ETV Bharat / bharat

ରାମ ମନ୍ଦିର ପାଇଁ ଶିଳାନ୍ୟାସ, ଏଭଳି ମନ୍ତବ୍ୟ ଦେଲା ମୁସଲିମ ପର୍ସନାଲ ଲ' ବୋର୍ଡ

author img

By

Published : Aug 5, 2020, 4:51 PM IST

ବାବ୍ରି ମସଜିଦ କୌଣସି ମନ୍ଦିର କିମ୍ବା ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଭାଙ୍ଗି ନିର୍ମାଣ କରାଯାଇ ନଥିଲା । ପରିସ୍ଥିତି ଯେତେ ଖରାପ ହେଉନା କାହିଁକି ଆମକୁ ହାର ମାନିବା ଉଚିତ୍ ନୁହେଁ ବୋଲି ବୋର୍ଡ କହିଛି ।

ମୁସଲିମ ପର୍ସନାଲ ଲ' ବୋର୍ଡ
ମୁସଲିମ ପର୍ସନାଲ ଲ' ବୋର୍ଡ

ଲକ୍ଷ୍ନୌ : ଅଯୋଧ୍ୟାରେ ଏକ ବିଶାଳ ମନ୍ଦିର ନିର୍ମାଣ ପାଇଁ ବୁଧବାର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏନେଇ ବଡ ବୟାନ ଦେଇଛି ମୁସଲମାନମାନଙ୍କୁ ପ୍ରତିନିଧିତ୍ବ କରୁଥିବା ମୁସଲିମ ପର୍ସନାଲ ଲ' ବୋର୍ଡ । ବାବ୍ରି ମସଜିଦ ପୂର୍ବରୁ ବି ମସଜିଦ ଥିଲା ଏବଂ ଆଗକୁ ମଧ୍ୟ ରହିବ । ଏହା ସତ୍ୟକୁ ପରିବର୍ତ୍ତନ କରିବ ନାହିଁ ବୋଲି ବୋର୍ଡ କହିଛି।

ମୁସଲିମ ପର୍ସନାଲ ଲ' ବୋର୍ଡ
ମୁସଲିମ ପର୍ସନାଲ ଲ' ବୋର୍ଡ

ମୁସଲିମ ପର୍ସନାଲ ଲ' ବୋର୍ଡ ବୁଧବାର ଏକ ବିବୃତ୍ତି ଜାରି କରି ଏଭଳି କହିଛି । ବୋର୍ଡ କହିଛି, ସୁପ୍ରିମକୋର୍ଟ ଏଭଳି ରାୟ ପ୍ରକାଶ କରି ନ୍ୟାୟକୁ ଲଜ୍ଜିତ କରିଛନ୍ତି। ଅଲ ଇଣ୍ଡିଆ ମୁସଲିମ ଲ' ବୋର୍ଡର ସାଧାରଣ ସମ୍ପାଦକ ମୌଲାନା ୱଲି ରହମାନି ଲିଖିତ ବିବୃତ୍ତି ଜାରି କରି ଏଭଳି କହିଛନ୍ତି । ସେ ନିଜ ବିବୃତ୍ତିରେ କହିଛନ୍ତି, ବାବ୍ରି ମସଜିଦ କୌଣସି ମନ୍ଦିର କିମ୍ବା ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଭାଙ୍ଗି ନିର୍ମାଣ କରାଯାଇ ନଥିଲା । ପରିସ୍ଥିତି ଯେତେ ଖରାପ ହେଉନା କାହିଁକି ଆମକୁ ହାର ମାନିବା ଉଚିତ୍ ନୁହେଁ । ଏଥିସହିତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏବଂ ମସଜିଦ ଭୂମିରେ ମନ୍ଦିର ନିର୍ମାଣକୁ ନେଇ ନିରାଶ ନହେବାକୁ ମୁସଲମାନମାନଙ୍କୁ ନିବେଦନ କରିଛନ୍ତି ମୌଲାନା ।

ସୂଚନାଯୋଗ୍ୟ ଯେ, ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ବୁଧବାର ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଶିଳାନ୍ୟାସ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.