ପାଟନା: ଆରମ୍ଭ ହୋଇଛି ନବରାତ୍ରୀ । ଏହା ସହିତ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ସମଗ୍ର ଦେଶରେ ନବରାତ୍ର ପାଲୁଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁମାନେ ନବରାତ୍ର ପାଳୁଛନ୍ତି । ତେବେ ବିହାରର ନାଗେଶ୍ବର ବାବା ଏହି ନବରାତ୍ରୀକୁ ଏକ ଭିନ୍ନ ଉପାୟରେ ପାଳୁଛନ୍ତି । ନବରାତ୍ରୀରେ ନିର୍ଜଳ ଉପବାସ କରିବା ସହିତ ସେ ନିଜ ଛାତି ଉପରେ 21ଟି କଳସ ରଖି ମାନସିକ କରିବା ସହିତ ପୂଜା କରିଛନ୍ତି ।
ପାଟନାରେ ଥିବା ନାଲୋଖା ମନ୍ଦିରରେ ଦୀର୍ଘ 22 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନାଗେଶ୍ବର ବାବା ପୂଜା ଅର୍ଚ୍ଚନା କରି ଆସୁଛନ୍ତି । ଚଳିତ ବର୍ଷ ବାବା ନିଜ ଛାତି ଉପରେ 21ଟି କଳସ ରଖି ମା ଦୂର୍ଗାଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି । ଏହା ସହିତ ସେ ନିର୍ଜଳା ଉପବାସ ମଧ୍ୟ କରୁଛନ୍ତି । ଏନେଇ ବାବା କହିଛନ୍ତି କି ଏମିତି କରିବା ପାଇଁ ମା ଦୂର୍ଗାଙ୍କ ଠାରୁ ଶକ୍ତି ମିଳୁଛି । ନବରାତ୍ରୀର 15 ଦିନ ପୂର୍ବରୁ ହିଁ ପୂଜା ଆରମ୍ଭ କରିଦେଇଥାନ୍ତି । ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି କି ଏହି ମନ୍ଦିରକୁ ଯେଉଁ ଶ୍ରଦ୍ଧାଳୁମାନେ ଆସିଥାନ୍ତି,ସେମାନଙ୍କ ମନସ୍କାମନା ପୂରଣ କରିଥାନ୍ତି ବୋଲି ବାବା କହିଛନ୍ତି ।
ତେବେ ଦୀର୍ଘ 23 ବର୍ଷରୁ ଏହିପରି ପୂଜା କରି ଆସୁଛନ୍ତି ନାଗେଶ୍ବର ବାବା । ପ୍ରତ୍ୟେକ ବର୍ଷ ସେ କଳସ ସଂଖ୍ୟା ବଢୁଥିବା ଜଣାପଡ଼ିଛି । ଏହି ପୂଜା ଆରମ୍ଭରୁ 16ଟି କଳସ ରଖି ପୂଜା ଆରମ୍ଭ କରିଥିଲେ । ତାହା ଧିରେ ଧିରେ ବଢି କଳସ ସଂଖ୍ୟା ଏବେ 21ରେ ପହଞ୍ଚିଛି ।