଶ ବିଧାୟକଙ୍କୁ ପାଇବୁ ବୋଲି ବିଧାୟକ ଦଳ ନେତା ସିଦ୍ଧରମୈୟା କହିଛନ୍ତି ।