ETV Bharat / bharat

ବିହାରରେ 80 ମୁଣ୍ଡ ନେଲାଣି ଚମକି ଜ୍ବର

ବିହାରରେ 80କୁ ଛୁଇଁଲା ଚମକି ଜ୍ବରର ମୃତ୍ୟୁ ସଂଖ୍ୟା । ମୁଜାଫରପୁରରେ ପୀଡିତଙ୍କୁ ଭେଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ସ୍ଥିତି ସୁଧାରିବାରେ ଲାଗିଛନ୍ତି ରାଜ୍ୟ ସରକାର ।

author img

By

Published : Jun 16, 2019, 12:47 PM IST

Updated : Jun 16, 2019, 12:59 PM IST

ଫାଇଲ ଫଟୋ

ପାଟନା: ମୁଣ୍ଡ ଗଡାଉଛି ଚମକି ଜ୍ବର । ଏହା ବର୍ତ୍ତମାନ ମହାମାରୀ ରୂପ ନେବା ସହ ବିହାରର ମୁଜାଫରପୁରର ଏହି ମୃତ୍ୟୁ ସଂଖ୍ୟା 90ରେ ପହଞ୍ଚିଛି । ତେବେ ଏହି ଘଟଣା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମୁଜାଫରପୁରରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି । ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତ୍ୟେକ ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ଏହି ରୋଗର ଶିକାର ହେଲେ ଶରୀରରୁ ରକ୍ତ ଶର୍କରା କମ ହେବାସହ ଇଲେକ୍ଟ୍ରୋଲାଇଟ ଅସନ୍ତୁଳିତ ହୋଇଯାଏ । ଏବେ ସୁଦ୍ଧା ଶ୍ରୀକୃଷ୍ଣା ମେଡିକାଲରେ 66 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେଜରିଓ୍ବାଲ ହସ୍ପିଟାଲରେ 14 ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଏହା ପୂର୍ବରୁ ଚିକିତ୍ସା ଅଧିକାରୀଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଆଲୋଚନା କରିବା ସହ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାସହ ଏହି ରୋଗ ବିଷୟରେ ସ୍ଥାନୀୟ ଲୋକଙ୍କୁ ସରକାରଙ୍କ ପକ୍ଷରୁ ସଚେତନତାର ବାର୍ତ୍ତା ବଣ୍ଟାଯାଉଛି ।

Intro:Body:

EY

Conclusion:
Last Updated : Jun 16, 2019, 12:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.