ETV Bharat / bharat

ବିହାର ଶିଶୁମୃତ୍ୟୁ ଘଟଣା; ପ୍ରଥମ ଥର ମୁହଁ ଖୋଲିଲେ ମୋଦି

ବିହାର ଶିଶୁମୃତ୍ୟୁ ଘଟଣା ବିହାର ସରକାରଙ୍କ ସବୁଠୁ ବଡ ବିଫଳତା । ଚମକି ଜ୍ବରରେ ଶିଶୁମୃତ୍ୟୁ ସଂଖ୍ୟା ବଢିବା ଆମ ସମସ୍ତଙ୍କ ପାଇଁ ଲଜ୍ଜ୍ୟାର ବିଷୟ ବୋଲି ମୋଦି କହିଛନ୍ତି ।

author img

By

Published : Jun 26, 2019, 4:36 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିହାରର ଏକ୍ୟୁଟ ଇନ୍ସେଫାଲାଇଟିସ ସିଣ୍ଡ୍ରୋମ ବା ଚମକି ଜ୍ବର ମୃତ୍ୟୁ ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତିଙ୍କ ଭାଷଣ ଉପରେ ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ ସମୟରେ ମୋଦି ଏହି ପ୍ରସଙ୍ଗ ଉଠାଇଥିଲେ । ଶିଶୁମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହା ସରକାରଙ୍କର ସବୁଠୁ ବଡ ବିଫଳତା ବୋଲି ସେ କହିଛନ୍ତି । ଏହା ସହିତ ଚମକି ଜ୍ବରରେ ଶିଶୁମୃତ୍ୟୁ ସଂଖ୍ୟା ବଢିବା ଆମ ସମସ୍ତଙ୍କ ପାଇଁ ଲଜ୍ଜ୍ୟାର ବିଷୟ ।

ଆଧୁନିକ ଯୁଗରେ ମଧ୍ୟ ଚମକି ଜ୍ବରର ସମାଧାନ ନକରି ପାରିବା ଆମ ପାଇଁ ଦୁଃଖ ଏବଂ ଲଜ୍ଜ୍ୟାର ବିଷୟ । ଏହାକୁ ଆମ ସମସ୍ତଙ୍କୁ ଗମ୍ଭୀରତାର ସହ ନେବାକୁ ପଡିବ । ରାଜ୍ୟ ସରକାରଙ୍କ ସହ ଲଗାତାର ସମ୍ପର୍କରେ ରହିଛି ଏବଂ ମିଳିତ ଭାବରେ ଏହି ସଙ୍କଟକୁ ଦୂର କରାଯାଇ ପାରିବ ବୋଲି ସେ କହିଛନ୍ତି ।

ସେହିପରି ଝାଡଖଣ୍ଡ ଭିଡ ହିଂସା ଉପରେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ମୋଦି । ଝାଡଖଣ୍ଡ ଭିଡ ହିଂସାର ଆଡ୍ଡା ପାଲଟିଛି । କିନ୍ତୁ ଏଥିପାଇଁ ସମ୍ପୁର୍ଣ୍ଣ ରାଜ୍ୟକୁ ଦୋଷ ଦେବା ଠିକ ନୁହେଁ । ଯାହା ହେଲା ଖରାପ ହେଲା । କିନ୍ତୁ ଏଥିପାଇଁ ସମସ୍ତଙ୍କୁ କାଠଗଡାରେ ରଖି ରାଜନୀତି କରିବା କେତେ ଦୂର ଯଥାର୍ଥ ବୋଲି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ମୋଦି ।

ସୂଚନା ଯୋଗ୍ୟ ଯେ, ଚମକି ଜ୍ବରରେ ବର୍ତ୍ତମାନ ସୁଦ୍ଧା ବିହାରର ଭିନ୍ନ ଭିନ୍ନ ସ୍ଥାନରୁ 150 ରୁ ଉର୍ଦ୍ଧ୍ବ ଶିଶୁଙ୍କର ମୃତ୍ୟୁ ଘଟିଲାଣି । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ପ୍ରଶାସନ ଏହି ସମସ୍ୟାକୁ ସମାଧାନ କରିବାରେ ଫେଲ ମାରିଛି ।

Intro:Body:

FGDFGS

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.