ETV Bharat / bharat

ନାଗ ଦେବତାଙ୍କୁ ସ୍ମରଣ କଲେ କମିଯାଏ ବିଶ୍ବର ଜ୍ବାଳା

author img

By

Published : Aug 6, 2019, 2:09 PM IST

ବଦଳିଛି ଯୁଗ, ବଦଳିଛି ସମୟ । ବୈଜ୍ଞାନିକ ଯୁଗରେ ମଣିଷ ଜହ୍ନରେ ପାଦ ରଖିଲାଣି । ମାତ୍ର ଆଜି ବି ଦେଶରେ ଏମିତି ଅନେକ ସ୍ଥାନ ରହିଛି, ଯାହା ଅନ୍ଧବିଶ୍ବାସରେ ବଞ୍ଚି ଆସୁଛନ୍ତି । ଉତ୍ତରାଖଣ୍ଡରେ ଦେଖିବାକୁ ମିଳେ ଏଭଳି କିଛି ଅନ୍ଧବିଶ୍ବାସର ପ୍ରମାଣ । ନାଗ ଦେବତାଙ୍କୁ ସ୍ମରଣ କଲେ କମିଯାଏ ବିଶ୍ବର ଜ୍ବାଳା ।

ପ୍ରତିକାତ୍ମକ ଫଟୋ

ଡେରାଡୁନ: ଯେତିକି ରୋମାଞ୍ଚ, ସେତିକି ଭକ୍ତିଭାବ ପୂର୍ଣ୍ଣ ପର୍ବ ନାଗ ପଞ୍ଚମୀ । ନାଗ ପଞ୍ଚମୀକୁ ସମଗ୍ର ଦେଶରେ ପାଳନ କରାଯାଇଥାଏ । ତେବେ ଏହି ପର୍ବକୁ ନେଇ ବିଭିନ୍ନ ରାଜ୍ୟରେ ଲୋକକଥା ତଥା ଐତିହ୍ୟ ରହିଛି । ସେହିପରି ଉତ୍ତରାଖଣ୍ଡରେ ମଧ୍ୟ ଏହି ପର୍ବକୁ ନେଇ ଅନେକ ବିଶ୍ବାସ ରହିଥିବା ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ନାଗ ପଞ୍ଚମୀ ଚଳିତ ମାସ 5 ତାରିଖରେ ପଡ଼ିଥିଲା । 5 ତାରିଖ ସୋମବାର ପଡ଼ିଥିଲା, ଯାହା ଶିବଙ୍କ ବାର ବୋଲି ବିଶ୍ବାସ ରହିଆସିଛି । ଏହି ଦିନ ଶିବଭକ୍ତ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି । ନାଗ ଦେବତାଙ୍କୁ ସ୍ମରଣ କଲେ କମିଯାଏ ବିଶ୍ବର ଜ୍ବାଳା ।

ପୌରାଣିକ କଥାବସ୍ତୁ
ଉତ୍ତରାଖଣ୍ଡର ବିକାଶନଗର ଅଞ୍ଚଳରେ ରହିଛି ଶିବ ମନ୍ଦିର । ଏହି ମନ୍ଦିରକୁ ନେଇ ରହିଛି ଅନେକ ପୌରାଣିକ ବିଶ୍ବାସ ଓ ଲୋକକଥା । ତେବେ ଏଠାକାର କିଛି ଘଟଣାର ସମାଧାନ କରିବା ଶୈଳୀ ଆଗରେ ବୈଜ୍ଞାନିକ କାରଣ ମଧ୍ୟ ବିଫଳ ହୋଇଛି । ଯାହା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି ।

ସେହିଭଳି ଏକ ଘଟଣା ହେଉଛି ସର୍ପାଘାତ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସର୍ପାଘାତରେ ଆହତ ହୋଇଥିବା ଯୁବକଙ୍କ ଶରୀରରୁ ସ୍ବତଃପ୍ରବୃତ୍ତ ଭାବେ ସାପ ବିଷ ଖସିଥାଏ । ଯାହାର କାରଣ ଏପର୍ଯ୍ୟନ୍ତ ବୈଜ୍ଞାନିକ ସ୍ତରରେ ମଧ୍ୟ ଜଣାପଡ଼ିନାହିଁ । ଆଜିର ବୈଜ୍ଞାନିକ ଯୁଗରେ ସବୁ କିଛି ମଣିଷ ସମାଧାନର ରାସ୍ତା ଖୋଜି ପାଉଥିଲେ ମଧ୍ୟ ଏହାର କାରଣ ଏପର୍ଯ୍ୟନ୍ତ ଖୋଜି ପାଇ ନଥିବା ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଛନ୍ତି ।

ପଡ଼େ ନାହିଁ ସାପ କାମୁଡ଼ାର ପ୍ରଭାବ
ପୌରାଣିକ ଲୋକକଥା ଅନୁଯାୟୀ ନାଗ ଦେବତାଙ୍କ ଅସ୍ଥିତ୍ବ ଚାରି ଯୁଗରେ ରହିଆସିଛି । ଏହି ନାଗ ଦେବତାଙ୍କ ପୂଜା ଆଜି ମଧ୍ୟ ବିଭିନ୍ନ ଶିବ ମନ୍ଦିରରେ କରାଯାଉଥିବା ନଜିର ରହିଛି । ତେବେ ସବୁଠାରୁ ଚର୍ଚ୍ଚା ଓ ଆଶ୍ଚର୍ଯ୍ୟର କଥା ହେଉଛି ଉତ୍ତରାଖଣ୍ଡର ବିକାଶନଗର ଅଞ୍ଚଳରେ ଥିବା ଶିବ ମନ୍ଦିରରେ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥାଏ । ଏହି ଠାରେ ଯଦି କାହାକୁ ସାପ କାମୁଡ଼ିଥାଏ, ତେବେ ନାଗ ଦେବତାଙ୍କୁ ସ୍ମରଣ କରିବା ମାତ୍ରେ ହିଁ ଶରୀରରୁ ବିଷ ଖସି ଥାଏ । କୌଣସି ପ୍ରକାରର ଚିକିତ୍ସାର ଆବଶ୍ୟକ ପଡ଼ିନଥାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେପଟେ କୌଣସି ଲୋକକୁ ଯଦି ସାପ କାମୁଡ଼ି ଥାଏ, ତେବେ ତାକୁ କଲା କର୍ମର ଦଣ୍ଡ ମିଳିଥାଏ ବୋଲି ବିଶ୍ବାସ ରହିଛି ।

ଗୁମ୍ଫାରେ ହୋଇଥାଏ ପୂଜା
ଏହି ସ୍ଥାନରେ ଥିବା ଏକ ଗୁମ୍ଫାରେ ନାଗ ଦେବତାଙ୍କ ପୂଜା କରାଯାଇଥାଏ । ପୂଜା ସମୟରେ ତାଙ୍କୁ ସ୍ବତନ୍ତ୍ର ଭୋଗ ଲଗାଯାଇଥାଏ । ତେବେ ଏହି ଭୋଗର ପ୍ରସ୍ତୁତ ସମୟରେ ଏକ ସ୍ବତନ୍ତ୍ର ଅଟାର ବ୍ୟବହାର କରାଯାଇଥାଏ । ଏହା ସହିତ ଡାଲି ଓ ଦେଶୀ ଘିଅର ମଧ୍ୟ ଭୋଗ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଇଥାଏ । ଭୋଗ ଲଗାଇବା ସହିତ ବ୍ରତକୁ ମଧ୍ୟ ଭଙ୍ଗା ଯାଇଥାଏ । ତେବେ ଏହି ମନ୍ଦିରକୁ ନାକଟସ୍ଥ ସୁରଉ ଗ୍ରାମର 60 ପରିବାର ପୂଜା କରିବାକୁ ଆସିଥାନ୍ତି ।
ସ୍ଥାନୀୟ ଗ୍ରାମର କେଦାର ସିଂଙ୍କ କହିବା ମୁତାବକ ଗ୍ରାମରେ ଯଦି କାହାକୁ ସାପ କାମୁଡେ, ତେବେ ତାହାର କୌଣସି ପ୍ରକାର ଚିକିତ୍ସାର ଆବଶ୍ୟକ ପଡ଼ିନଥାଏ । କାରଣ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ମନ୍ଦିରକୁ ନେଇ ନାଗ ଦେବତାଙ୍କୁ ସ୍ମରଣ କଲେ ଶରୀରରୁ ବିଷ ଆପେ ଝଡ଼ି ପଡ଼ିଥାଏ । ସେପଟେ ବର୍ଷରେ ତିନି ଦିନ ଧରି ମହିଳାମାନେ ବ୍ରତ ରଖିଥାନ୍ତି ।

ସେହିପରି ଗ୍ରାମର ବରିଷ୍ଠ ନାଗରିକ ଛୋଟୁ ସିଂହ କହିଛନ୍ତି ଯେ ପୁରୁଷ ପୁରୁଷ ଧରି ନାଗ ଦେବତା ଆମ ଗାଁ ନିକଟରେ ରହି ଆସୁଥିବା ଦେଖିବାକୁ ମିଳିଛି । ଯଦି କାହାକୁ ସାପ ଆଘାତ କରୁଛି,ତେବେ ନାଗ ଦେବତାଙ୍କ ଶକ୍ତି ଉକ୍ତ ବିଷରୁ ରକ୍ଷା କରେ ବୋଲି ସେ କହିଛନ୍ତି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.