ETV Bharat / bharat

40 ମହଲା କୋଠା ପାଲଟିଲା ଜଳପ୍ରପାତ, ଦେଖନ୍ତୁ ଭିଡିଓ

ଟ୍ବିଟରରେ ଟ୍ରେଣ୍ଡ କରୁଛି 40 ମହଲା କୋଠାରୁ ବହୁଥିବା ଜଳପ୍ରପାତ । ବିଲ୍ଡିଂରୁ ଝରୁଥିବା ଏହି କୃତ୍ରିମ ଝରଣାର ଦୃଶ୍ୟ ଦକ୍ଷିଣ ମୁମ୍ବାଇର କଫେ ପରେଡ୍ ଅଞ୍ଚଳର । ଏହି କୃତ୍ରିମ ୱାଟରଫଲକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ ଜମୁଥିବାବେଳେ ଅନେକ ଏହାର ଭିଡିଓ ବନାଇ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ @SudarshanEMA
author img

By

Published : Sep 6, 2019, 2:21 PM IST

ମୁମ୍ବାଇ: ସ୍ବପ୍ନର ସହର ମୁମ୍ବାଇ । ରଙ୍ଗୀନ ଆଲୋକମାଳା ଓ ବଡ ବଡ ଅଟାଳିକା ଭିତରେ ଝଲସୁଥିବା ଏହି ମାୟାନଗରୀକୁ ସତେ ଯେମିତି ଶ୍ରୀହୀନ କରିଦେଇଛି ଲଗାଣ ବର୍ଷା । ବଦଳିଯାଇଛି ବାଣିଜ୍ୟନଗରୀର ଚିତ୍ର । ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ମୁମ୍ବାଇରେ ଥିବା ଏକ ବଡ ବିଲ୍ଡିଂରୁ ପ୍ରବାହିତ କୃତ୍ରିମ ଝରଣା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । 40 ସେକେଣ୍ଡର ପ୍ରବାହିତ ଏହି କୃତ୍ରିମ ଝରଣାର ଦୃଶ୍ୟ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଦେବ ।

ଲଗାଣ ବର୍ଷା ଯୋଗୁଁ ବିଲ୍ଡିଂର ଛାତ ଉପରେ ପାଣି ଭରିଯିବା କାରଣରୁ ପାଣି ସବୁ ତଳକୁ ଖସୁଛି । କେହି ଏହି ଦୃଶ୍ୟକୁ ଦେଖିଲେ ଜଳପ୍ରପାତ ହେଉଥିବା ମନେ କରିବ । 40 ମହଲା ବିଶିଷ୍ଟ ଏହି ବିଲ୍ଡିଂରୁ ଝରୁଥିବା କୃତ୍ରିମ ଝରଣା ଦକ୍ଷିଣ ମୁମ୍ବାଇର କଫେ ପରେଡ୍ ଅଞ୍ଚଳର । ତେବେ ଏହି କୃତ୍ରିମ ୱାଟରଫଲକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ ଜମୁଥିବାବେଳେ ଅନେକ ଏହାର ଭିଡିଓ ବନାଇ ସେୟାର କରୁଛନ୍ତି ।

ଏବେ ଏହି ଭିଡିଓ ଟ୍ବିଟରରେ ଭାଇରାଲ ହେଉଛି । କିଛି ଲୋକ ଏହାକୁ ଗମ୍ଭୀରତାର ସହ ନେଇଥିବାବେଳେ କିଛି ଏହାକୁ ଥଟ୍ଟାରେ ଉଡାଇ ଦେଇଛନ୍ତି । ଜଣେ ୟୁଜର ଏହି ବିଲ୍ଡିଂକୁ ଟୁରିଷ୍ଟ ଡେସ୍ଟିନେସନ କରିବା ସହ ଏଥିପାଇଁ ଟିକେଟ୍‌ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର ଏହି ଦୃଶ୍ୟକୁ ଅତ୍ୟନ୍ତ ଚମତ୍କାର ବୋଲି କହିଛନ୍ତି । ତେବେ ଉକ୍ତ ବିଲ୍ଡିଂର 32 ମହଲାରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ମୋତେ ତ ଏମିତି ଲାଗୁଥିଲା ସତେ ଯେମିତି ଆମ ବିଲ୍ଡିଂରୁ ଝରଣା ପ୍ରବାହିତ ହେଉଛି ।

ଭିଡିଓ ସୌଜନ୍ୟ : ସୋସିଆଲ ମିଡିଆ @SudarshanEMA

ଗତ କିଛି ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଯୋଗୁଁ ଏହାର ପଡୋଶୀ ଅଞ୍ଚଳ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଛି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ରେଡ ଆଲର୍ଟ ଜାରି କରାଯାଇଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.